ନୂଆଦିଲ୍ଲୀ ୭।୮: ଦେଶରେ ରକ୍ଷାବନ୍ଧନର ଶୁଭ ଅବସର ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଏକ ଖାସ୍ ରାକ୍ଷୀ ଆସିଛି। ମୋଦିଙ୍କ ପାକିସ୍ତାନୀ ଭଉଣୀ କମର ମୋହସିନ ଶେଖ୍ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ରକ୍ଷାବନ୍ଧନ ପୂର୍ବରୁ ରାକ୍ଷୀ ପଠାଇଛନ୍ତି ଓ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲାଗି ଶୁଭକାମନା ଜଣାଇଛନ୍ତି। ମୋହସୀନ ଶେଖ୍ ଗଣମାଧ୍ୟମ ସହ ଆଲୋଚନାରେ ସେ ରକ୍ଷାବନ୍ଧନ ଲାଗି ସବୁ ପ୍ରସ୍ତୁତି ସାରିଥିବା ଓ ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର ସୁଯୋଗ ମିଳିବ ବୋଲି ଆଶାବନ୍ଧିଛନ୍ତି।
{"id":667539,"width":839,"height":479,"sizeSlug":"full","linkDestination":"none"}ସେ କହିଛନ୍ତି ଯେ ଏ ବର୍ଷ ମଧ୍ୟ ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ମୋତେ ଦିଲ୍ଲୀ ଡକାଇବେ, ଏଣୁ ମୋର ସବୁ ପ୍ରସ୍ତୁତି ଶେଷ କରିଛି। ଏହି ରାକ୍ଷୀକୁ ରେଶମ ରିବନରେ ନିଜେ ପ୍ରସ୍ତୁତ କରିଥିବା ସେ କହିଛନ୍ତି। ପଠାଇଥିବା ରାକ୍ଷୀଶହ ଏକ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଇଛନ୍ତି। ଏଥିରେ ମୋହସୀନ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ସ୍ୱସ୍ଥ ନିରାମୟ ଜୀବନ କାମନା କରିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ଲାଗି ମଧ୍ୟ ଶୁଭକାମନା ଦେଇଛନ୍ତି।
{"id":667540,"sizeSlug":"full","linkDestination":"none"}ପ୍ରଧାନମନ୍ତ୍ରୀଙ୍କୁ ମୋହସୀନ ଗତବର୍ଷ ମଧ୍ୟ ରାକ୍ଷୀ ବାନ୍ଧିଥିଲେ, ସାଙ୍ଗରେ ଏକ ରକ୍ଷାବନ୍ଧନ କାର୍ଡ ମଧ୍ୟ ପଠାଇଥିଲେ। କମର ମହସୀନ ଶେଖ ପାକିସ୍ତାନର ବାସିନ୍ଦା, ତେବେ ବିବାହ କରି ସେ ଭାରତ ଚାଲିଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଗତ ୨୫-୨୬ ବର୍ଷ ହେଲା ରାକ୍ଷୀ ବାନ୍ଧି ଆସୁଛନ୍ତି। ମୋଦି ଯେତେବେଳେ ଆରଏସଏସ୍ କାର୍ଯ୍ୟକର୍ତ୍ତା ଥିଲେ ସେତେବେଳେ ସେ ପ୍ରଥମେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଭାଇ ଓ ଭଉଣୀଙ୍କ ସ୍ନେହର ପର୍ବ ରକ୍ଷାବନ୍ଧନ ଚଳିତବର୍ଷ ଅଗଷ୍ଟ ୧୧ ତାରିଖ ଦିନ ପାଳିତ ହେବ।