scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡେଥ୍ ସାର୍ଟିଫିକେଟ୍ ଦେଇ ନେଇଗଲେ ୨୫ କୋଟି ଟଙ୍କା, ଭୂତ ହୋଇ ବୁଲିଲେ ୫ ଦେଶ

5/12/2020 at 1:33 PM

ଲାହୋର,୦୫/୧୨: ପାକିସ୍ତାନରେ ଦିନକୁ ଦିନ ଠକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ ଉପାୟରେ ସଂସ୍ଥାକୁ ଠକାଯାଉଛି । ଏପରି ଠକୁଥିବା ଜଣେ ମହିଳାଙ୍କ କାରନାମା ସାମ୍ନାକୁ ଆସିଛି । ସେ ନିଜର ମୃତ୍ୟୁ ପ୍ରମାଣପତ୍ର ଦେଇ ପ୍ରାୟ ୧୫ ଲକ୍ଷ ଡଲାର ହଡପ କରିଥିବା ଜଣାପଡିଛି । ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପାକିସ୍ତାନୀ ସଂସ୍ଥା ।

ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସିର ସୂଚନା ଅନୁସାରେ, ସୀମା ଖାରବେ ୨୦୦୮ରେ ଆମେରିକା ଯ।ଇଥିଲେ । ସେଠାରେ ସେ ଦୁଇଟି ଜୀବନ ବୀମା କରିଥିଲେ । ୨୦୦୯ରେ ସେ ପାକିସ୍ତାନ ଫେରି ଆସିଥିଲେ । ୨୦୧୧ରେ ସେ ଜଣେ ଡାକ୍ତରଙ୍କୁ ଲାଞ୍ଚ ଦେଇ ନିଜର ମୃତ୍ୟୁ ପ୍ରମାଣପତ୍ର ଆଣିଥିଲେ । ଏହାକୁ ସେ ନିଜ ସନ୍ତାନମାନଙ୍କ ଦ୍ୱାରା ବ୍ୟବହାର କରି ଜୀବନ ବୀମାରେ ଆବେଦନ କରିଥିଲେ । ଏହାସହ ପ୍ରାୟ ୧୫ ଲକ୍ଷ ଡଲାର ବା ୨୫ କୋଟି ପାକିସ୍ତାନୀ ଟଙ୍କା ଜାଲିଆତି କରି ଆଣିଥିଲେ ।  

ନିଜକୁ ମୃତ ଘୋଷଣା କରିବା ପରେ ସେ ପ୍ରାୟ ୧୦ ଥର କରାଚୀ ବିମାନ ବନ୍ଦରରୁ ବିଦେଶ ଯାଇଛନ୍ତି । ଏହାସହ ନିଜର ପରିଚୟ ମଧ୍ୟ ଲୁଚାଉଥିଲେ । ସେ ୫ଟି ଦେଶ ବୁଲିଛନ୍ତି ।  ଏଥିରେ ପାକିସ୍ତାନ ଏୟାର ଲାଇନ୍ସର କିଛି କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି ମହିଳାଙ୍କ ସମେତ ଠକେଇରେ ସାମିଲ ସରକାରୀ କର୍ମଚାରୀ. ଡାକ୍ତର ଓ ସନ୍ତାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆମେରିକୀୟ ସଂସ୍ଥା ମଧ୍ୟ ମହିଳାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।

   Related Posts