ୟୁକ୍ରେନ୍‌ରେ ସାହାରା ପାଲଟିଛି ଭାରତ: ପାକିସ୍ତାନୀ ଯୁବତୀଙ୍କୁ ଉଦ୍ଧାର କଲା ଭାରତୀୟ ଦୂତାବାସ, ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | March 09, 2022 IST

ନୂଆଦିଲ୍ଲୀ ୦୯/୦୩: ଋଷ ଆଉ ୟୁକ୍ରେନ୍‌ ଯୁଦ୍ଧ ସମସ୍ତଙ୍କୁ ନିର୍ବାକ କରିଦେଇଛି । ଗୋଳା ବାରୁଦର ଶବ୍ଦ ଭିତରେ ହାରିଯାଉଛି ଜୀବନ । ଯୁଦ୍ଧ ଭୁଇଁରେ ଜିଇଁବାର ଆଶା। ଜୀବନ ବଞ୍ଚାଇବାକୁ ଧାଉଁଛନ୍ତି ସମସ୍ତେ । ଘନଘନ ମିସାଇଲ ଆଉ ଗୁଳିମାଡ, ଆତଙ୍କିତ କରିପକାଉଛି । ଗଲାଣି ଶହ ଶହ ଜୀବନ । କିନ୍ତୁ ଥମୁନି ମହାଯୁଦ୍ଧର ବିଭୀଷିକା ।

ୟୁକ୍ରେନ୍‌ ଉପରେ ଅହରହ ଆକ୍ରମଣ କରୁଛି ଋଷ । ଭାଙ୍ଗିପଡୁଛି ବିଶାଳ ବିଶାଳ ଅଟ୍ଟାଳିକା । ଧ୍ବଂସାବଶେଷ ଭିତରୁ ରାହା ଖୋଜୁଛନ୍ତି ବେସାହାରା । ଉଦ୍ଧାର ପାଇଁ ଖୋଜୁଛନ୍ତି ସାହାରା । ଯୁଦ୍ଧ ଭିତରେ ଭାରତ ସାଜିଛି ରକ୍ଷା କବଚ । ଉଦ୍ଧାର ହେଲେଣି ୧୮ ହଜାରରୁ ଅଧିକ ଭାରତୀୟ । କେବଳ ଭାରତ ନୁହେଁ, ପାକିସ୍ତାନର ବି ସାହରା ସାଜିଛି ଭାରତ । ଯାହାର ଉଦାହରଣ ଏହି ଯୁବତୀଙ୍କ ଭିଡିଓ ।

ଏ ହେଉଛନ୍ତି ପାକିସ୍ତାନ ଯୁବତୀ ଆସ୍‌ମା ସାଫିକ୍‌ । ଭିଡିଓରେ ଭାରତର ତାରିଫ୍‌ କରୁଛନ୍ତି ପାକିସ୍ତାନୀ ଯୁବତୀ । କହୁଛନ୍ତି, 'ଭାରତୀୟ ଦୂତାବାସ ବିପଦରେ ସାହାଯ୍ୟ କରିଛି । କଠିନ ପରିସ୍ଥିତି​‌ରେ ଉଦ୍ଧାର କରିଛି ଭାରତୀୟ ଦୂତାବାସ । ପାକିସ୍ତାନୀ ବୋଲି ଜାଣି ସୁଦ୍ଧା ମୋତେ ଉଦ୍ଧାର କରିଛନ୍ତି । ସେଥିପାଇଁ ମୁଁ ଭଲରେ ଭଲରେ ଫେରିଛି । ଭାରତୀୟ ଦୂତାବାସ ଆଉ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ।'

ଯୁବତୀଙ୍କ ଏଭଳି ବୟାନ କହୁଛି, କିଭଳି ଭାରତୀୟ ଦୂତାବାସ ତାଙ୍କୁ ସାହାଯ୍ୟ କରିଛି । ସେ ପାକିସ୍ତାନୀ ବୋଲି ଜାଣି ସୁଦ୍ଧା, ନା ଥିଲା କିଛି ବାଛ ବିଚାର, ନା ମନେ ପଡିଥିଲା ଶତ୍ରୁ ଦେଶ ସହ ତିକ୍ତତା । ଯେଉଁଠି ନିଜ ଦେଶ ତାର ନାଗରିକଙ୍କୁ ଉଦ୍ଧାର କରିପାରନି, ସେଠି ଯୁଦ୍ଧ ମୁହଁରୁ ଉଦ୍ଧାର କରୁଛି ତ୍ରିରଙ୍ଗା । ଘୋର୍‌ ବିପଦ ଆଉ ଭୟ ଭିତରେ ଆସାବାଡି ସାଜିଛି ଭାରତ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ସାଫିକ୍‌ ।

wp:embed {"url":"https://youtu.be/TAP9woe_35c","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/TAP9woe_35c
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.