scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାକିସ୍ତାନର ସେମି ଆଶା ଧୂଳିସାତ, ପାହାଡ଼ ପରି ଟାର୍ଗେଟ୍ ଦେଲା ଇଂଲଣ୍ଡ

11/11/2023 at 6:08 PM

କୋଲକାତା: ଚଳିତ ବିଶ୍ଵକପର ନିଜର ଶେଷ  ଲିଗ୍ ମ୍ୟାଚ୍‌ରେ ନିଜର ଖ୍ୟାତି ଅନୁଯାୟୀ ବ୍ୟାଟିଂ କରିଛି ଇଂଲଣ୍ଡ ଦଳ। ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ବଳରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ମ୍ୟାଚ୍‌ରେ ଇଙ୍ଗ୍ଲିସ ଟିମ୍ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ୍ ହରାଇ ୩୩୭ ରନର ବିଶାଳ ସ୍କୋର କରିଛି। ଦଳ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୮୪ ରନ କରିଛନ୍ତି। ଜୋ ରୁଟ୍ ୬୦ ଓ ଜୋନି ବେୟାରଷ୍ଟୋ ୫୯ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଶେଷ ମ୍ୟାଚ୍ ଜିତି ସମ୍ମାନର ସହ ବିଶ୍ଵକପ୍‌ରୁ ବିଦାୟ ନେବା ପାଇଁ ପାକିସ୍ତାନ ସମ୍ମୁଖରେ ୩୩୮ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ପାକିସ୍ତାନ ପକ୍ଷରୁ ହାରିସ ରଉଫ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଶାହିନ ଆଫ୍ରିଦି ଓ ମହମ୍ମଦ ଓ୍ଵାସିମ ଜୁନିୟର ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଉଲ୍ଲେଖନୀୟ ଇଂଲଣ୍ଡ ଟସ୍ ଜିତିବା ସହ ପାକିସ୍ତାନର ସେମି ଫାଇନାଲ୍ ଆଶା ଧୂଳିସାତ ହୋଇଛି। ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୦୦ ରନର ବିଶାଳ ସ୍କୋର କରିଥାନ୍ତା ତେବେ କିଛି ଆଶା ରହିଥାନ୍ତା। ସମୀକରଣ ଅନୁଯାୟୀ, ପାକିସ୍ତାନକୁ ୩୮ଟି ବଲ୍‌ରେ ପ୍ରତି ବଲ୍ ଛକା ମାରିଲେ ବି ଜିତି ପାରିବ ନାହିଁ।

   Related Posts