ପୁରୀ ୦୪।୦୧ - ଭାରତ ଓ ପାକିସ୍ଥାନ ମଧ୍ୟରେ ରହିଛି ତିକ୍ତତା। ସୀମାରେ ଉଭୟ ଦେଶର ସେନା ମଧ୍ୟରେ ଚାଲିଛି ଛକାପଞ୍ଝା। ଏହି ସମୟରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶ୍ରଦ୍ଧାଳୁ ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଦୁଇ ଦେଶବାସୀଙ୍କ ଭିତରେ ଭାଇଚାରା ପାଇଁ ପ୍ରାର୍ଥନା କରିଛନ୍ତି।
{"id":206899,"sizeSlug":"large"}ପୁରୀରେ ପାକିସ୍ତାନୀ ହିନ୍ଦୁ। ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ମହାପ୍ରସାଦ ପାଇ ନିଜକୁ ଧନ୍ୟ ମନେ କରିଛନ୍ତି। ଶ୍ରୀଜୀଉଙ୍କୁ ଦର୍ଶନରେ ଭାବବିହ୍ବଳ ହୋଇ ଏହି ପବିତ୍ର ସ୍ଥାନ ଛାଡିଯିବାପାଇଁ ମନ ହେଉନି ବୋଲି କହିଛନ୍ତି । ଗତକାଲି କିଛି ପାକିସ୍ତାନୀ ହିନ୍ଦୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ସେମାନେ ଆଜି ସକାଳେ ଶ୍ରୀମନ୍ଦିରେର ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ସେମାନଙ୍କର ଶ୍ରୀଜଗନ୍ନାଥ ଦର୍ଶନ ସ୍ବପ୍ନ ପୂରଣ ହୋଇପାରିଛି। ଏଥିପାଇଁ ଭାରତ ସରକାରଙ୍କୁ ଏଥିପାଇଁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।…
{"id":206900,"sizeSlug":"large"}ଶ୍ରୀମନ୍ଦିର ଚୌହଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ ହିନ୍ଦୁ। ସିଂହଦ୍ବାର ସମ୍ମୁଖରେ କିଛି ପାକିସ୍ତାନୀ ହିନ୍ଦୁ ଆତ୍ମବିଭୋର ହୋଇ ମହାପ୍ରଭୁଙ୍କ ନାମ ଜପିଥିଲେ। ଆଉ କିଛି ସେଲଫି ଉଠାଇଥିଲେ। …
{"id":206901,"sizeSlug":"large"}ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ୮୦ ଜଣ ପୁରୁଷଙ୍କ ସହ ୫୨ ଜଣ ମହିଳା ହିନ୍ଦୁ ଭକ୍ତଙ୍କୁ ନିମନ୍ତ୍ରଣ କରି ପୁରୀ ଆଣି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି, ପ୍ରଚାର, ପ୍ରସାର ସହ ଭାରତ-ପାକିସ୍ତାନ ମଧ୍ୟରେ ପୁନଃ ସୁସଂପର୍କ ସ୍ଥାପନ ପାଇଁ ଏଭଳି ଉଦ୍ୟମ କରାଯାଉଛି।…
{"id":206902,"sizeSlug":"large"}