scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋ ପାଟିରୁ ଖସିଗଲା, ଐଶର୍ଯ୍ୟାଙ୍କୁ କ୍ଷମା ମାଗିଲେ ପାକିସ୍ତାନୀ କ୍ରିକେଟର

15/11/2023 at 1:01 PM

ମୁମ୍ୱାଇ ୧୫/୧୧: କ୍ରିକେଟ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନ ଥିଲା ନୈରାଶ୍ୟଜନକ । । ଫଳରେ କ୍ୱାଲିଫାଏ ଲିଷ୍ଟିରୁ ବାଦ୍ ପଡିଥିଲା ଦଳ । ଏହା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବତନ କ୍ରିକେଟରଙ୍କ ସମେତ ପ୍ରଶଂସକ ବି pcb କୁ କଡ୍ଡା ସମାଲୋଚନା କରିଛନ୍ତି । ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଅବ୍ଦୁଲ୍ ରଜ୍ଜାକ୍ ବି ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି ।

ରଜ୍ଜାକ୍ ପାକିସ୍ତାନୀ କ୍ରିକେଟ ବୋର୍ଡ ସହ ଆଲୋଚନା କରିବା ବେଳେ ଏମିତି କିଛି କହିଛନ୍ତି । ଯାହା ସବୁ ସୀମା ସରହଦ ପାର୍ କରିଛି ବୋଲି ଚର୍ଚ୍ଚା ହେଉଛି । ରଜ୍ଜାକ୍ pcbକୁ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ରାୟଙ୍କ ତୁଳା କରିଛନ୍ତି । ବୟାନ ଦେଇ ଏମିତି କହିଛନ୍ତି, ଯାହା କ୍ରିକେଟ ଜଗତକୁ ପୁରା ଲଜ୍ଜାଜନକ ହେବା ଭଳି ମନେ ହେଉଛି । ତେବେ ଏହା ପରେ ସେ ନିଜେ ଭୁଲ ବି ସ୍ୱୀକାର କରିଛନ୍ତି ।

ରଜ୍ଜାକ୍ କହିଛନ୍ତି ଆମେ କ୍ରିକେଟ ବିଷୟରେ ଟିଭିରେ ଚର୍ଚ୍ଚା କରୁଥିଲୁ, ହଠାତ୍ ମୋ ପାଟିରୁ ସ୍ଲିପ୍ କରିଗଲା କିଛି । ଭୁଲରେ ମୁଁ ଐଶର୍ଯ୍ୟା ରାୟଙ୍କ ନାଁ କହିଦେଲି । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ କ୍ଷମାପ୍ରାର୍ଥନା କରୁଛି । ମୋର ସେମିତି କିଛି ଉଦ୍ଦେଶ୍ୟ ନଥିଲା । କାହାର ଭାବନାକୁ ଆଘାତ ଦେବାରେ ବି ମୋର ଉଦ୍ଦେଶ୍ୟ ନଥିଲା । ଜଷ୍ଟ ସେମିତି ଟଙ୍ଗ ସ୍ଲିପ୍ ହୋଇଗଲା ବୋଲି ସ୍ପଷ୍ଟ କରିଛନ୍ତି । ରଜ୍ଜାକ୍ ନିଜର ବିବାଦୀୟ ବୟାନକୁ ନେଇ ଏମିତି କହିଛନ୍ତି । ଆଉ ଭୁଲି ବି ସ୍ୱିକାର କରିଛନ୍ତି ।

   Related Posts