ପାକିସ୍ତାନର ବାଲୁକା କଳାକାରମାନେ ଶାହାରୁଖ୍ଙ୍କୁ ଦେଲେ ବଡ ସରପ୍ରାଇଜ୍, ଫଟୋ ଭାଇରାଲ୍
27/03/2023 at 1:17 PM

ମୁମ୍ଵାଇ ୨୭।୦୩: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ। ତାଙ୍କର ପ୍ରଶଂସକ କେବଳ ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ଅଛନ୍ତି। ପାକିସ୍ତାନରେ ଶାହରୁଖଙ୍କ ଚଳଚ୍ଚିତ୍ର ନିଷେଧ ହୋଇଥିଲେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ପ୍ରେମ ତାଙ୍କ ପାଇଁ କମିଯାଏ ନାହିଁ। କିଛି କଳାକାର ପାକିସ୍ତାନରେ ବି ଅଛନ୍ତି । ଯିଏ ଶାହରୁଖଙ୍କ ପାଇଁ ଦିୱାନା । ପାକିସ୍ତାନର ଏକ ବେଳାଭୂମିରେ SRK ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ବାଲୁଚିସ୍ତାନର ଏହି କଳାକାରମାନଙ୍କ ଦ୍ୱାରା ହୋଇଥିବା ଏହି ବାଲି କଳାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଫଟୋ ସେୟାର କରିବାବେଳେ ସମୀର ଶୌକତ ନାମକ ଏହି ବାଲୁକା କଳାକାର ଲେଖିଛନ୍ତି – ଶାହାରୁଖ ଖାନଙ୍କ ସବୁଠୁ ବଡ ସ୍କଚ୍ ମୋ ଟିମ୍ ଦ୍ୱାରା ପ୍ରସ୍ତୁତ ହୋଇ ଶାହାରୁଖଙ୍କୁ ଉପହାର ଦିଆଯାଇଛି। ସମୁଦ୍ର କୂଳରେ ନିର୍ମିତ ଏହି ବିଶାଳ ବାଲି କଳା ଫଟୋରେ ଦେଖିବାକୁ ମିଳେ, ଲୋକମାନେ ଠିଆ ହୋଇଥିବା ବେଳେ ଆଉ କିଛି ବାଲିରେ ଥିବା ନଜର ଆସିଛନ୍ତି । ଯାହାକୁ ଡ୍ରୋନ୍ ସାହାଯ୍ୟରେ ଫଟୋ କ୍ଲିକ୍ କରାଯାଇଛି ।
ଏହି କଳାକାରମାନେ ସେମାନଙ୍କର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେମାନେ ଏହି ସ୍କେଚ୍ ତିଆରି କରୁଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ମଧ୍ୟ ଏହି କଳାକାରମାନେ ବାଲି କଳା ତିଆରି କରି ଅନେକ ସେଲିବ୍ରିଟିଙ୍କ ଫଟୋ ପୋଷ୍ଟ କରୁଛନ୍ତି । ଏଥି ସହିତ କିଛି ଲୋକ ତାଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ ଶାହାରୁଖଙ୍କ ପୋଷ୍ଟକୁ ଖୁବ୍ ଜୋରରେ ସେୟାର କରାଯାଉଛି।