ପାକିସ୍ତାନୀ ପାଇଲଟକୁ ଭାରତୀୟ ପାଇଲଟ୍ ଭାବି ପାକିସ୍ତାନ ଲୋକେ ପିଟିପିଟି ମାରିଦେଲେ !

Published By : Prameya-News7 Bureau | March 02, 2019 IST

ଇସଲାମାବାଦ ୨|୩ : ଭାରତୀୟ ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ଗତକାଲି ଦେଶକୁ ଫେରିଛନ୍ତି । ଅଭିନନ୍ଦନ ପାକିସ୍ତାନୀ ବାୟୁସେନାର ଜେଟ୍ ଏଫ୍-୧୬କୁ ଖସାଇଥିଲେ । ଯେଉଁ ଜେଟ୍ ଏଫ୍-୧୬କୁ ଅଭିନନ୍ଦନ ଖସାଇଥିଲେ ତାକୁ ପାକିସ୍ତାନ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଶହାଜାଜ୍-ଉଦ୍-ଦ୍ଦୀନ ଉଡାଉଥିଲେ । ଶାହଜାଜଙ୍କୁ ନିଜ ମାଟିରେ ଭାରତୀୟ ଭାବି ପିଟି ପିଟି ମାରିଦେଇଛନ୍ତି ପାକିସ୍ତାନୀ ଲୋକ ।

{"id":90032}

ରିପୋର୍ଟ ଅନୁସାରେ ୨୭ ଫେବୃଆରୀରେ ପାକିସ୍ତାନ ବାୟୁସେନାର ବିମାନ ଭାରତୀୟ ବାୟୁସୀମା ଉଲଂଘନ କରି କାଶ୍ମୀରର ରାଜୌରୀ ଏବଂ ନୌସେରା ପର୍ଯ୍ୟନ୍ତ ଚାଲିଆସିଥିଲା । ଯାହାକୁ ଘଉଡାଇବା ପାଇଁ ଭାରତୀୟ ବାୟୁସେନା ଉଡାଣ ଭରିଥିଲା । ଯେଉଁ ବିମାନରେ ଅଭିନନ୍ଦନ ବର୍ତ୍ତମାନ ଥିଲେ । ଅଭିନନ୍ଦନ ଜଣେ ଏୟାର ମାର୍ସଲଙ୍କ ପୁଅ । ସେହିଭଳି ପାକିସ୍ତାନୀ ବାୟୁସେନାର ଏଫ୍-୧୬ ଫାଇଟର୍ ଜେଟ୍ ଉଡାଉଥିବା ଶାହଜାଜ ମଧ୍ୟ ଜଣେ ଏୟାର ମାର୍ସଲଙ୍କ ପୁଅ । ଏଫ୍-୧୬ କ୍ରାସ୍ ହେବା ପରେ ପାଇଲଟ୍ ଶହାଜାଜ ପାରାସୁଟ୍ ଜରିଆରେ ଖସିଥିଲେ । ତାଙ୍କ ପାରାସୁଟ୍ ପିଓକେର ନୌସେରା ସେକ୍ଟରରେ ଖସିଥିଲା । ପିଓକେର ନୌସେରାରେ ଖସିଲାପରେ ସ୍ଥାନୀୟ ଲୋକେ ତାଙ୍କୁ ଭାରତୀୟ ପାଇଲେଟ୍ ବୋଲି ଭାବି ପିଟିପିଟି ମାରି ଦେଇଥିଲେ ।

{"id":90033}

ଶାହଜାଜ ପାକିସ୍ତାନୀ ଏୟାରଫୋର୍ସର ୧୯ ନଂ ସ୍କ୍ବାର୍ଡ୍ରନରେ କାମ କରୁଥିଲେ । ଯେଉଁଥିରେ ଏଫ୍-୧୬ ଥିଲା । ଶାହଜାଜଙ୍କ ଏଫ୍-୧୬କୁ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ଖସାଇଥିଲେ । ଏୟାର୍ ଷ୍ଟ୍ରାଇକରେ ଭାରତୀୟ ଫାଇଟର୍ ଜେଟ୍ କ୍ରାସ୍ ହୋଇଥିଲା ଏବଂ ଭାରତୀୟ ପାଇଲଟ୍ ଅଭିନନ୍ଦନ ପାକିସ୍ତାନରେ ଅବତରଣ କରିଥିଲେ । ସ୍ଥାନୀୟ ଲୋକେ ଅଭିନନ୍ଦନଙ୍କୁ ଆକ୍ରମଣ କରିଥିଲେ । ପରେ ପାକିସ୍ତାନୀ ସେନା ତାଙ୍କୁ ବନ୍ଦୀ କରି ନେଇଥିଲେ । ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନ ସ୍ବଦେଶ ଫେରିଥିଲେ । କିନ୍ତୁ ଶହାଜଜଙ୍କୁ ପାକିସ୍ତାନୀ ଲୋକ ପିଟିପିଟି ମାରିଦେଲେ ।

{"id":90036,"width":574,"height":431}

ସୂତ୍ର ଅନୁସାରେ ଶାହଜାଜଙ୍କୁ ଲୋକମାନେ ନିର୍ମମ ଭାବେ ପିଟିଥିଲେ । ଯେତେବେଳେ ଲୋକଙ୍କୁ ଜଣାପଡିଥିଲା ଯେ, ସେ ଭାରତୀୟ ନୁହଁ ବରଂ ପାକିସ୍ତାନୀ ପାଇଲଟ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ସେଠାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ହସପିଟାଲରେ ହିଁ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିଲା ।

ମାତ୍ର ପାକିସ୍ତାନ ଏହାକୁ ସ୍ବୀକାର କରୁନାହିଁ । କାରଣ ପାକିସ୍ତାନ ଡରୁଛି ଯେ, ଯଦି ଏହା ଜଣାପଡିଯାଏ ତେବେ ସାରା ବିଶ୍ବ ଜାଣିବ ଯେ ପାକିସ୍ତାନ ଏଫ୍-୧୬ର ଅପବ୍ୟବହାର କରୁଛି । ପାକ୍ କୁ ଏଫ୍-୧୬ ଫାଇଟର ଜେଟ୍ ଆତଙ୍କବାଦୀ ବିରୋଧୀ ଅଭିଯାନ ପାଇଁ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.