ହିଂସା ପାଇଁ ଭାରତୀୟ ଲୋକଙ୍କୁ ଉସ୍‌କାଉଛି ପାକିସ୍ତାନ; ୬୦ ହଜାରରୁ ଅଧିକ ଟ୍ୱିଟର ପୋଷ୍ଟରେ ଭାରତ ବିରୋଧରେ ଭୁଲ ସୂଚନା

Published By : Prameya-News7 Bureau | June 12, 2022 IST

ଇସ୍‌ଲମାବାଦ: ଭାରତରେ ବର୍ତ୍ତମାନ ଯେଉଁ ହିଂସାର ନିଆଁ ଲାଗିଛି ଏହାକୁ ଆହୁରି ଉସ୍‌କାଉଛି ପାକିସ୍ତାନ। ଏଥିପାଇଁ ସୀମା ଆରପାଖେ ବସିଥିବା ଷଡ଼ଯନ୍ତ୍ରକାରୀମାନେ ସୋସିଆଲ୍‌ ମିଡିଆରେ ହିଂସା ଉକ୍‌ସାଇବାରେ ବ୍ୟସ୍ତ। ଡିଜିଟାଲ ଫରେନ୍ସିକ ରିସର୍ଚ୍ଚ ଆଣ୍ଡ ଆନାଲିଟିକ୍ସ ସେଣ୍ଟର(DFRAC)ର ରିପୋର୍ଟ ଅନୁସାରେ, ଅଧିକାଂଶ ପୋଷ୍ଟରେ ୱି ଆର୍ ଫର୍ ପାକିସ୍ତାନ ହ୍ୟାସ୍‌ଟ୍ୟାଗ ବ୍ୟବହାର କରାଯାଉଛି।

୬୦ ହଜାରରୁ ଅଧିକ ୟୁଜରଙ୍କୁ ନେଇ ଯେଉଁ ରିସର୍ଚ୍ଚ କରାଯାଇଥିଲା ସେଥିରେ ଅଧିକାଂଶ ଆକାଉଣ୍ଟ ଭେରିଫାଏଡ୍ ଆକାଉଣ୍ଟ ନଥିଲା। ବିଭିନ୍ନ ଦେଶରୁ ଏହି ଆକାଉଣ୍ଟଗୁଡ଼ିକ ପରିଚାଳିତ ହେଉଥିବା ବେଳେ ୭,୧୦୦ରୁ ଅଧିକ ଆକାଉଣ୍ଟ ପାକିସ୍ତାନରୁ ଅପରେଟ ହେଉଥିବା ଜଣାପଡ଼ିଥିଲା।  

ଏହି ସୋସିଆଲ୍‌ ମିଡିଆ ବ୍ୟବହାର କରି ପାକିସ୍ତାନ ଭାରତ ବିଷୟରୋ ଭୁଲ ସୂଚନା ଦେଇ ଲୋକମାନଙ୍କୁ ଆହୁରି ହିଂସା ପାଉଁ ଉସ୍‌କାଉଛି ଓ ବିଶ୍ୱକୁ ଭାରତ ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଁଛି ପାକିସ୍ତାନ।

କେବଳ ଯେ ଫେକ୍ ଆକାଉଣ୍ଟ ତାହା ନୁହେଁ ପାକିସ୍ତାନର ପ୍ରତିଷ୍ଠିତ ଗଣମାଧ୍ୟମଗୁଡ଼ିକ ମଧ୍ୟ ଭାରତ ବିରୋଧରେ ଭ୍ରମାତ୍ମକ ସୂଚନା ପ୍ରସାରଣ କରୁଛନ୍ତି। DFRAC ରିପୋର୍ଟ ଅନୁସାରେ, ଭାରତୀୟ ସାମଗ୍ରୀର ବୟକଟ କରିବା ପାଇଁ ଓମାର ଗ୍ରାଣ୍ଡ ମୁଫ୍‌ତୀ ଘୋଷଣା କରିଥିବା ପାକିସ୍ତାନ ଆରିୟା ନ୍ୟୁଜ୍ ମିଛ ଖବର ପ୍ରସାରଣ କରିଛି।

ସେହିପରି ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ମଧ୍ୟ ଭୁଲ ତଥ୍ୟ ଦେଉଛନ୍ତି। ବହିସ୍କାର ହୋଇଥିବା ନବୀନ ଦିନ୍ଦଲ ଶିଳ୍ପପତି ନବୀନ ଜିନ୍ଦଲଙ୍କ ଭାଇ ବୋଲି ଅଦଦୁଲ କହୁଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା କ୍ରିକେଟର ମୋଏନ ଅଲ୍ଲୀଙ୍କ ନାଁରେ ଏକ ନକଲି ସ୍କ୍ରିନଶଟ୍‌ ମଧ୍ୟ ଶେୟାର କରାଯାଉଛି। ଯେଉଁଥିରେ ସେ IPL ବୟକଟ କରିବାକୁ କହୁଥିବା ଦେଖାଯାଉଛି। ଏହା ଏବେ ଭାଇରାଲ ହେଉଛି।

ଅଧିକାଂଶ ପୋଷ୍ଟରେ #Stopinsulting_ProphetMuhammad, #boycottindianproduct ଆଦି ହ୍ୟାସ୍‌ଟ୍ୟାଗ ବ୍ୟବହାର କରାଯାଉଛି। କିଛି ଦେଶ ଯଥା ଇଣ୍ଡୋନେସିଆ, ସାଉଦୀ ଆରବ,ୟୁଏଇ, ଜୋର୍ଡାନ, ବାହାରିନ, ମାଲଡିଭ୍‌ସ, ଓମାନ, ଆଫଗାନିସ୍ତାନ, କୁୱେତ୍, କତାର ଏବଂ ଇରାନ ନୂପୁରଙ୍କର ମନ୍ତବ୍ୟକୁ କଡ଼ା ନିନ୍ଦା କରିଥିଲେ। ସେହିପରି ଇରାନ ଓ କତାର ଭାରତ ସରକାରଙ୍କର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ବୋଲି ମଧ୍ୟ ବିବୃତ୍ତି ଜାରି କରିଥିବା DFRAC କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.