ନାଗିନ୍ ଗୀତରେ ଡ୍ୟାନ୍ସ କଲେ ପାକିସ୍ତାନୀ ଅଭିନେତ୍ରୀ ସବା କମର : ଭିଡିଓ ଭାଇରାଲ୍
5/03/2020 at 2:29 PM

ମୁମ୍ବାଇ ୫/୩ : ଭାରତୀୟ ଗାୟିକା ଆସ୍ଥା ଗିଲ୍ ଏବଂ ଅକାଶାଙ୍କ ନାଗିନ ଗୀତ ତ ଆପଣ ଶୁଣିଥିବେ। ଏହି ଗୀତ ରିଲିଜ ହେବା ପରଠୁ ଲୋକଙ୍କ ମନପସନ୍ଦ ଗୀତ ହୋଇଛି। ଏବେ ଲାଗୁଛି ପାକିସ୍ତାନୀ ଅଭିନେତ୍ରୀ ସବା କମର ମଧ୍ୟ ଏହି ଗୀତର ଦିଓ୍ବାନୀ ହୋଇ ଯାଇଛନ୍ତି।
ସବାଙ୍କ ଏହି ଗୀତରେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଜୋରସୋରରେ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ସବା କମର ନିଜ ଗାଡ଼ିରେ ବସିଛନ୍ତି ଏବଂ ନାଗିନ ଗୀତରେ ବସି ବସି ଡ୍ୟାନ୍ସ କରୁଛନ୍ତି। ସବା ଇସ୍ତାନବୁଲରେ ଟ୍ରାଭେଲ୍ କରୁଛନ୍ତି ଏବଂ କାରରେ ଏଞ୍ଜୟ କରୁଥିବାର ତାଙ୍କ ଭିଡିଓ ଭାଇରାଲ୍ ହୋଇଛି।
ନାଗିନ ବ୍ୟତୀତ ସବା କମର ଗାୟକ ଗ୍ୟାରି ସାନ୍ଧୁଙ୍କ ହୌଲି ହୌଲି ଗୀତରେ ମଧ୍ୟ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଏହି ଗୀତ ଅଜୟ ଦେବଗନଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର। ସବାଙ୍କ ସହ ତାଙ୍କ ବନ୍ଧୁ ଏବଂ ପିଆର ଏକ୍ସିକ୍ୟୁଟିଭ ମିଶଲ ଚିମା ଅଛନ୍ତି।
କିଛି ଦିନ ତଳେ ପାକିସ୍ତାନୀ ଅଭିନେତ୍ରୀ ନିଲମ ମୁନିରଙ୍କ ମଧ୍ୟ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ ମେରେ ରସ୍କେ କମର ଗୀତରେ ଡ୍ୟାନ୍ସ କରୁଥିଲେ।

ସବା କମର କିଛି ଦିନ ତଳେ ଏକ ଫଟୋଶୁଟ୍ ଯୋଗୁଁ ବିବାଦରେ ଫସିଥିଲେ। ସବା ଫିଲ୍ମ ‘କମ୍ବକ୍ତ’ରେ କାମ କରୁଛନ୍ତି। ଏହା ପୂର୍ବରୁ ତାଙ୍କୁ ଲାହୋର ସେ ଆଗେ ଫିଲ୍ମରେ ଦେଖାଯାଇଥିଲା। ୨୦୧୭ମସିହାରେ ସବା ,ଇରଫାନଙ୍କ ସହ ଫିଲ୍ମ ହିନ୍ଦୀ ମିଡିୟମରେ ନିଜର ବଲିଉଡ ଡେବ୍ୟୁ କରିଥିଲେ।
