ଭାରତ ଯାତ୍ରାର ଅନୁଭୂତି ବଖାଣିଲେ ପାକିସ୍ତାନୀ ବିଶେଷଜ୍ଞ, କହିଲେ ‘ଆଶ୍ଚର୍ଯ୍ୟ ଦେଶ’
10/03/2023 at 8:07 PM

ଇସ୍ଲାମାବାଦ ୧୦।୩: ପାକିସ୍ତାନ ବିଦେଶ ନୀତି ଏକ୍ସପର୍ଟ ଉଜୈର ୟୁନୁସ ନିକଟରେ ଭାରତ ଗସ୍ତରେ ଆସିଥିଲେ। ଏହି ଭାରତ ଯାତ୍ରାରେ ସେ ଏତେମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କର ଏହି ଯାତ୍ରାକୁ ‘ଭବିଷ୍ୟକୁ’ ଯିବା ଭଳି ବୋଲି କହିଛନ୍ତି। ଉଜୈର ୟୁନସ୍ ନିକଟରେ କରିଥିବା ଭାରତ ଯାତ୍ରାର ଅଭିଜ୍ଞତା ବୟାନ କରିଛନ୍ତି। ଯେଉଁଥିରେ ଭାରତର ଭିତ୍ତିଭୂମି ବିକାଶ ନିମନ୍ତେ ଖୁବ୍ ନିବେଶ ହୋଇଥିବା ବେଳେ ଅର୍ଥବ୍ୟବସ୍ଥାର ଡିଜିଟାଲାଇଜେସନ ଲାଗି ଖୁବ୍ ପ୍ରୟାଶ କରାଯାଇଛି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଭାରତୀୟଙ୍କ ମଧ୍ୟରେ ଏବେ ଏକ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। ସେମାନେ ‘ଏହା ଆମର ସମୟ’ ବୋଲି ଭାବୁଛନ୍ତି ଓ ‘ଏବେ ନୁହେଁ ତ କେବେ ନୁହେଁ’ ନୀତିରେ ଆଗକୁ ବଢୁଛନ୍ତି ବୋଲି ୟୁନୁସ୍ କହିଛନ୍ତି। ପାକିସ୍ତାନ ଫରେନ ପଲିସି ଏକ୍ସପର୍ଟ ସେତେବେଳେ ଆଶ୍ଟର୍ଯ୍ୟଚକିତ ହୋଇଗଲେ ଯେତେବଳେ ଏକ ମୋଚି ଦୋକାନ ଓ ପାନ ଦୋକାନରେ ଡିଜିଟାଲ ପେମେଣ୍ଟ ପାଇଁ କ୍ୟୁଆର କୋଡ ଦେଖିଲେ। ସେ କହିଛନ୍ତିଯେ ମୁଁ ଏକ କଚୋଡି ଦୋକାନରେ ଥିଲି ଦେଖୁଥିଲି ଲୋକେ ଖାଇକରି ଚାଲି ଯାଉଛନ୍ତି କେହି ଦୋକାନୀକୁ ପଇସା ଦେଉ ନାହାନ୍ତି। ସେତେବେଳେ ଦେଖିଲି ଦୋକାନରେ ପେଟିଏମର କ୍ୟୁଆର କୋଡ ଲାଗିଛି, ଲୋକେ ଖାଇ ପଇସା ପୈଠ କରି ଚାଲିଯାଉଛନ୍ତି। ଏଥିରୁ ଏପରି ଲାଗୁଥିଲା ଯେ ମୁଁ ଯେପରି କୌଣସି ଏକ ଭବିଷ୍ୟତର ଦୁନିଆରେ ପହଞ୍ଚି ଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।
କେବଳ ଏତିକି ନୁହେଁ ଭାରତରେ ପ୍ରତ୍ୟେକଙ୍କ ନିକଟରେ ଜିରୋ ବ୍ୟାଙ୍କ ଆକାଉଣ୍ଟ, ୟୁପିଆଇ ଓ ମୋବାଇଲ ଫୋନ ଥିବା ଜାଣି ସେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ସେ କହିଛନ୍ତି ଯେ ୟୁପିଆଇରେ ପଇସା ପୈଠ କରିବାକୁ କୌଣସି ମୂଲ୍ୟ ଦେବାକୁ ପଡୁ ନାହିଁ। କାରଣ ଭାରତ ସରକାର ଏଥିଲାଗି ଭିତ୍ତିଭୂମି ବିକଶିତ କରିଛନ୍ତି। ସେ ଭାରତରେ ଏପରି କ୍ୟାସ୍ ଫ୍ଲୋ କୁ ତୁଳନା କରି କହିଛନ୍ତି ଯେ ପାକିସ୍ତାନ ଜିଡିପିର ଏହା ୨୦ ପ୍ରତିଶତ ପାଖାପାଖି ହେବ।

ଭାରତରେ ଲୋକଙ୍କ ଜୀବନ ଏବେ ପୁରା ପୁରି ବଦଳି ଯାଇଥିବା ସେ କହିଛନ୍ତି। ସରକାର ଲୋକଙ୍କ ଲାଗି ଯେଉଁ ଉପାୟ ଅବଲମ୍ବନ କରୁଛନ୍ତି ଏଥିରୁ ଲୋକଙ୍କୁ ଏହି ସବୁ ଲାଭ ମିଳୁଥିବା ସେ ଉଲ୍ଲେଖ କରିଛନ୍ତି। ସରକାରୀ ସବସିଡି ଯୋଗୁ ଡିଜିଟାଲ ୱାଲେଟ୍ ଦେଶରେ ଏତେ ଲୋକପ୍ରିୟ ହୋଇଥିବା ସେ କହିଛନ୍ତି। ଏଥି ଯୋଗୁ ଦେଶରେ ଅନଲାଇନ ସେବା ବଢିଥିବା ବେଳେ ଦୁର୍ନୀତି ହ୍ରାସ ହୋଇଛି ବୋଲି କହିଛନ୍ତି।