ନୂଆଦିଲ୍ଲୀ ୨୨।୦୨: ପାକିସ୍ତାନକୁ ପୁଣି ଚେତାବନୀ ଦେଲା ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (FATF) । ପାକିସ୍ତାନରେ ଆତଙ୍କବାଦୀ ସଂଗଠନକୁ ଅର୍ଥ ଯୋଗାଣ କୁନେଇ FATF ନିଜର କଡା ଆଭିମୁଖ୍ୟ ଜାହିର କରିଛନ୍ତି । ଆତଙ୍କବାଦୀ ଗୋଷ୍ଠୀକୁ ଅର୍ଥ ଯୋଗାଣ କରୁଥିବା ସଂଗଠନ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉ । ନହେଲେ ତୁମ (ପାକିସ୍ତାନ)ପ୍ରତି ଆମେ (FATF) କାର୍ଯ୍ୟାନୁଷ୍ଠାନ ନେବୁ ।
{"id":214408,"sizeSlug":"large"}ସୂଚନାଯୋଗ୍ୟ ଯେ, ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (FATF)ରେ ପାକ୍ର ସମସ୍ତ ଚାଲବାଜି ବିଫଳ ହୋଇଛି। ଆତଙ୍କୀ ସମୁହଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ବଜାୟ ରଖିଛି FATF। ଶୁକ୍ରବାର ଦିନ FATFର ପୂର୍ଣ୍ଣ ସଭା ସମୟରେ ଏହା ଘୋଷଣା କରାଯାଇଛି ।
{"id":227549,"width":565,"height":373,"sizeSlug":"large"}ବୈଠକରେ ପାକିସ୍ତାନ ପାକିସ୍ତାନକୁ ଟେରର ଫଣ୍ଡିଂରେ ମାମଲାରେ ସାମିଲ ଥିବା ସଂଗଠନ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ ମାତ୍ର ୪ମାସ ସମୟ ଦେଇଛି FATF । ଯଦି ଦିଆଯାଇଥିବା ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନଗ୍ରହଣ କରାଯାଏ । ତେବେ FATFର ସାମିଲ ଥିବା ଦେଶମାନଙ୍କ ସହିତ ବେପାର, ବାଣିଜ୍ୟ ଓ ସହଯୋଗ ଉପରେ ରୋକ ଲଗାଯିବ ବୋଲି କୁହାଯାଇଛି । ଏହାଦ୍ବାରା ପାକିସ୍ତାନର ବହୁ ପରିମାଣରେ ଆର୍ଥିକ କ୍ଷତି ସହିବ ବୋଲି ସମ୍ଭାବନା ହେଉଛି । ଆର୍ଥିକ ମାନ୍ଦା ପରିସ୍ଥିତିରେ ଗତି କରୁଥିବା ପାକିସ୍ତାନକୁ ନିଜର ବ୍ୟବସ୍ଥା ନସୁଧାରେ ତେବେ ଭବିଷ୍ୟତରେ ଆହୁରି ବିପଦର ସାମ୍ମା କରିବାକୁ ପଡିବ ବୋଲି ସୂଚନା ମିଳିଛି । ସାରାବିଶ୍ବ ଠାରୁ ତଥ୍ୟ ଲୁଚାଇବାକୁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ଜଣାପଡିଛି ।
{"id":218456,"sizeSlug":"large"}ପାକିସ୍ତାନକୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ FATF ପକ୍ଷରୁ ଦିଆଯାଇଥିବା କାର୍ଯ୍ୟ ଯୋଜନାକୁ ପାଳନ କରିବାକୁ ଅନୁରୋଧ କରାଯାଇଛି । ଯଦି ୪ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ନହୁଏ , ତେବେ ଆସନ୍ତା ବୈଠକରେ କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରାଯିବ । ଏହାଦ୍ବାରା FATFର ସଦସ୍ୟଙ୍କ ସହିତ ପାକିସ୍ତାନର ବେପାର ଓ ସହଯୋଗ ଉପରେ ପ୍ରଭାବ ପଡିପାରେ । ତେବେ ଚୀନ, ମାଲେସିଆ ଓ ତୁର୍କୀ ଆଦି ରାଷ୍ଟ୍ରଙ୍କ ସହଯୋଗ ଯୋଗୁ ଯଦିଓ ବ୍ଲାକ୍ ଲିଷ୍ଟରୁ ବର୍ତ୍ତିଯାଇଛି , କିନ୍ତୁ ଏବେ ଗ୍ରେ ଲିଷ୍ଟରେ ରହିବ। ଏଥିଲାଗି ପାକ୍କୁ ପୁଣି ଜୁନ ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଆତଙ୍କବାଦ ସମେତ ୨୫ ସୂତ୍ରି ଆକ୍ସନ ପ୍ଲାନ ଉପରେ ପାକ୍କୁ କାର୍ଯ୍ୟ କରିବାକୁ ପଡିବ। ଯଦି ଏଥିରେ ପାକ୍ ବିଫଳ ହୁଏ ତେବେ ଆପେ ଆପେ ବ୍ଲାକ୍ ଲିଷ୍ଟକୁ ଚାଲିଯିବ ବୋଲି ଏଫଏଟିଏଫ ସତର୍କ କରାଇଦେଇଛନ୍ତି।