ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନାସିର ହୁସେନଙ୍କ ବିଜୟ ପରେ କର୍ଣ୍ଣାଟକ ବିଧାନଭସଭାରେ ଉତ୍ସବ ପାଳନ ସମୟରେ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିଲା। ଫରେନ୍ସିକ ଯାଞ୍ଚର ରିପୋର୍ଟରେ ଏହି କଥା ସାମ୍ନାକୁ ଆସିଛି। ବିଜେପି ବିଗତ ଦିନରେ ଅଭିଯୋଗ କରିଥିଲା ଯେ, କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ପରେ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିଲା। ଏହାର ଅଡ଼ିଓ ଏବଂ ଭିଡିଓକୁ ଫରେନ୍ସିକ ଯାଞ୍ଚ ପାଇଁ ପଠା ଯାଇଥିଲା।
ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ, ଏଫଏସଏଲର ଯାଞ୍ଚରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଯାଇଥିବା ସ୍ପଷ୍ଟ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଫରେନ୍ସିକ ଯାଞ୍ଚର ରିପୋର୍ଟକୁ ନେଇ ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ। ତେବେ ଘଟଣାରେ ମହମ୍ମଦ ଶଫିକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି।
wp:heading {"level":4}Also read- ଲୋକସଭା ନିର୍ବାଚନ ୨୦୨୪: ବିଜେପି ୧୦୦ ପ୍ରାର୍ଥୀଙ୍କ ସ୍ଥିର କରିଥିବା ସୂଚନା
/wp:headingହାବେରୀ ଏସପି ଅଂଶୁ କୁମାର କହିଛନ୍ତି, ଫେବୃଆରୀ ୨୭ରେ କର୍ଣ୍ଣାଟକ ବିଧାନସଭାରେ ପାକିସ୍ତାନ ସମର୍ଥନରେ ନାରା ଲଗାଯିବା ସମ୍ଵନ୍ଧିତ ମାମଲାରେ ବିଧାନସୌଧ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଘଟଣାରେ ଜଣେ ସନ୍ଦିଗ୍ଧ ମହମ୍ମଦ ଶଫିକ ନାଶିପୁଡ଼ିଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି। ଶଫିକ ସୁଖା ଲଙ୍କାର ଜଣେ ବଡ଼ ବ୍ୟବସାୟୀ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନେତା ସୈୟଦ ନାସିର ହୁସେନଙ୍କ ବିଜୟରେ ଉତ୍ସବ ପାଳନ ପାଇଁ ବିଧାନସଭା ଆସିଥିଲେ। ସ୍ଵର ନମୂନା ଆଧାରରେ ପୋଲିସ ସନ୍ଦେହ କରୁଛି ଯେ, ଶଫିକ ହିଁ ପାକିସ୍ତାନ ସମର୍ଥନରେ ନାରା ଦେଇଥିଲା। ଅଧିକ ତଦନ୍ତ ପାଇଁ ସନ୍ଦିଗ୍ଧଙ୍କୁ ବେଙ୍ଗାଲୁରୁ ଅଣା ଯାଇଛି।
ଏହି ଘଟଣାରେ ବିଜେପି ମଧ୍ୟ ଥାନାରେ ଏତଲା ଦେଇଥିଲା। ବିରୋଧୀ ଦଳର ନେତା ଆର ଅଶୋକଙ୍କ ନେତୃତ୍ଵରେ ବିଜେପିର ବିଧାୟକମାନେ ରାଜଭବନ ଚଲୋ ଶୋଭାଯାତ୍ରା ବାହାର କରି ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରି କଂଗ୍ରେସ ସରକାରକୁ ବରଖାସ୍ତ କରାଯାଉ ବୋଲି ଦାବି କରିଛନ୍ତି। ମାମଲାରେ ସାତ ଜଣଙ୍କୁ ପୋଲିସ ଜେରା କରୁଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି।