ପାକିସ୍ତାନରେ ଆର୍ଥିକ ସଂଟକ ଜାରି; ଋଣ ବଦଳରେ ଯୁଦ୍ଧାସ୍ତ୍ର ଯୋଗାଉଛି ଇସଲାମାବାଦ

Published By : Prameya-News7 Bureau | March 21, 2023 IST

ଇସଲାମାବାଦ: ପାକିସ୍ତାନରେ ଆର୍ଥିକ ସଂକଟ ଜାରି । ଋଣ ପାଇଁ  ନିଜ ଯୁଦ୍ଧାସ୍ତ୍ରକୁ ବନ୍ଧକ ରଖିବ ପଡୋଶୀ । ଋଣ ବଦଳରେ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ୍ ପଠାଇବ ପାକ୍ । ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିବା ପାଇଁ ପଶ୍ଚିମ ଦେଶମାନଙ୍କ ସହିତ ବୁଝାବଣା କରୁଛି ପାକିସ୍ତାନ । ଏହା ପୂର୍ବରୁ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଋଷ୍ ଗସ୍ତ କରି ଏବାବଦରେ ଆଲୋଚନା କରିଥିଲେ । ଏବେ ପଶ୍ଚିମ ଦେଶମାନଙ୍କ ସହିତ ବୁଝାବଣା କରୁଛନ୍ତି ନେତା

ଅନ୍ୟପଟେ ପାକିସ୍ତାନକୁ ଆଇଏମଏଫ ପକ୍ଷରୁ ଋଣ ନମିଳିବାରୁ ବାଧ୍ୟ ହୋଇ ପଡୋଶୀ ଦେଶ ଆର୍ଥିକ ସହୟତା ବଦଳରେ ଯୁଦ୍ଧାସ୍ତ୍ର ବନ୍ଧକ ଦେବାକୁ ଯୋଜନା କରୁଛି । ୟୁକ୍ରେନକୁ ୪୦ଟି ଯୁଦ୍ଧ ଟ୍ୟାଙ୍କ ଦେଇପାରେ ପାକିସ୍ତାନ । T-80UD ଟ୍ୟାଙ୍କକୁ ପାକିସ୍ତାନ ୧୯୮୦ରେ ୟୁକ୍ରେନ ଠାରୁ କିଣିଥିଲା । ଏବେ ଏହାକୁ ୟୁକ୍ରେନ ଯୁଦ୍ଧରେ ସାମିଲ କରିବା ପାଇଁ ପଠାଇବାକୁ ଯୋଜନା କରୁଛି ।

ବିଦେଶ ମିଡିଆ ରିପୋର୍ଟ ମୁତାବକ ପାକିସ୍ତାନ ନିଜର ଆର୍ଥିକ ସ୍ଥିତି ସୁଧାରିବାକୁ ପଶ୍ଚିମ ଦେଶ ପୋଲାଣ୍ଡ, ଜର୍ମାନୀ ଓ ଏବଂ ୟୁଏକେ ଜରିଆରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଟ୍ୟାଙ୍କ ପଠାଇବା ଯୋଜନା କରିବା ପୂର୍ବରୁ ପାକିସ୍ତାନ ୟୁକ୍ରେନକୁ ବହୁ ଯୁଦ୍ଧାସ୍ତ୍ର ପଠାଇଛି । ଗୋଟିଏ ବର୍ଷ ମଧ୍ୟରେ ଋଷ୍‌ର କଥାରେ ବସଉଠ୍ ହେଉଥିବା ପାକିସ୍ତାନ ଦଳ ପରିବର୍ତ୍ତନ କରିଛି । ଏବେ ପଶ୍ଚିମ ଦେଶ ମାଧ୍ୟମରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି । ତେବେ ଏଥିପାଇଁ ପାକିସ୍ତାନର ଭ୍ରଷ୍ଟ ନେତା ଓ ଦେଶରେ ଜାରି ରହିଥିବା ଆର୍ଥିକ ସଂକଟକୁ ଦାୟି କରୁଛନ୍ତି ଅର୍ଥନୈତିକ ବିଶେଷଜ୍ଞ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.