ଲାହୋର, ୧୮|୦୮: ପାକିସ୍ତାନ କରୋନା ଭାଇରସ ଭାକସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ କରିବାକୁ ଯାଉଛି । ପାକ୍ର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅପ୍ ହେଲଥ୍କୁ ଭାକସିନର ଚୁଡାନ୍ତ ଟ୍ରାଏଲ ପାଇଁ ଡିଆରଏପିର ମଞ୍ଜୁରି ମିଳିଛି ।
ପାକିସ୍ତାନ ଚୀନ୍ କମ୍ପାନୀ କେନସିନୋ ଓ ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ଭାକସିନର ଟ୍ରାଏଲ କରିବ । ଏହା ପ୍ରଥମ ଥର ପାଇଁ ହୋଉଛି ଯେତେବେଳେ ପାକିସ୍ତାନ କୌଣସି ଭାକସିନ୍ର ଫେଜ୍ ୩ ଟ୍ରାଏଲ୍ କରିବାକୁ ଯାଉଛି ।
ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥର ମୁଖପାତ୍ର କହିଛନ୍ତି ଯେ, କେନସିନୋକୁ ଅନେକ ଦେଶରେ ପରୀକ୍ଷଣ କରାଯାଉଛି । ପାକିସ୍ତାନ ମଧ୍ୟ ଏହାର ଅଂଶ ବିଶେଷ । ଚୀନ, ଋଷ, ଚିଲ୍ଲୀ ଓ ଆର୍ଜେଣ୍ଟିନାରେ ମଧ୍ୟ ଏହି ଭାକସିନର ଟ୍ରାଏଲ୍ ହେଉଛି ।
ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାକିସ୍ତାନର ମେଡିକାଲ ୟୁନିଭର୍ସିଟି କରାଚୀ. ଇଣ୍ଡସ୍ ହସ୍ପିଟାଲ କରାଚୀ, ଶୌକତ ହସ୍ପିଟାଲରେ ହେବ । ପେଜ୍ ୩ ପରେ ଏହି ଭାକସିନର ପ୍ରସ୍ତୁତି ଆରମ୍ଭ ହେବ ।
ସବୁଠାରୁ ବଡ କଥା ହେଉଛି ଯେ, ପାକିସ୍ତାନ ନିଜେ କୌଣସି ଭାକସିନ୍ ବାହାର କରିନାହିଁ କିମ୍ବା ପରୀକ୍ଷଣ ମଧ୍ୟ କରିନାହିଁ । ଯେଉଁ ଭାକସିନର ଟ୍ରାଏଲ୍ କଥା କହୁଛି ତାହା ଚୀନର ଭାକସିନ୍ । ତେବେ ଚୀନ କରୋନା ତଥ୍ୟା ଲୁଚାଇଥିବା ଅଭିଯୋଗ ରହିଛି । ଚୀନର କୌଣସି ତଥ୍ୟକୁ ବିଶ୍ୱର ଶକ୍ତିଶାଳୀ ଦେଶମାନେ ଗ୍ରହଣ କରୁନାହାଁନ୍ତି । ଏପରିକି କରୋନା ମହାମାରୀ ପାଇଁ ଚୀନକୁ ମଧ୍ୟ ଦାୟୀ କରାଯାଉଛି ।