ଭାରତର ପରାଜୟକୁ ନେଇ ଆକ୍ଷେପ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଉଚିତ୍ ଜବାବ ଦେଲେ ପ୍ରଶଂସକ

Published By : Prameya-News7 Bureau | November 10, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ରେ ଭାରତୀୟ ଦଳର ଅଭିଯାନ ସମାପ୍ତ ହୋଇଛି। ଦ୍ଵିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ପରାଜୟ ଭାରତର ବିଶ୍ଵ କପ୍ ଜିତିବା ସ୍ଵପ୍ନକୁ ଚୁରମାର କରିଛି। ଏବେ ବିଶ୍ଵ କପ୍‌ର ଫାଇନାଲ୍ ମୁକାବିଲା ନଭେମ୍ବର ୧୩ରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଭାରତର ଶୋଚନୀୟ ପରାଜୟ ଉପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତର ପରାଜୟ ଉପରେ ଟ୍ଵିଟ୍ କରିଛନ୍ତି ଏବଂ ଇଂଲଣ୍ଡ-ପାକିସ୍ତାନର ଫାଇନାଲ୍ ମୁକାବିଲା କଥା କହିଛନ୍ତି। କିନ୍ତୁ ଏଥିରେ ସେ ଭାରତୀୟ ଦଳକୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ଭାରତୀୟ ପ୍ରଶଂସକ କ୍ଷୁବ୍ଧ ହେବା ସହ ଏହାର ଜବାବ ମଧ୍ୟ ଦେଇଛନ୍ତି।

ଶେହବାଜ ସରିଫ ନିଜ ଟ୍ଵିଟରରେ ଲେଖିଛନ୍ତି ଯେ, ରବିବାର ୧୫୨/୧୦ ବନାମ ୧୭୦/୦ର ଫାଇନାଲ୍ ମୁକାବିଲା ଖେଳାଯିବ। ଉଲ୍ଲେଖନୀୟ ଭାରତ ଟି-୨୦ ବିଶ୍ଵ କପ୍‌ ୨୦୨୨ର ସେମି ଫାଇନାଲ୍‌ରେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଇଂଲଣ୍ଡର ସ୍କୋର ୧୭୦/୦ ରହିଥିଲା। ସେହିପରି ଗତ ଟି-୨୦ ବିଶ୍ଵ କପ୍‌ରେ ପାକିସ୍ତାନ ମଧ୍ୟ ଭାରତକୁ ୧୦ ଓ୍ଵିକେଟ୍‌ରେ ହରାଇଥିଲା। ସେହି ସମୟରେ ପାକିସ୍ତାନର ସ୍କୋର ୧୫୨/୦ ରହିଥିଲା। ଶେହବାଜ ସରିଫ ଏହି କଥାକୁ ଉଲ୍ଲେଖ କରି ଭାରତୀୟ କ୍ରିକେଟ୍ ଦଳକୁ ଆକ୍ଷେପ କରିଛନ୍ତି।

wp:html /wp:html

ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଏହି ଧରଣର ଟ୍ଵିଟ୍ ଉପରେ ଭାରତୀୟ ୟୁଜର୍ସ ମୁହଁତୋ ଜବାବ ଦେଇଛନ୍ତି। କିଛି ୟୁଜର୍ସ ଲେଖିଛନ୍ତି ଆପଣ କୋହାକୁ ସମର୍ଥନ ଦେବେ। କାରଣ ଆପଣଙ୍କ ଅର୍ଥ ତ ଇଂଲଣ୍ଡରେ ନିବେଶ ହୋଇଛି। ଆଉ କିଛି ଟ୍ଵିଟର ୟୁଜର୍ସ ଲେଖିଛନ୍ତି ଆପଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ନା ପାକିସ୍ତାନର ପ୍ରାଇମ୍ କମେଡିୟାନ ? ଭାରତୀୟ ୟୁଜର୍ସ ଶେହବାଜ ସରିଫଙ୍କୁ ୧୯୭୧ ମସିହାର ଯୁଦ୍ଧକୁ ମନେ ପକାଇ ଦେଇଛନ୍ତି ଏବଂ କହିଛନ୍ତି ତୁମର ରେକର୍ଡ ତ ୯୩୦୦୦/୦ ରହିଥିଲା। କେବଳ ଭାରତୀୟ ୟୁଜର୍ସ ନୁହନ୍ତି ବରଂ ପାକିସ୍ତାନୀ ୟୁଜର୍ସ ମଧ୍ୟ ଶେହବାଜ ସରିଫଙ୍କୁ ଟ୍ରୋଲ୍ କରିଛନ୍ତି। ସେ ଲେଖିଛନ୍ତି ବିଶ୍ଵ କପ୍ ବ୍ୟତୀତ ଦେଶ ଉପରେ ମଧ୍ୟ ନଜର ଦିଅ।

wp:html /wp:html wp:html /wp:html

କଣ କହିଲେ ସୋଏବ ଅଖତର

ପାକିସ୍ତାନର ପୂର୍ବତନ କ୍ରିକେଟ୍ର ସୋଏବ ଅଖତର କହିଛନ୍ତି, ଭାରତ ପାଇଁ ଏହା ଲଜ୍ଜାଜନକ ପରାଜୟ। ଏତେ ଖରାପ ବୋଲିଂ କରି ପରାଜିତ ହେବା ନିଶ୍ଚିତ ରୂପେ ନିନ୍ଦନୀୟ। ଏବେ ମେଲବର୍ଣ୍ଣରେ ହେବାକୁ ଥିବା ଫାଇନାଲ୍‌ରେ ଆପଣଙ୍କ ସହ ଆମର ଭେଟ ହେବ ନାହିଁ।

wp:html /wp:html

ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ରନ ଏବଂ ବିରାଟ କୋହଲିଙ୍କ ୫୦ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା।  ଜବାବରେ ଇଂଲଣ୍ଡ ଆଲେକ୍ସ ହେଲ୍ସଙ୍କ ୮୬ ଏବଂ ବଟଲରଙ୍କ ୮୦ ରନର ଦମଦାର ଇନିଂସ ବଳରେ ମାତ୍ର ୧୬ ଓଭରରେ ବିନା ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏଥିସହ ଭାରତ ବିଶ୍ଵ କପ୍ ଅଭିଯାନ ସମାପ୍ତ ହୋଇଛି। ଏବେ ନଭେମ୍ବର ୧୩ରେ ଫାଇନାଲ୍‌ରେ ଇଂଲଣ୍ଡ ପାକିସ୍ତାନକୁ ଭେଟିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.