scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଳୁଛି ପାକିସ୍ତାନ; ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ, ଇମ୍ରାନଙ୍କ ୬ ସମର୍ଥକଙ୍କର ମୃତ୍ୟୁ !

10/05/2023 at 8:58 AM

ନୂଆଦିଲ୍ଲୀ ୧୦।୦୫: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ । ଦେଶବ୍ୟାପୀ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳୁଥିବା ବେଳେ ପାକିସ୍ତାନରେ ଲାଗୁ ହୋଇଛି ୧୪୪ ଧାରା । ଏକ ଦୁର୍ନୀତି ମାମଲାର ଶୁଣାଣି ପାଇଁ ଇମ୍ରାନ ଇସଲାମାବାଦ ହାଇକୋର୍ଟରେ ଉପସ୍ଥିତ ଥିବାବେଳେ ମଙ୍ଗଳବାର ପାରାମିଲିଟାରୀ ଫୋର୍ସ ଦ୍ୱାରା ଗିରଫ କରାଯାଇଥିଲା।

ଏହାପରେ ଇସଲାମାବାଦରେ ହିଂସା ଘଟାଇଛନ୍ତି ଇମ୍ରାନଙ୍କ ସମର୍ଥକ । ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି ଇମ୍ରାନ ସମର୍ଥକ । ଏହାକୁ ଦୃଷ୍ଟିରେ ରଖି ଟ୍ୱିଟର, ଫେସବୁକ୍ ଏବଂ ୟୁଟ୍ୟୁବ୍ ବନ୍ଦ କରାଯାଇଛି । ଏଥି ସହିତ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ପାକିସ୍ତାନରେ ସ୍କୁଲ ବନ୍ଦ ସହ ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଛି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ଲାହୋରରେ ସେନା କମାଣ୍ଡରଙ୍କ ବାସଭବନ ଏବଂ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ ପରିସରରେ ଧସେଇ ପଶିଛନ୍ତି ।  ଯାହାର ଭିଡିଓ ଏବେ ସାମ୍ନାକୁ ଆସୁଛି । ପାର୍ଟି କର୍ମୀମାନେ ପାକିସ୍ତାନର ଅନ୍ୟାନ୍ୟ ସହରରେ ଇନକିଲାବ ଜିନ୍ଦାବାଦର ସ୍ଲୋଗାନ ଦେଉଛନ୍ତି। ପୋଲିସ ବିକ୍ଷୋଭକାରୀଙ୍କୁ ଲାଠି ଚାର୍ଜ କରୁଛି।

ତେବେ ଇସଲାମାବାଦରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ପଥର ଫିଙ୍ଗିବାରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଥିସହିତ ଆଇନ ଉଲ୍ଲଂଘନ କରୁଥିବାରୁ ପୋଲିସ ୪୩ ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛନ୍ତି ।

ସେପଟେ ପିଟିଆଇ ପକ୍ଷରୁ ଦାବି କରାଯାଇଛି ଯେ, ଏହି ହିଂସାକାଣ୍ଡରେ ତାଙ୍କର ୬ ସମର୍ଥକଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୧୦ ଜଣ ପିଟିଆଇ ସମର୍ଥକ ଆହତ ହୋଇଛନ୍ତି । ଆଗକୁ ଇମ୍ରାନଙ୍କ ସମର୍ଥନରେ ବଢିପାରେ ବିଦ୍ରୋହ । ଯଦି ପାକିସ୍ତାନର ସେନା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ ।

   Related Posts