ଗୁଜରାଟରେ ପାକିସ୍ତାନ ନୌକାରୁ ୩୦୦ କୋଟିର ଡ୍ରଗ୍ସ ଜବତ, ହତିଆର ସହ ୧୦ ପାକିସ୍ତାନୀ ଗିରଫ
26/12/2022 at 8:35 PM

ନୂଆଦିଲ୍ଲୀ: ଗୁଜରାଟରେ ଭାରତୀୟ ତଟରକ୍ଷୀ ବାହିନୀକୁ ବଡ଼ ସଫଳତା ମିଳିଛି। ଗୋଟିଏ ପାକିସ୍ତାନୀ ନୌକାରୁ ଧରିବାରେ ସଫଳ ହୋଇଛି। ଏଥିରେ ମୋଟ 10 ଜଣ ପାକିସ୍ତାନୀ ଥିଲେ । ପାକିସ୍ତାନୀ ନୌକାକୁ ଭାରତୀୟ ଜଳ ସୀମା ଭିତରୁ ଧରାଯାଇଛି । ନୌକାରେ ବିପୁଳ ମାତ୍ରାରେ ହତିଆର ଏବଂ ଗୋଳା-ବାରୁଦ ଜବତ କରାଯାଇଛି । ଭାରତୀୟ କୋଷ୍ଟ ଗାର୍ଡକୁ ଗୁଜଟାର ଏଟିଏସଠାରୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ନୌକାରେ ୪୦ କେଜି ଡ୍ରଗ୍ସ ଜବତ କରାଯାଇଛି । ଜବତ ଡ୍ରଗ୍ସର ବଜାର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଛି ।
Indian Coast Guard (ICG) on the basis of intelligence input by ATS Gujarat has apprehended a Pakistani Boat with 10 crew in Indian waters carrying arms, ammunition and approx. 40 kgs of Narcotics worth Rs. 300 crores: Indian Coast Guard pic.twitter.com/oRCoCvX7fp
— ANI (@ANI) December 26, 2022
ଭାରତୀୟ ତଟରକ୍ଷୀ ବାହିନୀ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଡିସେମ୍ୱର ୨୫-୨୬ ରାତିରେ ମିଡ୍ ନାଇଟ୍ ଅପରେସନ କରିଥିଲା । ଗୁଜରାଟ ଏଟିଏସ ପକ୍ଷରୁ ଏହି ଗୁଇନ୍ଦା ରିପୋର୍ଟ ଦିଆଯାଇଥିଲା । ଆଇସିଜି ନିଜ ଜାହାଜ ଆଇସିଜିଏସ ଅରିଞ୍ଜିୟକୁ ଏହି ମିଶନରେ ସାମିଲ କରିଥିଲା । ଏହି ମାମଲାରେ ୧୦ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି ।