ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ରେ ଭାରତ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି। ଆଡିଲେଡ୍ର ଓଭାଲରେ ଖେଳାଯାଇଥିବ ମୁକାବିଲାରେ ବାଂଲାଦେଶକୁ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ୧୬ ଓଭରରେ ୧୫୧ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଦଳ ୬ ଓ୍ଵିକେଟ୍ ହରାଇ ୧୪୫ ରନ କରି ପାରିଥିଲା। ବିଜୟ ସହିତ ଭାରତୀୟ ଦଳର ସେମି ଫାଇନାଲ୍ରେ ପ୍ରବେଶ କରିବା ଆପାତତଃ ସ୍ପଷ୍ଟ ହୋଇଯାଇଛି। ଅନ୍ୟପଟେ ବାଂଲାଦେଶ ଏବଂ ପାକିସ୍ତାନ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି ହୋଇଛି।
ଭାରତୀୟ ଦଳର ବିଜୟ ପରେ ବାଂଲାଦେଶ ଏବଂ ପାକିସ୍ତାନର ପ୍ରଶଂସକ କ୍ଷୁବ୍ଧ ହୋଇ ଉଠିଛନ୍ତି। ଦୁଇ ଦେଶର ପ୍ରଶଂସକ ପଡିଆ ଅମ୍ପାୟରଙ୍କ ଉପରେ ଭାରତୀୟ ଦଳ ଏବଂ ବିସିସିଆଇର ଚାପର ବଶବର୍ତ୍ତୀ ହୋଇ ଓଦା ପଡିଆରେ ମ୍ୟାଚ୍ ଆରମ୍ଭ କରାଇଥିବାର ଆରୋପ ଲଗାଇଛନ୍ତି। ମ୍ୟାଚ୍ରେ ଗୋଟିଏ ସମୟରେ ବାଂଲାଦେଶ ଦଳ ଓପନର ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୭ ଓଭରରେ ବିନା ଓ୍ଵିକେଟ୍ରେ ୬୬ ରନ କରି ନେଇଥିଲା। ତେବେ ବର୍ଷା କାରଣରୁ ମ୍ୟାଚ୍ ରୋକିବାକୁ ପଡିଥିଲା। ବର୍ଷା ଛାଡିବା ପରେ ମ୍ୟାଚ୍ ପୁନର୍ବାର ଆରମ୍ଭ ହେଲା ବେଳକୁ ବାଂଲାଦେଶ ଦଳ ଲୟ ହରାଇ ଦେଇଥିଲା।
wp:html/wp:html wp:htmlHence proved by BCCI Money can buy everything
— Lahori Guy (@YrrrFahad_) November 2, 2022
/wp:htmlPlayers are slipping but BCCI is making them play in rain. Money just buys everything……
— ✨ (@gayomarlic) November 2, 2022
ବର୍ଷା ଛାଡିବା ପରେ ପୁଣି ଥରେ ଖେଳ ଆରମ୍ଭ ହେବା ପୂର୍ବରୁ ବାଂଲାଦେଶର ଅଧିନାୟକ ସାକିକ ଅଲ ହସନ ଏବଂ ଅମ୍ପାୟରଙ୍କ ମଧ୍ୟରେ ଲମ୍ବା ସମୟ ଆଲୋଚନା ହୋଇଥିଲା। ସେହି ସମୟରେ ବାଂଲାଦେଶ ଦଳ ଡକ ଓ୍ଵର୍ଥ ଲୁଇସ୍ ନିୟମ ହିସାବରେ ୧୭ ରନ ଆଗରେ ଥିଲା। ତେଣୁ ସାକିବ ଚାହୁଁଥିଲେ ଆଉଟ୍ ଫିଲ୍ଡ ପୂରା ସୁଖିବା ପରେ ହିଁ ମ୍ୟାଚ୍ ଆରମ୍ଭ କରାଯାଉ। ଦେଖିବାକୁ ଗଲେ ଅମ୍ପାୟର ପଡିଆ ସଂପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ହିଁ ମ୍ୟାଚ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଖେଳ ପୁନର୍ବାର ଆରମ୍ଭ ହେବା ପରେ ପ୍ରଥମ ବଲ୍ରେ ଲିଟନ ଦାସ୍ ଖସି ପଡିଥିଲେ।
wp:html/wp:html wp:htmlPlayers are slipping but BCCI is making them play in rain. Next time someone says money doesn’t matter just slap him hard.
— Usama Zafar (@Usama7) November 2, 2022
/wp:html wp:htmlTotally biased umpiring through out the match. From the on field umpire to the third. Everyone put their efforts to win it for India. Indeed ICC stands for Indian Cricket Council.
— 🇵🇰 Muhammad Noor 🇵🇰 (@Noor_Marriii) November 2, 2022
This photo is not just a Meme but reflection of what ICC does. pic.twitter.com/zpiyPjiiuY
/wp:htmlWhether India is playing a match with Pakistan or Bangladesh or any Asian country, the match is decided in favor of India, the umpires also do what ICC says i.e. BCCI. Its mean ICC = BCCI pic.twitter.com/K3EroVeebq
— Usama 🇵🇰 (@usama_022) November 2, 2022
ଉଲ୍ଲେଖନୀୟ ଭାରତ ବିଜୟର ଅର୍ଥ ପାକିସ୍ତାନୀ ଦଳର ବିଶ୍ଵ କପ୍ରେ ସେମି ଫାଇନାଲ୍ ରାସ୍ତା ଆହୁରି ମୁସ୍କିଲ ହୋଇ ଯାଇଛି। ଯଦି ପାକିସ୍ତାନ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶକୁ ହରାଇ ଦିଏ ତେବେ ଦଳର ମୋଟ୍ ପଏଣ୍ଟ ଛଅରେ ପହଞ୍ଚିବ। ଏମିତିରେ ପାକିସ୍ତାନ ଚାହିଁବ ଯେ, ଜିମ୍ବାଓ୍ଵେ ବାଂଲାଦେଶକୁ ଏବଂ ନେଦରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରୁ। ଏମିତି ସ୍ଥିତିରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପଏଣ୍ଟ ଆଧାରରେ ପଛରେ ପକାଇ ପାରିବ। ମୋଟାମୋଟି କହିବାକୁ ଗଲେ ବାଂଲାଦେଶ ବିପକ୍ଷରେ ଭାରତର ବିଜୟରେ ପାକିସ୍ତାନର ସେମି ଫାଇନାଲ୍ ପ୍ରବେଶ ବହୁତ କଷ୍ଟକର ହୋଇ ପଡିଛି।