POK ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ପରେ ବିଚଳିତ ପାକିସ୍ତାନ, ଦେଲା ଏଭଳି ଜବାବ

Published By : Prameya-News7 Bureau | January 12, 2020 IST

ନୂଆଦିଲ୍ଲୀ ୧୨।୧: ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ପିଓକେ ଅଧିକାର କରିବା ପାଇଁ ସଂସଦର ଅନୁମୋଦନକୁ ଅପେକ୍ଷା କରିଥିବା କହିଥିବା ବେଳେ ପାକିସ୍ତାନ ଏହାର ଜବାବ ଦେଇଛି । ପାକିସ୍ତାନ ସେନା ମୁଖପାତ୍ର ଡିଜି ଆଇଏସପିଆର ପକ୍ଷରୁ ଟ୍ବିଟ୍ କରି ଜବାବ ଦିଆଯାଇଛି । ଭାରତୀୟ କାର୍ଯ୍ୟାନୁଷ୍ଠାନର ଜବାବ ଦେବାପାଇଁ ପାକିସ୍ତାନୀ ସେନା ପ୍ରସ୍ତୁତ ଥିବା ଡିଜି ଆଇଏସପିଆର ଟ୍ବିଟ୍ କରିଛନ୍ତି।

ତେବେ ଭାରତୀୟ ସେନାମୁଖ୍ୟ ନିଜ ଦେଶର ଆଭ୍ୟନ୍ତରୀଣ ସମସ୍ୟା ଉପରୁ ନଜର ହଟାଇବା ପାଇଁ ଏପରି ମନ୍ତବ୍ୟ ଦେଇଥିବା ଏହି ଟ୍ବିଟ୍ ରେ ପାକିସ୍ତାନ ପକ୍ଷରୁ ଲେଖାଯାଇଛି । ଅନ୍ୟପଟେ ଭାରତ-ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆଶଙ୍କା କରି ଜାତିସଂଘ ସୁରକ୍ଷା ପରିଷଦ ଏବଂ ଜାତିସଂଘ ମହାସଚିବଙ୍କ ନିକଟରେ ଗୁହାରୀ କରିଛି ପାକିସ୍ତାନ ।

ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଥିଲେ ଯଦି ସଂସଦ ଚାହିଁବ ଆମେ ପାକ୍ ଅଧିକୃତ କାଶ୍ମୀରରେ ଆକ୍ସନ୍ ନେବୁ। ତେବେ ଏଥିପାଇଁ ସଂସଦୀୟ ସଂକଳ୍ପର ଆବଶ୍ୟକତା ରହିଛି। ସଂପୂର୍ଣ୍ଣ କାଶ୍ମୀର ଭାରତର ଅଙ୍ଗ। ଯଦି ସଂସଦ କହିବ ଯେ ପିଓକେ ଆମର ହେବାର ଆବଶ୍ୟକତା ରହିଛି ଏବଂ ସେନେଇ ଆଦେଶ ମିଳିବ। ସେନା ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସରକାର ଆଦେଶ ଦେଲେ ମାତ୍ରେ ପିଓକେକୁ କବ୍‌ଜା କରି ନେବୁ।

ସମଗ୍ର ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ସଂସଦ ଯେତେବେଳେ ଚାହିଁବ ପାକ୍ ଅଧିକୃତ କାଶ୍ମୀରକୁ ଭାରତରେ ମିଶାଇବା ପାଇଁ  ଆମେ ତୁରନ୍ତ ଆକ୍ସନ ନେବୁ। ଏନେଇ ଆଦେଶ ମିଳିବା ମାତ୍ରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନା ପୂରା ତୟାର ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ। ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସଂସଦରେ କହିଥିଲେ କି ପିଓକେ ଭାରତର ଅଂଶ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.