AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ପାକିସ୍ତାନରେ ଚରମସୀମାରେ ବେକାରୀ ସମସ୍ୟା, ମାତ୍ର ୧୬୬୭ ପଦବୀ ପାଇଁ ଷ୍ଟାଡିୟମରେ ଆଶାୟୀଙ୍କ ଭିଡ଼

1/01/2023 at 7:57 PM

ନୂଆଜିଲ୍ଲୀ: ପାକିସ୍ତାନରେ ଭୟଙ୍କର ଆର୍ଥିକ ସଂକଟ । ଲୋକଙ୍କ ପାଖରେ ରୋଜଗାର ନଥିବାରୁ ସୁବୁଠି ହାହାକାର । ଚାକିରି ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ପାକିସ୍ତାନରେ ମାତ୍ର କେଇଟା ପଦବୀ ପାଇଁ ଲକ୍ଷାଧିକ ଚାକିରି ଆଶାୟୀ ଆଦେବନ କରିଛନ୍ତି । ଇସଲାମାବାଦ ପୋଲିସରେ ଭର୍ତ୍ତି ପାଇଁ ଆଶାୟୀଙ୍କ ଭିଡ଼ରେ ଷ୍ଟାଡ଼ିୟମ ଭର୍ତ୍ତି ହୋଇଛି ।

ରାଜନୈତିକ ଅସ୍ଥିରତା, ଆତଙ୍କବାଦ ସାଙ୍ଗକୁ ଆର୍ଥିକ ସଂକଟରେ ଜୁଝି ହେଉଛନ୍ତି ପାକିସ୍ତାନ । ଦେଶରେ ଚରମସୀମାରେ ପହଞ୍ଚିଛି ବେକାରୀ ସମସ୍ୟା । ସାଧାରଣ ଲୋକ ତ ଦୂରର କଥା ଶିକ୍ଷିତ ଯୁବକଙ୍କୁ ଚାକିରି ମିଳିବା କଷ୍ଟକର ହେଉଛି । ସମସ୍ୟା ଭିତରେ ପେଶି ହେଉଛନ୍ତି ପାକିସ୍ତାନବାସୀ । ସାମାନ୍ୟ କେଇଟା ପଦବୀ ପାଇଁ ଲକ୍ଷାଧିକ ଯୁବକ ଆବେଦନ କରିଛନ୍ତି । ଇସଲାମାବାଦ ପୋଲିସରେ ଭର୍ତ୍ତି ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ମାତ୍ର ୧୬୬୭ ପଦବୀ ପାଇଁ ବହୁମାତ୍ରାରେ ଆଶାୟୀ ଆବେଦନ କରିଥିବା ଦେଖିବାକୁ ମିଳିଛି । କନଷ୍ଟେବଲ ଚାକିରି ପାଇଁ ଇସଲାମାବାଦ ଷ୍ଟାଡ଼ିୟମ ଭର୍ତ୍ତି ହୋଇଛି ।  

ପାକିସ୍ତାନର ସେନା ପ୍ରମୁଖ ଜେନେରାଲ ସୟଦ ଅସୀମ ମୁନିର୍ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଦେଶ ଘୋର୍ ଆର୍ଥିକ ବିପତ୍ତି ଦେଇ ଗତିକରୁଛି ବୋଲି ସେ କହିଛନ୍ତି । କେଉଁଠି ମାତ୍ର କେଇଟା ପଦବୀ ପାଇଁ ଲକ୍ଷାଧିକ ଆଶାୟୀ ରହିଥିବାବେଳେ କେଉଁଠି ଏଲପିଜିକୁ ଲୋକେ ପ୍ଲାଷ୍ଟିକ ବ୍ୟାଗରେ ଭରି ରୋଷେଇ କରୁଛନ୍ତି । ଅର୍ଥ ବ୍ୟବସ୍ଥା ଓ ଆତଙ୍କବାଦୀ ଭଳି ସଂକଟରୁ ଦେଶକୁ ବାହାର କରିବାକୁ ହେଲେ ଦେଶବାସୀ ସହଯୋଗ କରିବା ଆବଶ୍ୟକ ବୋଲି ଜେନେରାଲ ସୟଦ ଅସୀମ ମୁନିର୍ କହିଛନ୍ତି ।

   Related Posts