ପାକିସ୍ତାନୀ କଳାକାର ଫୱାଦ ଖାନ ଓ ମାହିରା ଖାନଙ୍କ ଯୋଡ଼ି ପୁଣି ଥରେ ବଡ଼ ପରଦାକୁ ଫେରୁଛି । ଏହି ଯୋଡ଼ିଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ଦ ଲିଜେଣ୍ଡ ଅଫ୍ ମୌଲା ଜଟ୍ଟ ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି କି ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ଦୃଶ୍ୟରେ ରହିଛି। ଏହା ସହ ଫିଲ୍ମର କାହାଣୀ ବି ଖୁବ୍ ଆକର୍ଷକ ।
ଦ ଲିଜେଣ୍ଡ ଅଫ୍ ମୌଲା ଜଟ୍ଟ ର କାହାଣୀ ଜଣେ ସ୍ଥାନୀୟ ହିରୋ ମୌଲା ଜଟ୍ଟ(ଫୱାଦ ଖାନ) ଓ ଏକ ଗ୍ୟାଙ୍ଗର ଲିଡର ନୁରୀ ନତ ( ହମଜା ଅଲୀ ଅବ୍ବାସୀ) ଙ୍କର ଶତ୍ରୁତା ଉପରେ ଆଧାରିତ । ଫିଲ୍ମରେ ମୌଲା ଜଟ୍ଟ ପୁରସ୍କାର ପାଇଁ ଲଢେଇ ଲଢ଼ୁ ଥିବା ବ୍ୟକ୍ତି । ଯିଏ ନିଜର ଶତ୍ରୁ ନୁରୀ ନତଙ୍କ ସହ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଯେକୌଣସି କାମ ବି କରି ପାରନ୍ତି। ଫିଲ୍ମରେ ମୌଲା ଜଟ୍ଟର ପ୍ରେମିକାଙ୍କ ଭୂମିକାରେ ମାହିରା ଖାନ୍ ନଜର ଆସୁଛନ୍ତି । ନୁରୀ ଚରିତ୍ରରେ ଆକ୍ଟର ହମଜା ଅଲୀ ଅବ୍ବାସୀ ଅଛନ୍ତି । ଟ୍ରେଲରରୁ ଏହା ସ୍ପଷ୍ଟ ଜଣା ପଡ଼ୁଛି କି ଏହି ଫିଲ୍ମଟି ଆକ୍ସନ ସହ ଖୁବ୍ ଡ୍ରାମା ଓ ରୋମାନ୍ସରେ ଭରପୂର ରହିଛି । ଟ୍ରେଲର ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ ।
ସୂଚନା ଆଧାରରେ , ଦ ଲେଜେଣ୍ଡ ଅଫ୍ ମୌଲା ଜଟ୍ଟ ପାକିସ୍ତାନର ବର୍ତ୍ତମାନ ସୁଦ୍ଧା ସବୁଠୁ ମହଙ୍ଗା ଫିଲ୍ମ କୁହାଯାଉଛି । ଏହି ଫିଲ୍ମରେ ଫୱାଦ ଖାନ୍ ପୂର୍ବରୁ କେବେ କରିନଥିବା ଅବତାରରେ ନଜର ଆସିବେ । ଏହି ଫିଲ୍ମରେ ମୌଲା ଜଟ୍ଟର ଚରିତ୍ର କରିବାରେ ସେ ବହୁତ ପରିଶ୍ରମ କରିଛନ୍ତି ।