ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଉଡିଲା ଡ୍ରୋନ

Published By : Prameya-News7 Bureau | January 17, 2020 IST

ଅମୃତସର ୧୭।୦୧: ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଦେଖାଦେଇଛି ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ । ତେବେ ଏହି ଡ୍ରୋନ ଜରିଆରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଓ ହେରୋଇନ୍ ଆସୁଥିବାର ମାମଲା ସାମ୍ନାକୁ ଆସୁଛି । ପଞ୍ଚାବର ତରାତାରନର ସୀମାବର୍ତ୍ତୀ ଅଞ୍ଚଳ ଆକାଶରେ ପୁଣି ଡ୍ରୋନ ଦେଖାଦେଇଛି । ତେବେ ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନର ଅନାଧିକାର ପ୍ରବେଶକୁ ଦେଖି ସରକାର କଡା ପଦକ୍ଷେପ ନେଇଛନ୍ତି । ଭାରତ-ପାକିସ୍ତାନ ସୀମାର ୨୫କିଲୋମିଟର ଭିତରେ ଥିବା ଅଞ୍ଚଳକୁ ‘ନୋ ଡ୍ରୋନ ଜୋନ୍’ ଭାବେ ଘୋଷଣା କରାଯାଇଛି ।

{"id":212423,"sizeSlug":"large"}

ସ୍ଥାନୀୟଅଞ୍ଚଳରେ ଲୋକମାନଙ୍କୁ ସୂଚିତ କରିବା ପାଇଁ ‘ ନୋ ଡ୍ରୋନ ଜୋନ’ର ବୋର୍ଡ ଲଗାଯାଇଛି । ସାଧାରଣଲୋକଙ୍କୁ ମଧ୍ୟ ଡ୍ରୋନ ଉଡାଇବା ପାଇଁ ମନା କରାଯାଇଛି । ଏହାପୂର୍ବରୁ ୨୨ସେପ୍ଟେମ୍ବର ୨୦୧୯ ଦିନ ପୋଲିସ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସର ଚାରିଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ସେମାନଙ୍କ ଠାରେ ପାଞ୍ଚଟି ରାଇଫଲ, ମାଗାଜିନ, ପିସ୍ତଲ ଜବତ ହୋଇଥିଲା । ଆତଙ୍କବାଦୀଙ୍କ କହିବାନୁଯାୟୀ ଡ୍ରୋନ ଜରିଆରେ ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚିଥିଲା । ସେହିଭଳି ୨୪ଡିସେମ୍ବରରେ ତରନତାରନ ଅଞ୍ଚଳରୁ ଏକ ଡ୍ରୋନ ମଧ୍ୟ ଜବତ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.