କେମିତି ଖୋଲିଲା ପାକିସ୍ତାନର ଡାହା ମିଛ ଓ ଗାଲୁଆମି, ପଢନ୍ତୁ ପୂରା ରିପୋର୍ଟ

Published By : Prameya-News7 Bureau | February 28, 2019 IST

ନୂଆଦିଲ୍ଲୀ ୨୮|୧: ଫାଙ୍କୁ ଥିଲା ପାକିସ୍ତାନ କିନ୍ତୁ ସତ ଆଜି ସାମ୍ନାକୁ ଆସିଛି। ପାକିସ୍ତାନର ଏଫ ସିକ୍ସଟିନ ବିମାନକୁ ଭାରତ ଖସାଇଦେଇଥିବା ଦାବି କରିଥିଲା ଭାରତ କିନ୍ତୁ ଏହାକୁ ପାଙ୍କି ଚାଲିଥିଲା ପାକିସ୍ତାନ । କିନ୍ତୁ ଆଜି ସତ ସାମ୍ନାକୁ ଆସିଛି।  ସେହି ଏଫ ସିକ୍ସଟିନର ଧ୍ବଂସାବଶେଷ ମିଳିଛି।  ଯାହାକୁ ପାକିସ୍ତାନ ସେନା ସଂଗ୍ରହ କରୁଥିବା ଚିତ୍ର ଏବେ ସାମ୍ନାକୁ ଆସିଛି ।

ଆଉ ଲୁଚେଇ ପାରିଲାନି ପାକିସ୍ତାନ। ଧରାପଡ଼ିଗଲା ପାକିସ୍ତାନର ଡାହା ମିଛ। ଯେଉଁ ଫାଙ୍କୁ ଥିଲା ପାକିସ୍ତାନର F 16କୁ ଭାରତ ଖସାଇଥିବା ଦାବି ମିଛ। କିନ୍ତୁ ଆଜି ମିଛ ଧରାପଡ଼ିଯାଇଛି। ମିଳିଛି F 16ର ଧ୍ବଂସାବଶେଷ। ଆଉ ଏହାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏ ହେଉଛି ସେହି ଚିତ୍ର ଯେଉଁଥିରେ ଦେଖାଯାଉଛି। F 16ର ଧ୍ବଂସାବଶେଷ ପାକିସ୍ତାନ ସୀମାରେ ପଡ଼ିଛି ଆଉ ପାକିସ୍ତାନ ସେନାର ଯବାନମାନେ ଏହାକୁ ଘେରି ରହିଛନ୍ତି।

{"id":89449,"width":581,"height":238}

ଯେଉଁମାନେ ଏହାକୁ ଘେରି ରହିଛନ୍ତି ସେମାନେ ହେଉଛନ୍ତି ପାକିସ୍ତାନ ପାକ୍‌ ଅଧିକୃତ କାଶ୍ମୀରର ସେଭେନ ନର୍ଦର୍ଣ୍ଣ ଲାଇଟ ଇନଫ୍ୟାଣ୍ଟିର କମାଣ୍ଡିଙ୍ଗ ଅଫିସର। ଯେତେବେଳେ ଏହି ଚିତ୍ର ସାମ୍ନାକୁ ଆସିଥିଲା କିଛି ମଧ୍ୟ ଏହା ଦାବି କରିଥିଲେ ଯେ ଏ ହେଉଛି ସେହି ଭାରତୀୟ ମିଗ୍‌ ବିମାନର ଧ୍ବଂସାବଶେଷ ଯାହା ପାକିସ୍ତାନ ସୀମାରେ କ୍ରାସ ହୋଇଥିଲା। ପାକିସ୍ତାନ ଏଠି ମଧ୍ୟ ଫାଙ୍କିବାକୁ ଚେଷ୍ଟା କରିଥିଲା। ତେବେ ବାୟୁସେନା ସ୍ପଷ୍ଚ କରିଦେଇଥିଲା ଏହା ଏଫ ୧୬ର ହିଁ ଧ୍ବଂସାବଶେଷ।

ଦେଖନ୍ତୁ ଏହି ଦୁଇଟି ଫଟୋ। ବାମ ପଟେ ଏଫ ୧୬ ବିମାନ ଇଞ୍ଜିନର ଫାଇଲ୍‌ ଚିତ୍ର। ଏହାର ଆରୋ ମାର୍କ ହୋଇଥିବା ଅଂଶ ହିଁ ମିଳିଥିବା ଧ୍ବଂସାବଶେଷ ସହିତ ମେଳ ଖାଉଛି। ତେଣୁ ଯେତେ ଫାଙ୍କିଲେ ବି ସତ କିନ୍ତୁ ଜଣା ପଡ଼ିଯାଇଥିଲା। ଏ ହେଉଛି ସେହି ଏଫ ୧୬ ଯାହାକୁ ଗତକାଲି ଭାରତ ଖସାଇଦେଇଥିଲା। ସେତେବେଳେ ପାକିସ୍ତାନ ସେନା ମୁଖପାତ୍ର ଆସିଫ ଘଫୁର ଏହାକୁ ହସରେ ଉଡ଼ାଇ ଦେଇଥିଲେ।

{"id":89451,"width":578,"height":345}

ଏବେ ପାକ୍‌ ସେନା ଜାଣିସାରିବଣି ଯେ ସତ ପାକ୍‌ ସୀମା ଡେଇଁ ଭାରତକୁ ଆସିସାରିଲାଣି। ଏବେ ଭଲକି ଦେଖନ୍ତୁ ସେହି ଫଟୋକୁ ଏଥିରେ ଫଟୋର ତାରିଖ ବି ପଡ଼ିଛି। ୨୭ ଫେବ୍ରୁଆରି ୨୦୧୯ ସମୟ ୧୦ଟା ୪୭ । ଏହା ସେହି ସମୟର ଚିତ୍ର ଠିକ୍‌ ଯେତିକିବେଳେ ଏଫ ସିକ୍ସଟିନକୁ ଭାରତ ଖସେଇଥିଲା। ତେଣୁ ମନା କରିବାର ହିଁ ବାଟ ନାହିଁ ଏ ହେଉଛି ସେହି ଏଫ ସିକ୍ସଟିନ ଯାହାକୁ ପାକିସ୍ତାନ ଭାରତ ସୀମାକୁ ଫଠାଇଥିଲା। ୩ଟା ଏଫ ସିକ୍ସଟିନ ପଠେଇଥିଲା ପାକିସ୍ତାନ, ଜାମ୍ମୁ, ନୌସେରା ଏବଂ ପୁଞ୍ଚ ଅଞ୍ଚଳରେ ଏମାନେ ଭାରତସୀମାକୁ ପ୍ରବେଶ କରିଥିଲେ।  

କିନ୍ତୁ ଗୋଟିଏ ଭାରତ ଖସେଇଦେଇଥିଲା। ସେହି ସମୟରେ ଏଥିରୁ ଜଣେ ପାଇଲଟ ମଧ୍ୟ ପାରଚ୍ୟୁଟରୁ ତଳକୁ ଖସିଥିଲେ। ତେବେ ସେହି ପାଇଲଟଙ୍କ ଅବସ୍ଥା କିଛି ଜଣା ପଡ଼ିନାହିଁ। କୁହାଯାଉଛି ପାକିସ୍ତାନ ଯେଉଁ ଦ୍ବିତୀୟ ପାଇଲଟଙ୍କୁ ଧରିଥିବାର ଦାବି କରୁଛି ସେ ହେଉଛି ତାଙ୍କର ଦେଶର ପାଇଲଟ, ଯିଏକି ଏଫ ୧୬ରେ ପାକିସ୍ତାନରୁ ଉଡ଼ାଣ କରିଥିଲେ କିନ୍ତୁ ବିମାନକୁ ଭାରତ ଖସେଇଦେବା ପରେ ସେ ପାକିସ୍ତାନ ସୀମାରେ ଖସି ପଡ଼ିଥିଲେ।  ଆପଣ ବି ନିଶ୍ଚୟ ଜାଣିଥିବେ ଏଫ ୧୬ ବିମାନ ପାକିସ୍ତାନ ଆମେରିକାଠାରୁ କିଣିଥିଲା। ଆଉ ସେତେବେଳେ ଆମେରିକା ସର୍ତ୍ତ ମଧ୍ୟ ରଖିଥିଲା ଏହାକୁ କେବଳ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ପାକିସ୍ତାନ ବ୍ୟବହାର କରିବ।

{"id":89452}

କିନ୍ତୁ ସେଠି ମଧ୍ୟ ପାକିସ୍ତାନ ମିଛ କହିଛି। ପାକିସ୍ତାନ ସେଠାରେ ଯେଉଁ ସର୍ତ୍ତ କରିଥିଲା ତାକୁ ମଧ୍ୟ ସେ ଭାଙ୍ଗିଛି। ଏହାକୁ ଭାରତ ବିରୋଧରେ ପ୍ରୟୋଗ କରିଛି। କିନ୍ତୁ ପାକିସ୍ତାନର ଏହି ଅତି ପରାକ୍ରମ ସେହିଠାରେ ହିଁ ଧରାଶାୟୀ ହୋଇଛି। ଆଉ ଗୋଟିଏ ମିଗ୍‌ ବିମାନକୁ ଖସାଇ ଛାତି ପିଟି ହେଉଥିବା ପାକିସ୍ତାନ ନିଜେ ହିଁ ଅନୁଭବ କରୁଥିବ ଗୋଟିଏ ମିଗ୍‌ର କ୍ଷତି ଠାରୁ ଗୋଟିଏ ଏଫ ୧୬ର କ୍ଷତି କେତେ ଅଧିକ ।  

ପାକିସ୍ତାନ ଯେତେ ଫାଙ୍କିଲେ ବି ସତ କିନ୍ତୁ ସାମ୍ନକୁ ଆସିବ। ଏବେ ତାହାହିଁ ହୋଇଛି। ପାକିସ୍ତାନ ସୀମା ସେପଟେ ଏଲଓସି ପାଖରେ ପଡ଼ିଛି ଏହାର ଧ୍ବଂସାବଶେଷ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.