ଋଷ୍-ୟୁକ୍ରେନ୍ ଯୁଦ୍ଧରେ ହିରୋ ଭାବେ ଉଭା ହେଲେ ଏହି ପାକିସ୍ତାନୀ, ୟୁକ୍ରେନ୍ ସେନାକୁ କିଣି ଦେଲେ ୨ଟି ଫାଇଟର୍ ଜେଟ୍
20/05/2022 at 11:07 AM

ଇସଲାମାବାଦ ୨୦।୫: ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ତିନି ମାସ ବିତିଗଲାଣି । କମ୍ ସମ୍ବଳ ଥିବା ସତ୍ତ୍ବେ ୟୁକ୍ରେନ ଲଗାତର ଋଷକୁ କଡା ଟକ୍କର ଦେଉଛି । ୟୁକ୍ରେନ୍କୁ ଆମେରିକା ଏବଂ ତାର ସହଯୋଗୀ ଦେଶ ସାହାଯ୍ୟ କରୁଛନ୍ତି । ଏହାସହ ଦେଶର ଅନେକ ବଡ ବଡ ଶିଳ୍ପପତି ମଧ୍ୟ ୟୁକ୍ରେନ୍ ସେନାକୁ ସାହାଯ୍ୟ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ କିବ୍ ପୋଷ୍ଟର ପୂର୍ବତନ ପ୍ରକାଶକ ତଥା ପାକିସ୍ତାନର ଅରବପତି ମହମ୍ମଦ ଜହୁର ୟୁକ୍ରେନ ସେନାକୁ ୨ଟି ଯୁଦ୍ଧ ବିମାନ କିଣି ଦେଇଛନ୍ତି ।
ନ୍ୟୁଜଓ୍ବିକ୍ର ରିପୋର୍ଟ ଅନୁସାରେ ମହମ୍ମଦ ଜହୁରଙ୍କ ପତ୍ନୀ ତଥା ୟୁକ୍ରେନ ଗାୟିକା କମାଲିୟା ଜହୁର କହିଛନ୍ତି ଯେ, ତାଙ୍କ ସ୍ବାମୀ ଏବଂ ତାଙ୍କର କିଛି ଧନୀ ବନ୍ଧୁ ମିଶି ଋଷ ବିରୋଧୀ ଲଢେଇରେ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସ୍ବାମୀ ୟୁକ୍ରେନ ବାୟୁସେନା ପାଇଁ ୨ଟି ଜେଟ୍ କିଣିବାରେ ମଧ୍ୟ ସାହାଯ୍ୟ କରିଛନ୍ତି ।
କମାଲିୟା କହିଛନ୍ତି ଯେ, ସେମାନେ ଯୁଦ୍ଧ ହେବା ପରେ ମଧ୍ୟ କିଛି ଦିନ ୟୁକ୍ରେନରେ ରହିଲେ । ଏହି ସମୟରେ ସେମାନଙ୍କର ପୁରା ଫୋକସ୍ ୟୁକ୍ରେନ୍ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସୁନିଶ୍ଚିତ କରିବାର ଥିଲା । ପାକିସ୍ତାନରେ ଜନ୍ମିତ ବ୍ରିଟିଶ ବ୍ୟବସାୟୀ ଫଣ୍ଡ୍ ସଂଗ୍ରହ ଏବଂ ବ୍ରିଟେନ୍ ଏବଂ ୟୁରୋପର ଅନ୍ୟ ସ୍ଥାନରେ ଶରଣାର୍ଥୀଙ୍କୁ ସ୍ଥାନାନ୍ତରରେ ସାହାଯ୍ୟ କରିବାକୁ ପ୍ରୟାସ କରୁଛନ୍ତି । ସେ ୟୁକ୍ରେନୀୟମାନଙ୍କ ପାଇଁ ସୁରକ୍ଷିତ ସୁରକ୍ଷିତ ମାର୍ଗ ସୁନିଶ୍ଚିତ କରିବା ରାଷ୍ଟ୍ରାଧ୍ୟକ୍ଷ ତଥା ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଅନେକ ବୈଠକ ମଧ୍ୟ କରିଛନ୍ତି । ମାର୍ଚ୍ଚରେ ଅରବ ନ୍ୟୁଜ୍ ସହ ଆଲୋଚନା ବେଳେ ଜହୁର ବିଶ୍ବବାସୀଙ୍କୁ ୟୁକ୍ରେନକୁ ସମର୍ଥନ କରିବା ଏବଂ ସହାୟତା ପାଇଁ ଆହ୍ବାସ କରିଥିଲେ । ସେ ଲୋକଙ୍କୁ ସଠିକ୍ର ସମର୍ଥନ କରିବାକୁ କହିଥିଲେ ।