ପାକିସ୍ତାନୀ ମହିଳାଙ୍କୁ ପସନ୍ଦ ଆସିଲା ଡ୍ରାଇଭରଙ୍କ ଗିୟର ବଦଳାଇବା ଷ୍ଟାଇଲ, ତା’ ପରେ …

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ: ପ୍ରେମ ମାନେନି କୌଣସି ବାଧାବିଘ୍ନ ବା ପ୍ରତିବନନ୍ଧକ। ଆଉ ପ୍ରେମ କେବେ, କାହା ସହ ଏବଂ କେତେ ବେଳେ ହୋଇଯିବ ତାହା କହିବା ବହୁତ ମୁସ୍କିଲ। ପ୍ରେମକୁ ଅଟକାଇପାରେନାହିଁ ଜାତି-ଧର୍ମ ଏବଂ ଧନୀ-ଗରିବର ଭେଦଭାବ । ଏମିତିରେ ଆପଣ ଅନେକ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ । କିନ୍ତୁ ପଡ଼ୋଶୀ ଦେଶ ପାକିସ୍ତାନରୁ ଏଭଳି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି ଯାହା ସବୁଠୁ ଭିନ୍ନ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ପ୍ରକୃତରେ ପାକିସ୍ତାନର ଏକ ସମ୍ଭ୍ରାନ୍ତ ପରିବାର ଜଣେ ମହିଳା, ତାଙ୍କ ଘରେ କାମ କରୁଥିବା ଡ୍ରାଇଭରଙ୍କ ସହ ପ୍ରେମ ହୋଇଯାଇଥିଲା । ଆଉ ସେ ଡ୍ରାଇଭରଙ୍କୁ ବିବାହ ମଧ୍ୟ କରିଥିଲେ। କିନ୍ତୁ ଏହାର କାରଣ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ ଡ୍ରାଇଭରଙ୍କ ଗାଡ଼ିର ଗିୟର ବଦଳାଇବା ଷ୍ଟାଇଲ୍କୁ ଦେଖି ବିମୋହିତ ହୋଇଯାଇଥିଲେ ମହିଳା ଜଣକ। ଆଉ ଡ୍ରାଇଭରଙ୍କୁ କରିବସିଥିଲେ ପ୍ରେମ।

ଡେଲି ପାକିସ୍ତାନର ଏକ ରିପୋର୍ଟ ଅନୁଯାୟୀ, ମହିଳା ଏକ ସାକ୍ଷାତକାରରେ କହିଥିଲେ ଯେ ଡ୍ରାଇଭର ତାଙ୍କୁ ଗାଡ଼ି ଶିଖାଉଥିଲେ। ଏହି ସମୟରେ ତାଙ୍କର ଗିୟର ବଦଳାଇବାର ଅନ୍ଦାଜ ଯୋଗୁଁ ପ୍ରେମ ହୋଇଯାଇଥିଲା। ଏହାପରେ ଉଭୟ ବିବାହ ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.