ତାଲିବାନ୍ ‘ଗଡ୍ ଫାଦର୍’ ମୌଲାନା ସାମି-ଉଲ୍-ହକ୍‌ଙ୍କୁ ଗୁଳିମାରି ହତ୍ୟା

Published By : Prameya-News7 Bureau | November 03, 2018 IST

ରାଓ୍ବଲପିଣ୍ଡ ୩|୧୧: ପାକିସ୍ତାନ ଧର୍ମଗୁରୁ ମୌଲାନା ସାମି-ଉଲ୍-ହକ୍‌ଙ୍କୁ ଶୁକ୍ରବାର ଗୁଳିକରି ହତ୍ୟା କରାଯାଇଛି । ତାଙ୍କୁ ୮୨ ବର୍ଷ ହୋଇଥିଲା । ଘରେ ସେ ଏକା ଥିବାବେଳେ କେହି ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଲିମାରିବା ସହ ଛୁରାମାଡ କରି ହତ୍ୟା କରିଛି । ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ସାମି-ଉଲ-ହକଙ୍କ ପୁଅ ହମିଦୁଲ ହକ୍ ସୂଚନା ଦେଇଛନ୍ତି । ମୃତ ମୌଲାନା ସାମି-ଉଲ-ହକ୍‌ଙ୍କୁ ତାଲିବାନର ଗଡ ଫାଦର ବୋଲି ମଧ୍ୟ କୁହାଯାଏ ।   ପାକିସ୍ତାନ ଏବଂ ଆଫଗାନିସ୍ତାନରେ  ସାମି-ଉଲ-ହକ୍ ଜଣେ ସମ୍ମାନିତ ବ୍ୟକ୍ତି ଥିଲେ । ଦୁଇ ଦେଶରେ ସକ୍ରିୟ ଥିବା ତାଲିବାନଙ୍କ ଉପରେ ସାମି-ଉଲ-ହକ୍ ଙ୍କ ବିଚାରଧାରାର ବେଶ୍ ପ୍ରଭାବ ରହିଥିଲା । ସୂଚନା ଯୋଗ୍ୟ ଯେ ୧୯୯୦ ମସିହାରେ ଆଫଗାନିସ୍ତାନ ସୀମାରେ ସେ ସ୍ତାପନ କରିଥିବା ଦାରୁଲ ଓଲୁପ୍ ହକ୍କାନୀ ବିଶ୍ବବିଦ୍ୟାଳୟ ତାଲିବାନର ‘ଲଂଚିଂ ପ୍ୟାଡ୍’ ଥିଲା । ଏବେବି ଏହି ବିଶ୍ବବିଦ୍ୟାଳୟରୁ ଇସଲାମୀୟ ଆତଙ୍କବାଦ ନିୟନ୍ତ୍ରଣ ହୋଇଛି । ମୌଲାନା ସାମି ୧୯୮୫ ମସିହାରୁ ୧୯୯୧ ଏବଂ ୧୧୯୧ରୁ ୧୯୯୭ ପର୍ଯ୍ୟନ୍ତ ପାକିସ୍ତାନ ସଂସଦର ସାଂସଦ ଥିଲେ ।  ପାକିସ୍ତାନ ଗତ ସାଧାରଣ ନିର୍ବାଚନ ପାଇଁ ଜୁଲାଇ ୨୫ତାରିଖରେ ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ଦଳ ତେହରିକ-ଏ-ଇନସାଫ ସହ ମୌଲାନା ସାମି ମେଣ୍ଟ କରିଥିଲେ । ତାଙ୍କ ମୃତ୍ୟୁ ପରେ ରାଓଲପିଣ୍ଡି ପୁଣି ଅଶାନ୍ତ ହେବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.