କାଶ୍ମୀରରୁ ପାକିସ୍ତାନୀ ଏଜେଣ୍ଟ ଗିରଫ, ଶତ୍ରୁ ଦେଶକୁ ପଠାଉଥିଲା ଯବାନଙ୍କ ଫଟୋ ଓ ତଥ୍ୟ
5/03/2020 at 2:52 PM

ଶ୍ରୀନଗର ମାର୍ଚ୍ଚ ୦୫: ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ ଗୁଇନ୍ଦାଗିରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକଜଣଙ୍କ ପାକିସ୍ତାନର ଗୁଇନ୍ଦା ବିଭାଗ ପାଇଁ ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ପୋଲିସ ନରଓ୍ୱାଲ ଫଳ ଓ ପରିବା ବଜାରରୁ ତାଙ୍କୁ ଗିରଫ କରିଥିଲା। ଯୁବକଜଣଙ୍କ ସ୍ଥାନୀୟ ଅଞ୍ଚଳର ପଙ୍କଜ ଶର୍ମା ହୋଇଥିବା ଜଣାପଡିଛି।

ପଙ୍କଜ ଏଜେଣ୍ଟ ଭାବେ କାମ କରି ଜମ୍ମୁ, ସାମ୍ବା ଓ କଠୁଆରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ଲୋକେସନ, ମୁଭମେଣ୍ଟ, ଫଟୋ ,ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ସୋସିଆଲ ମିଡିଆ ମାଧ୍ୟମରେ ପଠାଉଥିଲା। ପୋଲିସ ତାହାର ୨ଟି ବ୍ୟାଙ୍କ ଆକାଉଣ୍ଟକୁ ସିଲ କରିଛି.।

ସୂଚନାନୁସାରେ, ସେ ପରିବା ମଣ୍ଡିର ଏକ ଗୋଦାମରେ କାମ କରୁଥିଲା। ସେ କାଶ୍ମୀରରୁ ଆସୁଥିବା ସମସ୍ତ ଟ୍ରକ ଚାଳକଙ୍କୁ ମଧ୍ୟ ନିଜ ଜାଲରେ ଫଶାଇଥିବା କୁହାଯାଉଛି। ପଚରାଉଚରାରେ ସେ ଗତ କିଛି ବର୍ଷ ହେଲା ପାକିସ୍ତାନୀ ଏଜେଣ୍ଟ ଭାବେ କାମ କରୁଥିବା ସ୍ୱୀକାର କରିଛି।