ପାକ୍ର ବଡ଼ ଷଡ଼ଯନ୍ତ୍ର, ହାଇଦ୍ରାବାଦରେ ଆତଙ୍କୀ ପ୍ଲାନ୍ ରଚିଥିଲା ISI, NIA ଏଫଆଇଆର୍ରୁ ଖୁଲାସା
5/02/2023 at 1:21 PM

ହାଇଦ୍ରାବାଦ: ଅର୍ଥନୈତିକ ମାନ୍ଦାବସ୍ଥା ଭିତରେ ଥମୁନି ପାକିସ୍ତାନର ଷଡ଼ଯନ୍ତ୍ର । ଭାରତ ବିରୋଧରେ ପୁଣି ରଚିଛି ନପାକ୍ ପ୍ଲାନ୍ । ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଛି । ଏଥିରେ ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଆତଙ୍କୀଙ୍କୁ ଭର୍ତ୍ତି କରିବା ସହିତ ଟ୍ରେନିଂ ଦେଉଛି । ଏସବୁ ଖୁଲାସା NIA ଏଫଆଇଆରରୁ ହୋଇଛି ।
NIA ରିପୋର୍ଟ ମୁତାବକ, ଅକ୍ଟୋବର ମାସରେ ହାଇଦ୍ରାବାଦରେ ବଡ଼ ଧରଣ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ଲାନ୍ ହୋଇଥିଲା । ଜାତୀୟ ଯାଞ୍ଚ ଏଜେନ୍ସି ୩ଜଣଙ୍କୁ UAPAରେ ଗିରଫ କରିବା ପରେ ଏହା ସାମ୍ନାକୁ ଆସିଛି । ଏନଆଇଏ ଦାୟର କରିଥିବା FIRରେ ଆକ୍ରମଣ ମାଷ୍ଟର ମାଇଣ୍ଡ ଅବଦୁଲ୍ ଜିହାଦୀ ଆତଙ୍କବାଦ ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ପାଖରୁ ହ୍ୟାଣ୍ଡ ଗ୍ରେନେଡ୍ ଜବତ ହୋଇଛି । ଅବଦୁଲ ଜିବାଦୀ ଆଲସ୍କର-ଏ-ତୈବା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହିତ ଜଡିତ ପାକିସ୍ତାନରେ ଥିବା ହେଣ୍ଡଲର୍ସଙ୍କ ନିର୍ଦ୍ଦେଶରେ ମହମ୍ମଦ ସୀମାଉଦ୍ଦିନ୍, ମାଜ ହସନ ଫାରୁକ୍ ଏବଂ କିଛି ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରିଥିଲା ।
ଯାଞ୍ଚ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ଆତଙ୍କବାଦୀ ହମଲା କରିବାକୁ ଜିହାଦୀକୁ ପାକିସ୍ତାନ ହେଣ୍ଡଲର୍ସ ନିର୍ଦ୍ଦେଶ ମିଳିଥିଲା । ସହଯୋଗୀଙ୍କ ସହିତ ନିଜାମ ସହରରେ ବିସ୍ଫୋରଣ କରିବା ସହିତ ଲୋନ୍-ବୁଫ୍ଲ ହମାଲା କରିବାକୁ ଯୋଜନା କରୁଥିଲେ। ଏହା ସହିତ ଅନେକ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବାର ସୁଯୋଗରେ ରହିଥିଲେ । ଜାନୁଆରୀରେ ଗୃହ ମନ୍ତ୍ରଣାଳୟ ଯାଞ୍ଚ ନିର୍ଦ୍ଦେଶ ଦେବା ପରେ NIA ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା ।