ଲଜ୍ଜାଜନକ ପରାଜୟ ସହ ବିଶ୍ଵକପ୍‌ରୁ ପାକିସ୍ତାନର ବିଦାୟ, ୯୩ ରନରେ  ହରାଇଲା ଇଂଲଣ୍ଡ

Published By : Prameya-News7 Bureau | November 11, 2023 IST

କୋଲକାତା: ଭାରତରେ ଖେଳା ଯାଉଥିବା ବିଶ୍ଵକପ୍ ୨୦୨୩ରେ ପାକିସ୍ତାନ ଲଜ୍ଜାଜନକ ପରାଜୟ ସହ ବିଶ୍ଵକପ୍‌ରୁ ବିଦାୟ ନେଇଛି। ନିଜର ଶେଷ ଗ୍ରୁପ ମ୍ୟାଚ୍‌ରେ ଇଂଲଣ୍ଡ କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ୯୩ ରନରେ ହରାଇ ବିଜୟ ସହ ବିଶ୍ଵକପ୍‌ ଅଭିଯାନ ସମାପ୍ତ କରିଛି। ଜିତିବା ତ ଦୂରର କଥା ପାକିସ୍ତାନ ଶୋଚନୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବେନ ଷ୍ଟୋକ୍ସଙ୍କ ୮୪ ରନ, ଜୋ ରୁଟଙ୍କ ୬୦ ରନ ଓ ଜୋନି ବେୟାରଷ୍ଟୋଙ୍କ ୫୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୩୩୭ ରନ କରିଥିଲା। ଜବାବରେ ପାକିସ୍ତାନ ବ୍ୟାଟିଂ  ବିଫଳତା ଯୋଗୁଁ ୪୩.୩ ଓଭରରେ ୨୪୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଆଘା ଅସଲମ ସର୍ବାଧିକ ୫୧ ରନ କରିଥିବା ବେଳେ ଅଧିନାୟକ ବାବର ଆଜମ ୩୮ ରନ ଓ ମହମ୍ମଦ ରିଜଓ୍ଵାନ ୩୬ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ବୋଲିଂରେ ଡେଭିଡ୍ ଓ୍ଵିଲି ୫୬ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।  

wp:heading {"level":4}

ଅଧିକ ପଢନ୍ତୁ- ପିଚ୍‌ରେ ନମାଜ, ଫିଲିସ୍ତିନକୁ ଶତକ ସମର୍ପଣ, ହୋଟେଲ୍‌ରେ ବିରିୟାନୀ…ବିଶ୍ୱକପ୍‌ରେ ଖେଳଠୁ ଅଧିକ ବିବାଦରେ ରହିଛି ପାକିସ୍ତାନୀ ଟିମ୍

/wp:heading

୩୩୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନକୁ ଖାତା ଖୋଲିବା ପୂର୍ବରୁ ବଡ଼ ଝଟକା ଲାଗିଥିଲା। ଅବଦୁଲ୍ଲା ଶଫିକ(୦) ଆଉଟ୍ ହୋଇଥିଲେ। ପୁଣି ଫଖର ଜମାନ(୧) ପାଭିଲିୟନ ଫେରିଥିଲେ।ଏହା ପରେ ବାବର ଆଜମ ଓ ମହମ୍ମଦ ରିଜଓ୍ଵାନ ତୃତୀୟ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ିଥିଲେ। ତେବେ ଅଧିନାୟକ ବାବର ଆଜମ(୩୮) ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ୧୦୦ ରନ ସ୍କୋରରେ ମହମ୍ମଦ ରିଜଓ୍ଵାନ(୩୬) ମଧ୍ୟ ପାଭିଲିୟନ ଫେରିଥିଲେ। ସାଉଦ ଶକିଲ(୨୯) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ।

England vs Pakistan Live Score World Cup 2023 : पाकिस्तान वर्ल्ड कप 2023 से बाहर, इंग्लैंड ने 93 रनों से हराया
livehindustan.com

ତେବେ ମଧ୍ୟକ୍ରମରେ ଆଘା ଅସଲମ ଭଲ ବ୍ୟାଟିଂ କରିଥିଲେ। ଅନ୍ୟପଟେ ଇଫତିକାର ଅହମ୍ମଦ(୩) ଓ ଶାଦାବ ଖାନ(୪) ଆଉଟ୍ ହୋଇଥିଲେ। ଆଘା ଅସଲମ ୪୫ ବଲ୍‌ରୁ ୬ ଚୌକା ଓ ୧ ଛକା ଜରିଆରେ ୫୧ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡ଼କୁ ଶାହିନ ଆଫ୍ରିଦି ୨୫ ରନ ଓ ହାରିସ ରଉଫ ଦ୍ରୁତ ବ୍ୟାଟିଂ କରି ୨୩ ବଲ୍‌ରୁ ୩ଟି ଚୌକା ଓ ୩ଟି ଛକା ସହ ୩୫ ରନ କରିଥିଲେ। ଶେଷରେ ପାକିସ୍ତାନ ୪୩.୩ ଓଭରରେ ୨୪୪ ରନରେ ଅଲଆଉଟ୍ ହୋଇଛି।

ସେପଟେ ଇଂଲଣ୍ଡର ଡେଭିଡ ଓ୍ବିଲି ୫୬ ରନ୍ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ଆଦିଲ ରଶିଦ, ଗୁଜ ଆଟକିନସନ୍ ଏବଂ ମୋଇନ ଅଲି ୨ଟି ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ସେହିଭଳି କ୍ରିସ୍ ଓ୍ବକ୍ସ ୨୭ ରନ୍ ଦେଇ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.