vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ଏହି ସବୁ ଅସୁବିଧା ଜାଣନ୍ତୁ

7/08/2019 at 12:34 PM

ନୂଆଦିଲ୍ଲୀ ୭/୮: କାଶ୍ମୀରକୁ ବିଶେଷ ଅଧିକାର ଦେଉଥିବା ୩୭୦ ଧାରାକୁ ଉଚ୍ଛେଦ କରାଯିବାର ନିଷ୍ପତ୍ତି ନିଆଯାଇଛି। ଭାରତର ଏହି ନିଷ୍ପତ୍ତିରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନୀ ସେୟାର ମାର୍କେଟ  ପୂରାପୂରି ଖସିବାକୁ ଲାଗିଛି। ସେପଟେ ଇମରାନ ଖାନ୍ ପାକିସ୍ତାନ ସଂସଦୀୟ ସମିତି ବୈଠକ ଡକାଇଛନ୍ତି।

ପାକିସ୍ତାନ ଭାରତକୁ ଶାଗୁଣା ଧମକ ଦେଇ କହିଛି ଯେ ଭାରତ ବହୁତ ବଡ଼ ଖେଳ ଖେଳିଛି। କେତେକ ଅଞ୍ଚଳରେ ଏହାର ଭୟାନକ ପ୍ରଭାବ ପଡ଼ିପାରେ।

ଜାମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ପାକିସ୍ତାନ ଚିନ୍ତାରେ ପଡ଼ିଛି। ପାକିସ୍ତାନ ମିଡିଆରେ ମୋଦି ସରକାରଙ୍କ ଦ୍ବାରା ୩୭୦ ଧାରା ଉଚ୍ଛେଦ କରାଯିବାର ନିଷ୍ପତ୍ତିର ଖବର ବ୍ୟାପିବାରେ ଲାଗିଛି। ଏହା ପୂର୍ବରୁ ପାକିସ୍ତାନର ଖବରକାଗଜ ଡନ୍ ଆଶଙ୍କା କରିଥିଲା ଯେ କେନ୍ଦ୍ର ସରକାର ୩୫ଏ ହଟାଇବାକୁ ଉଦ୍ୟମ କରିପାରେ।

କାଶ୍ମୀରରେ ଅତ୍ୟଧିକ ସମରସଯ୍ୟା ମୁତୟନ ଦେଖି ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଝଟକା ଲାଗିଛି।

ନିକଟରେ ଭାରତୀୟ ସେନା ପାକିସ୍ତାନୀ ବ୍ୟାଟ ଟିମର ୭ଜଣ ଆକ୍ରମଣକାରୀଙ୍କୁ ଗୁଳି କରି ମାରିଥିଲା। ଭାରତୀୟ ସେନା ପାକିସ୍ତାନୀ ସେନାକୁ ଏହି ଆକ୍ରମଣକାରୀଙ୍କ ଶବକୁ ନେଇଯିବାକୁ କହିଥିଲେ।

କାଶ୍ମୀରରେ ଭାରତ ସରକାରଙ୍କ ଅତିରିକ୍ତ ସେନା ମୁତୟନ ଦ୍ବାରା ଭୟଭୀତ ହୋଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଗତ ରବିବାର ରାଷ୍ଟ୍ରୀୟ ସୁରକ୍ଷା ସମିତି ସହ ବୈଠକ କରିଥିଲେ। ଏହି ବୈଠକରେ ପାକିସ୍ତାନ ପୁଣି ଥରେ ଭାରତର ଧ୍ୟାନ ହଟାଇବା ପାଇଁ କାଶ୍ମୀର ପ୍ରସଙ୍ଗ ଜପ କରିଥିଲେ। ବୈଠକରେ ପାକିସ୍ତାନ ଭାରତ ଉପରେ ଅଭିଯୋଗ କରିଥିଲା ଯେ ଏଲଓସିରେ ଭାରତୀୟ ସୈନିକ ସାଧାରଣ ଜନତାଙ୍କ ଉପରେ ରାଗ ସୁଝାଉଛନ୍ତି।

ପୁଲଓ୍ବାମା ଆତଙ୍କବାଦି ଆକ୍ରମଣ ପରେ ଭାରତୀୟ ସେନାବାହିନୀଙ୍କ ଅପରେସନ୍ ଦ୍ବାରା ଘାଟିରେ ଥିବା ଆତଙ୍କବାଦୀଙ୍କ ଅବସ୍ଥା ଖରାପ ହୋଇଥିଲା। ସେଥିପାଇଁ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଥିଲା। ଏହା ଦ୍ବାରା ତାଙ୍କ ଚିନ୍ତା ଆହୁରି ବଢ଼ିଯାଇଛି।

   Related Posts