ଜାମ୍ମୁ-କାଶ୍ମୀର ପୁନର୍ଗଠନ ପ୍ରସଂଗ: ଜାତିସଂଘର କବାଟ ବାଡେଇବ ବୋଲି ଧମକ ଦେଲା ପାକିସ୍ତାନ
5/08/2019 at 7:25 PM

ନୂଆଦିଲ୍ଲୀ୫|୮: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠିବାକୁ ନେଇ ଦେଶ ସାରା ସେଲିବ୍ରେସନ ଚାଲିଥିବା ବେଳେ ପାକିସ୍ତାନରେ ବି ଲାଗି ରହିଛି ହଲଚଲ । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ବର ଉତ୍ତୋଳନ କରିବେ, ଜାତିସଂଘର କବାଟ ବାଡ଼େଇବେ। କାଲି ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ।
ଭାରତରେ ସେଲିବ୍ରେସନ ପାକିସ୍ତାନରେ ବିଲୁଆ ବିଚାର । ଭାରତ ସରକାରଙ୍କ ନିଷ୍ପତ୍ତିକୁ ପାକିସ୍ତାନର ବିରୋଧ । ଏହା କାଶ୍ମୀରବାସୀଙ୍କ ଅଧିକାର ଉପରେ ହମ୍ଲା ବୋଲି ବୋଲି କହି କୁମ୍ଭୀର ଲୁହ ବୁହାଇଲେଣି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଟ୍ବିଟ ପରେ ଟ୍ବିଟ କରି ନିନ୍ଦା କରିଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଟ୍ବିଟ୍ କରି କହିଛି ଭାରତର ଏହି ନିଷ୍ପତ୍ତି ଗ୍ରହଣୀୟ ନୁହେଁ । କାଶ୍ମୀର ପ୍ରସଙ୍ଗରେ ଭାରତ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ବର ଉଠାଇବେ। ଏହା ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି । ସେପଟେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଇମ୍ରାନ ଆସନ୍ତାକାଲି ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି।
ଏଣେ ହୁରିୟାତ ନେଇ ଭାରତର ଖାଉଛନ୍ତି ସେପଟେ ପାକିସ୍ତାନରେ ବସି ଭାରତର ଖୁଣ ଗାଉଛନ୍ତି ୟାସିନଙ୍କ ପତ୍ନୀ ମୁଶାଲ ହୁସେନ ମଲ୍ଲିକ । ସେ ବି ଗର୍ଜୁଛନ୍ତି ସୋସିଆଲ ମିଡିଆରେ । ଏଥିରେ ପାକିସ୍ତାନ ସରକାର ହସ୍ତକ୍ଷେ କରିବା ସହ ଏହାକୁ ଜାତିସଂଘରେ ଉଠାଇବା ଜରୁରୀ ବୋଲି ଜ.କେ.ଏଲ୍.ଏଫ୍ ର ନେତା ୟାସିନ୍ ମଲ୍ଲିକଙ୍କ ପତ୍ନୀ କହିଛନ୍ତି ।
ଧାରା ୩୭୦ ହଟିବା ଦ୍ବାରା ଜାମ୍ମୁ କାଶ୍ମୀର ଅଶାନ୍ତ ହୋଇ ଉଠିବ । ତେଣୁ ଘାଟିରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ବାତାବରଣ ଫେରାଇ ଆଣିବା ପାଇଁ ଏଥିରେ ଜାତିସଂଘ ହସ୍ତକ୍ଷେପ କରୁ ବୋଲି ପାକିସ୍ତାନ ଦଳ ତେହରିକ ଏ ଇନ୍ସଫା ପକ୍ଷରୁ ମଧ୍ୟ କହୁଯାଇଛି । ପିଟିଆଇ କହିଛି କାଶ୍ମୀର ବିବାଦ ଅନ୍ତରାଷ୍ଟ୍ରୀୟ ବିବାଦ । ଭାରତ ସରକାର କାଶ୍ମୀର ଉପରେ ଏକପାଖିଆ ନିଷ୍ପତ୍ତି ନେଇପାରିବେ ନାହିଁ । ଏହାଦ୍ବାରା କାଶ୍ମୀର ପ୍ରସଙ୍ଗ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାପ୍ତ ହେବ ନାହିଁ ବରଂ ଅଶାନ୍ତି ବଢିବ ବୋଲି କୁହାଯାଇଛି ।