କାବୁଲ ୦୬।୦୯: ଆଫଗାନିସ୍ତାନର ପଞ୍ଜଶୀର ଘାଟିକୁ କବଜା କରିଥିବା ଦାବି କରିଛି ତାଲିବାନ। ଏହା ମଧ୍ୟ କୁହାଯାଉଛି ବିଦ୍ରୋହ ଆନ୍ଦୋଳନର ନେତା ଅମରୁଲ୍ଲା ଓ ଅହମ୍ମଦ ମସୁଦ ସେଠାରୁ ଜୀବନ ବଞ୍ଚାଇ ପଳାୟନ କରୁଛନ୍ତି। ପୂରା ଆଫଗାନିସ୍ତାନ ଏବେ ତାଲିବାନ ହାତକୁ ଆସିଥିବା ତାଲିବାନୀ ଦାବି କରୁଛନ୍ତି। ଏହା ମଧ୍ୟରେ ମସୁଦ ଫେସବୁକ୍ରେ ଏକ ଭିଡିଓ ମେସେଜ୍ ଜାରି କରି କହିଛନ୍ତି, ପଞ୍ଜଶୀରରେ ସମସ୍ତ ନେତା ଏବେ ମଧ୍ୟ ଅଛନ୍ତି ଏବଂ ତାଲିବାନ ବିରୋଧରେ ଲଢେଇ ଶେଷ ହୋଇ ନାହିଁ।
ମସୁଦ ପୂରା ଆଫଗାନିସ୍ତାନର ଲୋକଙ୍କୁ ତାଲିବାନ ବିରୋଧରେ ଛିଡା ହେବାକୁ ଅପିଲ୍ କରିଛନ୍ତି। ପଞ୍ଜଶୀରର ବିଦ୍ରୋହୀ ଅଛନ୍ତି ଏବଂ ତାଲିବାନ ବିରୋଧରେ ଲଢେଇ ଜାରି ରହିବ। ସମସ୍ତ ବିଦ୍ରୋହୀ ଘାଟିରେ ଉପସ୍ଥିତ ଅଛନ୍ତି ଏବଂ ତାଲିବାନୀଙ୍କ ମୁକାବିଲା କରୁଛନ୍ତି। ରକ୍ତର ଶେଷ ବୁନ୍ଦା ପର୍ଯ୍ୟନ୍ତ ହାର ମାନିବୁ ନାହିଁ। ଏହା ପୂର୍ବରୁ ଏମିତି ଖବର ଆସିଥିଲା ଯେ, ମସୁଦର ଘର ଉପରେ ହମଲା କରାଯାଇ ହତ୍ୟା କରାଯାଇଛି। କିନ୍ତୁ ମସୁଦ ଟ୍ଵିଟ୍ କରି ନିଜେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି।
wp:html /wp:htmlପାକିସ୍ତାନ ଲଢୁଛି ଲଢେଇ
ମସୁଦ ଅଡିଓରେ ପୁଣି ଥରେ ତାଲିବାନ ସହ ମିଶି ପାକିସ୍ତାନ ଆର୍ମି ଆମ ଉପରେ ଆକ୍ରମଣ କରୁଥିବା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ସିଧାସଳଖ ଆଫଗାନୀଙ୍କ ଉପରେ ଆକ୍ରମଣ କରିଛି। ପାକିସ୍ତାନୀ ବାୟୁ ସେନା ପଞ୍ଜଶୀର ଉପରେ ହମଲା କରିଥିଲେ ଏବଂ ଏହାର ଦୁଇ ଜେଟ୍ ମାରି ଖସାଇ ଦିଆଯାଇଛି। ଏଥିରେ ପାକିସ୍ତାନୀ କମାଣ୍ଡୋଜ୍ ମୃତ୍ୟୁବରଣ କରିଥିବା ଦାବି କରାଯାଇଛି।
ମସୁଦ କହିଛନ୍ତି, ତାଲିବାନ ପାକିସ୍ତାନ ସାହାଯ୍ୟରେ ଆମ ଉପରେ ହମଲା କରୁଛି। ସଂପ୍ରତି ପାକିସ୍ତାନର ଆଇଏସଆଇ ମୁଖ୍ୟ ଫୈଜ ଅହମ୍ମଦ ମଧ୍ୟ କାବୁଲରେ ଅଛନ୍ତି। ପଞ୍ଜଶୀର ଆକ୍ରମଣର ରଣନୀତି ପାକିସ୍ତାନ ପ୍ରସ୍ତୁତ କରୁଥିବା କୁହାଯାଉଛି।