୮ ବର୍ଷ ଧରି ଭାରତରେ ଅବୈଧ ଭାବରେ ରହୁଥିଲେ ପାକିସ୍ତାନୀ ଯୁବକ, ଗିରଫ କରି ଯାଞ୍ଚ କରୁଛି ପୋଲିସ୍
15/03/2023 at 8:49 PM

ନୂଆଦିଲ୍ଳୀ, ୧୫/୦୩: ମହାରାଷ୍ଟ୍ରର ପୁଣେ ପୋଲିସ୍ ଗତ ୮ ବର୍ଷ ଧରି ଭାରତରେ ଅବୈଧ ଭାବରେ ରହୁଥିବା ଜଣେ ପାକିସ୍ତାନୀ ଯୁବକଙ୍କୁ ଗିରଫ କରିଛି। ଏହି ପାକିସ୍ତାନୀ ଯୁବକଙ୍କ ପରିଚୟ ମୋହମ୍ମଦ ଅମାନ ଅନସାରୀ ବୋଲି ଜଣାପଡ଼ିଛି। ଅଂସାରୀଙ୍କୁ ପୁରୁଣା ପୁଣେ ଖଡାକ ଅଞ୍ଚଳରୁ ଗିରଫ କରାଯାଇଛି। ପୋଲିସ୍ ଅନୁଯାୟୀ, ଅଂସାରୀ ୨୦୧୫ ରୁ ପୁଣେରେ ଚୂଡ଼ାମନ ତାଲିମ ନିକଟରେ ଅବୈଧ ଭାବରେ ରହୁଥିଲା। ଯାଞ୍ଚ ସମୟରେ ପୋଲିସ୍କୁ ତା’ ନିକଟରୁ ନକଲି ପାସପୋର୍ଟ ମଧ୍ୟ ମିଳିଛି। ମାମଲାରେ ଯୁବକଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୮ ଏବଂ ୪୭୧ ଅନୁଯାୟୀ ମାମଲା ରୁଜୁ କରିଛି।
୨୨ ବର୍ଷୀୟ ମୋହମ୍ମଦ ଅମାନ ଅଂସାରୀର ମାଆ ଭାରତୀୟ, ବାପା ପାକିସ୍ତାନୀ। ଅଂସାରୀଙ୍କ ଜନ୍ମ କରାଚୀରେ ହୋଇଥିଲା। ତାଙ୍କର ପରିବାର କରାଚୀର ଦୁବାଇ ଚାଲିଯାଇଥଲେ। ଦୁବାଇରେ ଅଂସାରୀ ପାଠ ମଧ୍ୟ ପଢ଼ିଛନ୍ତି କିନ୍ତୁ ୨୦୧୫ ରେ ଅଂସାରୀ ନିଜ ମା’ଙ୍କ ସହ ଭାରତ ଆସିଥିଲେ। ଉଭୟ ପୁଣେରେ ନିଜ ସମ୍ପର୍କୀୟଙ୍କ ସହ ରହିଥିଲେ। ୨୦୧୫ ପର୍ଯ୍ୟନ୍ତ ଅଂସାରୀ ପାଖରେ ବୈଧ ଭିସା ମଧ୍ୟ ଥିଲା।
ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ ଅଂସାରୀ ପୁଣେରେ ହିଁ ସ୍କୁଲ ପାଠ ସାରିଛନ୍ତି। କିନ୍ତୁ ୨୦୧୫ ରେ ପାସପୋର୍ଟର ବୈଧତା ସରିଥିଲା। ନିୟମ ଅନୁଯାୟୀ ତାଙ୍କୁ ପୁଣିଥରେ ଭିସା ପାଇଁ ଆବେଦନ କରିବାର ଥିଲା କିନ୍ତୁ ଏହା ବଦଳରେ ସେ ନକଲି ଆଧାର କାର୍ଡ କରିଥିଲ ଏବଂ ତାହା ଆଧାରରେ ଭାରତୀୟ ପାସପୋର୍ଟ କରିଥିଲେ। ପୋଲିସ୍ ଅଧିକାରୀ କହିଛନ୍ତି ଏହି ମାମଲାରେ ଆଗକୁ ଯାଞ୍ଚ କରିବେ ଯେ ତାଙ୍କୁ କିପରି ଆଧାରକାର୍ଡ ଏବଂ ଭାରତୀୟ ପାସପୋର୍ଟ ମିଳିଲା।