ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ISI ଷଡଯନ୍ତ୍ରର ବଡ ଖୁଲାସା : କାଶ୍ମୀରରେ ଆତଙ୍କବାଦୀଙ୍କୁ ଦିଆଯାଇଛି ଟାର୍ଗେଟ୍ କିଲିଂ, ‘ଅଶାନ୍ତ ରଖ, ହିଂସାକାଣ୍ଡ ବନ୍ଦ କରନାହିଁ’

Published By : Prameya-News7 Bureau | December 16, 2021 IST

ନୂଆଦିଲ୍ଲୀ ୧୬/୧୨ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଆଉ ଏକ ଷଡଯନ୍ତ୍ର ରଚିଛି। ମୁଜାଫରବାଦରେ ଆୟୋଜିତ ଆତଙ୍କବାଦୀ ସଂଗଠନର ଏକ ବୈଠକରେ ଆଇଏସଆଇ କହିଛି ଯେ, ଜାମ୍ମୁ କାଶ୍ମୀରରେ ନିର୍ବାଚନ ହେଉ କି ନହେଉ କିନ୍ତୁ ଟାର୍ଗେଟ କିଲିଂ ଲଗାତାର ଭାବେ ଜାରି ରହିବା ଦରକାର । ଏଥିପାଇଁ ଏକ ନୂଆ ସଂଗଠନ ତିଆରି କରାଯାଉ ଯିଏକି ଆକ୍ରମଣର ସମସ୍ତ ଦୋଷ ନିଜ ମୁଣ୍ଡକୁ ନେବାକୁ ପ୍ରସ୍ତୁତ ରହିବ ।

ଏହା ସହିତ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀଙ୍କୁ ଏହି ଗୋଷ୍ଠୀରେ ସାମିଲ କରାଯାଉ ।  ଟାର୍ଗେଟ୍‌ କିଲିଂ ପାଇଁ ଉରି ଏବଂ ତଙ୍ଗଧାର ଜରିଆରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ପଠାଯିବ । ଇଣ୍ଡୋ-ପାକ୍ ଲାଇନ୍ ଅଫ୍ କଣ୍ଟ୍ରୋଲରେ ଡ୍ରୋନ୍ ଉପରେ ନଜର ରଖିବାକୁ ସୁରକ୍ଷା ବାହିନୀକୁ କୁହାଯାଇଛି। ଅନ୍ୟପକ୍ଷରେ ଗତ ୧୫ ଦିନ ମଧ୍ୟରେ ଭାରତୀୟ ବାହିନୀ ୧୨ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରେ ବିଦେଶୀ ଆତଙ୍କବାଦୀଙ୍କ ସମେତ ଅନେକ ଆତଙ୍କବାଦୀ କମାଣ୍ଡର ମଧ୍ୟ ଥିଲେ ।

ଜାମ୍ମୁ କାଶ୍ମୀରରେ ଦ୍ରୁତଗତିରେ ଚାଲିଥିବା ଶାନ୍ତି ପ୍ରକ୍ରିୟା ଏବଂ ନିର୍ବାଚନ ପାଇଁ ସୀମାବଦ୍ଧ କାର୍ଯ୍ୟକୁ ଦୃଷ୍ଟିରେ ରଖି ପାକିସ୍ତାନୀ ସେନା ଏବଂ ଗୁପ୍ତଚର ସଂସ୍ଥା ଆଇଏସଆଇ ଚକିତ ହୋଇଯାଇଛି। ବିଶେଷକରି ଏହାର କମାଣ୍ଡୋମାନଙ୍କୁ କ୍ରମାଗତ ଭାବରେ ହତ୍ୟା କରାଯାଉଥିବା ଏବଂ ଟାର୍ଗେଟ୍‌ କିଲିଂକୁ ନିରନ୍ତର ଭାବେ ବିଫଳ କରାଯାଉଥିବାରୁ ବାଧ୍ୟ ହୋଇ ପାକିସ୍ତାନର ମୁଜାଫରବାଦରେ ଆତଙ୍କବାଦୀ ସଂଗଠନର ବୈଠକ ଡକାଯାଇଥିଲା ।

ଗୁପ୍ତଚର ଏଜେନ୍ସିର ତଥ୍ୟ ଅନୁଯାୟୀ, ଏହି ବୈଠକରେ, ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଏକ ନୂଆ ଗୋଷ୍ଠୀ ଗଠନ କରାଯିବା ଏବଂ ସେଠାରେ ସମସ୍ତ ଆକ୍ରମଣର ପାଇଁ ନିଜକୁ ଦାୟୀ କରିବାକୁ ଆତଙ୍କବାଦୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶନାମା ଦିଆଯାଇଛି । ଏହି ବୈଠକରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ମଧ୍ୟ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କିଲିଂର ଏକ ତାଲିକା ଦେଇଛି । ଯେଉଁଥିରେ ବହୁ ସ୍ଥାନୀୟ ରାଜନେତା ଏବଂ ଅମଲାଙ୍କ ନାଁ ରହିଛି ।  ବୈଠକରେ ଗୋଟିଏ କଥା ଉପରେ ଜୋର ଦିଆଯାଇଛି ଏବଂ ତାହା ହେଉଛି କାଶ୍ମୀରରେ ନିର୍ବାଚନ ହେବା କି ନହେଉ କିନ୍ତୁ ଟାର୍ଗେଟ କିଲିଂ ଜାରି ରହିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.