ଆର୍ଥିକ ସଂକଟ ଭିତରେ ସରୁଛି ପାକିସ୍ତାନର ବିଦେଶୀ ପାଣ୍ଠି, ସହାୟତା ପାଇଁ ସର୍ତ୍ତ ରଖିଲା ଆଏମ୍ଏଫ୍
4/02/2023 at 11:52 AM

ଇସଲାମାବାଦ: ଆର୍ଥିକ ସଂକଟରେ ବୁଡ଼ିଛି ପାକିସ୍ତାନ । ଦେଶରେ ଶେଷ ହେବାକୁ ବସିଲାଣି ବିଦେଶୀ ପାଣ୍ଠି। ରୋଜଗାର ଓ ଖାଦ୍ୟ ପାଇଁ ବିଭିନ୍ନି ସ୍ଥାନରେ ପ୍ରଦର୍ଶନ ଦେଖିବାରୁ ମିଳିଛି । ଏହାରି ଭିତରେ ଅତିରିକ୍ତ ସହାୟତା ପାଇଁ ଆଇଏମ୍ଏଫକୁ ଗୁହାରୀ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍ । ଅର୍ଥ ସହାୟତା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହ ଆଲୋଚନା କରିଛନ୍ତି ।
ଆଇଏମଏଫ ପାକିସ୍ତାନକୁ ସହାୟତା ପାଇଁ ରାଜି ହୋଇଥିଲେ ମଧ୍ୟ ଦେଶ ସାମ୍ନାରେ ଅତି ନିଷ୍ଠୁର ସର୍ତ୍ତ ରଖିଛି । ମାତ୍ର ଏଥିରେ ରାଜି ହେବା ଛଡ଼ା ପାକିସ୍ତାନ ପାଖରେ ଆଉ କୌଣସି ରାସ୍ତା ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରଫ୍ କରିଛନ୍ତି, ଦେଶ ବର୍ତ୍ତମାନ ଯେଉଁ ସ୍ଥିତିରେ ରହିଛି ତାହା କଳ୍ପନା ସମ୍ଭବ ନୁହେଁ । ଦେଶର ବିଦେଶୀ ମୁଦ୍ରା ପାଣ୍ଠି ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ସୂଚନା ମୁତାବକ ଦେଶରେ କେବଳ ୩ ଅରବ ଡଲାର ବିଦେଶୀ ମୁଦ୍ରା ରହିଛି । ବିଶେଷଜ୍ଞଙ୍କ ଅନୁସାରେ, ଏତିକି ଟଙ୍କାରେ ମାତ୍ର ୩ ସପ୍ତାହ ହିଁ ଦେଶକୁ ଚଳାଇ ହେବ । ଫେବ୍ରୁଆରୀ ୨୦୧୪ ପରଠାରୁ ଏବେ ସବୁଠାରୁ ତଳସ୍ତରକୁ ଖସିଛି ପାକିସ୍ତାନର ମୁଦ୍ରା ଭଣ୍ଡାର। ପାକିସ୍ତାନକୁ ୭ ଅରବ ଡଲାରର ବେଲଆଉଟ୍ ପ୍ୟାକେଜ୍ ଦେବା ପାଇଁ ଯୋଜନା କରୁଛି ଆଇଏମ୍ଏଫ । ହେଲେ ଏହାକୁ ନେଇ ଅନେକ ସର୍ତ୍ତ ମଧ୍ୟ ରହିଛି । ଆସନ୍ତା ୯ ଫେବ୍ରୁଆରୀ ସୁଦ୍ଧା ଏହି ସହାୟତାକାରୀ ପ୍ୟାକେଜ୍ ଆଇଏମଏଫ ତରଫରୁ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏହାଫଳରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସିଯାଇଛି ।