ବାହାଘର ପାଲଟିଲା ରେସଲିଂ ମ୍ୟାଚ୍: ବିରିୟାନୀରେ ମଟନ୍ ନପାଇବାରୁ ଅତିଥିଙ୍କ ଉନ୍ମତ୍ତ କାଣ୍ଡ
1/09/2023 at 10:31 PM

ବାହାଘର ପାଲଟିଲା ରେସଲିଂ ମ୍ୟାଚ୍। ବିବାହ ମଣ୍ଡପରେ ଠେଲାପେଲା। ମଟନ୍ ବିରିଆନୀରେ ମାଂସ ନଥିବାରୁ ଅତିଥିଙ୍କ ଉନ୍ମତ୍ତ କାଣ୍ଡ। ଯିଏ ଯାହାକୁ ପାରିଲା ମାଡ଼ମାରି ଚାଲିଲା। ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ପାକିସ୍ତାନର ହୋଇଥିବା ଜଣାପଡ଼ିଛି।
ଭିଡିଓ କ୍ଲିପ୍ଟି ଗତ ଅଗଷ୍ଟ ୧୪ ତାରଖର। ବେଶଭୂଷା ଦେଖିଲେ ଲାଗିବ ଏମାନେ ସମ୍ଭ୍ରାନ୍ତ ପରିବାରର। କିନ୍ତୁ ଯାହା କରିଛନ୍ତି, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ଏକ୍ସରେ ସେୟାର ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ବିବାହକୁ ଆସିଥିବା ଅତିଥିମାନେ ଡାଇନିଂ ହଲ୍ରେ ରାତ୍ରଭୋଜନ କରୁଛନ୍ତି। ଡାଇନିଂ ହଲ୍କୁ ଗୋଟିଏ ଧଳା ଚାଦରରେ ବିଭକ୍ତ କରାଯାଇଛି। ଗୋଟିଏ ପଟେ ପୁରୁଷମାନେ ବସିଥିବା ବେଳେ ଅନ୍ୟପଟେ ମହିଳାମାନେ ବସିଛନ୍ତି। ସମସ୍ତେ ଆନନ୍ଦର ସହ ଖାଉଛନ୍ତି। ହଠାତ୍ ଜଣେ ବ୍ୟକ୍ତି ଡାଇନିଂ ନିକଟକୁ ଆସିବା ପରେ ଆରମ୍ଭ ହୋଇଯାଏ ମାରପିଟ୍।
Kalesh during marriage ceremony in pakistan over mamu didn’t got Mutton pieces in biriyani pic.twitter.com/mYrIMbIVVx
— Ghar Ke Kalesh (@gharkekalesh) August 29, 2023
ଏପରିକି ଚେୟାର ଓ ଟେବୁଲବି ପିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଏ। ଏମାନଙ୍କ ଠୋଲାପେଲା ଦେଖି ମହିଳା ଅତିଥିମାନେ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଭିଡିଓର ସତ୍ୟତା କେତେ ତାହା ଜଣାପଡ଼ିନାହିଁ। କାଲେଶ ନାମକ ଏକ୍ସ ଆକାଉଣ୍ଟ ୟୁଜର ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ ବିରିୟାନୀ ମଟନ୍ ପିସ୍ ପାଇଲେନି ବୋଲି… ତେବେ ଏହି ଭିଡିଓ ୩ଲକ୍ଷ ଭ୍ୟୁଜ୍ ଥିବାବେଳେ ୨୬୦୭ ଲାଇକ୍ ଓ ଅନେକ କମେଣ୍ଟ ଦିଆଯାଇଛି।