ନୂଆଦିଲ୍ଲୀ ୧୧/୦୭: ପାକିସ୍ତାନ କ୍ରିକେଟ୍ ଟିମ୍ର ପିଛା ଛାଡୁନି ବିବାଦ । ଖରାପ ପ୍ରଦର୍ଶନ ଏବଂ ବେଳେବେଳେ ଖେଳାଳିଙ୍କ ମଧ୍ୟରେ ବିଭାଜନ ହେତୁ ପାକିସ୍ତାନ ଦଳ ଚର୍ଚ୍ଚାରେ ରହିଆସିଛି। ବର୍ତ୍ତମାନ ଟିମ୍ରେ ମୁଣ୍ଡ ଟେକିଛି ନୂଆ ବିବାଦ । ପାକିସ୍ତାନୀ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦିଙ୍କୁ କୋଚିଂ କର୍ମଚାରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ସମ୍ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ମାସରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ୨୦୨୪ସମୟରେ ଶାହିନ ଏହି ଲଜ୍ଜାଜନକ କାର୍ଯ୍ୟ କରିଛନ୍ତି । କୋଚ୍ ଗ୍ୟାରି କିର୍ଷ୍ଟେନ୍ ଏବଂ ଅଜହର ମହମୁଦ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ରେ ଅଭିଯୋଗ କରିଛନ୍ତି । ଦଳର ସିନିୟର ମ୍ୟାନେଜର ୱାହାବ ରିଆଜ ଏବଂ ମ୍ୟାନେଜର ମାନସ ରାଣା ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି ବୋଲି ଦାବି କରାଯାଇଛି । ଅଭିଯୋଗ ସତ୍ତ୍ୱେ ଦୁହେଁ ଏ ବାବଦରେ କିଛି କହିନାହାଁନ୍ତି । ବର୍ତ୍ତମାନ ଏହି ଘଟଣା ଜଣାପଡିବା ପରେ ପାକିସ୍ତାନ ଦଳକୁ ଟ୍ରୋଲ୍ କରାଯାଉଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଟି-୨୦ ବିଶ୍ୱକପ ୨୦୨୪ସମୟରେ ଶାହିନ ଗ୍ୟାରି କିର୍ଷ୍ଟେନ ଏବଂ ସହକାରୀ ପ୍ରଶିକ୍ଷକ ଅଜହର ମହମୁଦଙ୍କ ସହ ଅସଦାଚରଣ କରିଥିଲେ। ଅନ୍ୟପକ୍ଷରେ, ୱାହାବ ଏବଂ ମାନସୁର ମଧ୍ୟ ତାଙ୍କୁ ଭୁଲ ମାର୍ଗରେ ମାର୍ଗଦର୍ଶନ କରିଥିଲେ । ଗ୍ୟାରୀ ଏବଂ ଅଜହର, ପିସିବିରେ ଅଭିଯୋଗ କରି ଖେଳାଳିଙ୍କ ପରସ୍ପର ବିରୋଧରେ ଲବି କରୁଥିବା କଥା ମଧ୍ୟ କହିଛନ୍ତି । କହିରଖୁଛୁ ଯେ ଗତ ବର୍ଷ ଭାରତ ଆୟୋଜିତ ହୋଇଥିବା ଏକଦିବସୀୟ ବିଶ୍ୱକପ ପରଠାରୁ ପାକିସ୍ତାନ ଦଳର ଲଜ୍ଜାଜନକ ପ୍ରଦର୍ଶନ ଚାଲିଛି। ତେବେ ପାକିସ୍ତାନ ଦଳ ମଧ୍ୟ ଏକଦିବସୀୟ ବିଶ୍ୱକପ୍ରେ ଗ୍ରୁପ୍ ପର୍ଯ୍ୟାୟରୁ ବାଦ ପଡିଥିଲା।
ଏହା ପରେ, ପିସିବି ଶାହିନ୍ଙ୍କୁ ଟି-୨୦ ଦଳର ଅଧିନାୟକ କରି ଦଳରେ ପରିବର୍ତ୍ତନ କରିଥିଲା। ତଥାପି ଦଳର ପ୍ରଦର୍ଶନର ଖରାପ ରହିଥିଲା । ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଶାହିନଙ୍କ ଅଧିନାୟକତ୍ୱରେ ମଧ୍ୟ ପାକିସ୍ତାନ ଟିମ୍ର ପରପରମାନ୍ସ ବହୁତ ଖରାପ୍ ଥିଲା । ଏଭଳି ପରିସ୍ଥିତିରେ ପିସିବି ପୁନର୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶାହିନ୍ଙ୍କଠାରୁ ଅଧିନାୟକତ୍ୱ ଛଡ଼ାଇ ନେଇ ପୁଣିଥରେ ବାବରଙ୍କୁ ଦେଇଥିଲେ ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ PCB ର ଏହି ନିଷ୍ପତ୍ତିରେ ଶାହିନ୍ ବହୁତ ଖପ୍ପା ହୋଇଥିଲେ । ସ୍ଥିତି ଏମିତି ହୋଇଥିଲା କି, ଖେଳାଳିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗ୍ୟାରି କିର୍ଷ୍ଟେନ୍ ପୂର୍ବରୁ ପାକିସ୍ତାନ ଦଳରେ ବିଭାଜନ ଏବଂ ଖେଳାଳିଙ୍କ ଦ୍ୱାରା ଲବି କରିବା ବିଷୟରେ କହିଥିଲେ । ଟି-୨୦ ବିଶ୍ୱକପ ୨୦୨୪ରେ ଗ୍ରୁପ୍ ପର୍ଯ୍ୟାୟ ବାହାରେ ରହିବା ପରେ ଗ୍ୟାରି ଏହା କହିଥିଲେ । ୨୦୨୧ ରେ ODI ବିଶ୍ୱକପରେ ଭାରତକୁ ଚାମ୍ପିଅନ୍ କରିଥିବା ଗ୍ୟାରି କିର୍ଷ୍ଟେନ୍ ପାକିସ୍ତାନୀ ଦଳକୁ ସମାଲୋଚନା କରିବାରେ କୌଣସି ସୁଯୋଗ ଛାଡିନଥିଲେ ।
ପାକିସ୍ତାନ 'ଜାଙ୍ଗ' ଖବରକାଗଜର ୱେବସାଇଟ୍ କିର୍ଷ୍ଟେନଙ୍କ ଉଦ୍ଦେଶ୍ୟରେ କହିଛି ଯେ ପାକିସ୍ତାନ ଦଳରେ ଏକତା ନାହିଁ । ସେମାନେ ଏହାକୁ ଏକ ଦଳ ବୋଲି କହନ୍ତି, କିନ୍ତୁ ଏହା ଏକ ଦଳ ନୁହେଁ । ଖେଳାଳିମାନେ ପରସ୍ପରକୁ ସମର୍ଥନ କରୁନାହାଁନ୍ତି । ସମସ୍ତେ ଅଲଗା ଅଟନ୍ତି । ମୁଁ ଅନେକ ଦଳ ସହିତ କାମ କରିଛି, କିନ୍ତୁ ମୁଁ ଏପରି ଦଳ କେବେ ଦେଖି ନାହିଁ ।