ପାକିସ୍ତାନୀ ବୋଲରଙ୍କୁ ଧୋନୀ ପଠାଇଲେ ବିଶେଷ ଉପହାର, ଖୁସିରେ ବିଭୋର ହୋଇଗଲେ ଖେଳାଳି, ଟ୍ୱିଟ୍ କରି ଲେଖିଲେ ଏମିତି...

Published By : Prameya-News7 Bureau | January 08, 2022 IST

ନୂଆଦିଲ୍ଲୀ ୦୮/୦୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ଭିନ୍ନ ତଥା କୁଲ୍ ଅନ୍ଦାଜ୍ ପାଇଁ ସବୁଠି ବେଶ୍ ଲୋକପ୍ରିୟ । ଏମିତିକି ଅନ୍ୟ ଦେଶର ଖେଳାଳି ବି ମାହିଙ୍କ ବଡ ଫ୍ୟାନ୍ । ଏଥର କିନ୍ତୁ ମାହି ପାକିସ୍ତାନୀ ପେସର ହୈରିସ ରଉଫ ହୃଦୟରେ ରହିଯାଇଛନ୍ତି । ଗତ କିଛି ଦିନରେ ଏମଏସଏସ ଧୋନି ରଉଫଙ୍କୁ ଏମିତି ଉପହାର ଦେଇଛନ୍ତି, ଯାହାକୁ ପାଇ ହାରିସ୍ ଖୁସିରେ ଗଦଗଦ ହୋଇଯାଇଛନ୍ତି ।

wp:html /wp:html

ହାରିସଙ୍କୁ ମାହି ଭେଟିଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଜର୍ସି । ତେବେ ହାରିସ ଟ୍ୱିଟରରେ ଫଟୋ ସେୟାର କରି ଲେଖିଛନ୍ତି ଧୋନୀଜି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ରୌଫ ଆହୁରି ଲେଖିଛନ୍ତି ଲେଜେଣ୍ଡ ଓ କ୍ୟାପଟେନ୍ କୁଲ୍ ମାହି ନିଜ ଟି-ସାର୍ଟ ରୂପରେ ବହୁତ ସୁନ୍ଦର ଉପହାର ପଠାଇଛନ୍ତି । ନମ୍ୱର ୭ ନିଜର ଭଲ ଗୁଣ ପାଇଁ ସମସ୍ତଙ୍କ ହୃଦୟରେ ଚର୍ଚ୍ଚିତ ।

ଆପଣଙ୍କ ଏହି ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ । ସୂଚନା ଥାଉକି, ହାରିସ ଗତ କିଛି ତଳେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ପାକିସ୍ତାନ ଦଳର ଅଂଶ ଥିଲେ । ଏହାସହ ସେ ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ କାମ ମଧ୍ୟ କରିଥିଲେ । ସୁପର-୧୨ ରାଉଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରୌଫ ଚାରିଟି ୱିକେଟ୍ ନେଇଥିଲେ । ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ପାକିସ୍ତାନ ପାଇଁ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.