ବଦ୍‌ଲା ନେଲା ପାକିସ୍ତାନ; ଇରାନ ସୀମାରେ ଏୟାରଷ୍ଟ୍ରାଇକ୍, ଦାବି କଲେ ପାକ୍ ପତ୍ରକାର

Published By : Prameya-News7 Bureau | January 18, 2024 IST

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ଇରାନର ଡ୍ରୋନ୍ ଷ୍ଟ୍ରାଇକ୍ ପରେ ବିଳିବିଳେଇଛି ପାକିସ୍ତାନ। ଗୁରୁବାର ଇରାନ ଉପରେ ପଲାଟା ଆକ୍ରମଣ କରିଛି । ପାକ୍ ବାୟୁସେନା ଇରାନ ସୀମାରେ ପଶି ଆତଙ୍କବାଦୀ ଠିକଣାରେ ହମଲା କରିଛି । ଏହି ଆତଙ୍କୀ କ୍ୟାମ୍ପକୁ ବେଲୁଚି ବିଦ୍ରୋହୀ ଗୋଷ୍ଠୀ ଚଳାଉଛନ୍ତି, ଯିଏ ପାକିସ୍ତାନ ଠାରୁ ବିଚ୍ଛିନ୍ନ ହୋଇଛି ।  

ବେଲୁଚିସ୍ତାନ ପ୍ରାନ୍ତରେ ଥିବା ଇରାନ ଏୟାରଷ୍ଟ୍ରାଇକ୍ କରିବା ପରେ ପାକିସ୍ତାନ ସରକାର ଏହି ପଦକ୍ଷେପ ନେଇଛନ୍ତି । ବୁଧବାର ଇରାନ ଜୈଶ-ଅଲ୍-ଅଦିଲ୍ ଠିକଣାରେ ହମଲା କରିଥିଲା । ଯାହାକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ଦୃଢ ଜବାବ ଦେବ ବୋଲି କହିଥିଲା । ତେବେ ଜଣେ ପାକ୍ ପତ୍ରକାର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିବା ଦାବି କରିଛନ୍ତି ।

wp:html /wp:html

ବୁଧବାର ଇରାନ  ଡ୍ରୋନ୍ ହମଲା କରିବା ପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଜଲିଲ୍ ଅବ୍ବାସ ଜିଲାନୀ କହିଥିଲେ, ପାକ୍ ବିଦେଶ ମନ୍ତ୍ରାଳୟ ଇରାନ୍ ବୈଦେଶିକ ମନ୍ତ୍ରାଳୟ ସହିତ ହମଲାକୁ ନେଇ ଆଲୋଚନା କରିଥିଲେ । ଏହି ଆକ୍ରମଣ ପାକିସ୍ତାନର ସାର୍ବଭୌମ୍ୟତ୍ବ ଏବଂ ଅନ୍ତରାଷ୍ଟ୍ରୀୟ ଆଇନରୁ ଉଲ୍ଲଂଘନ କରିଛି । ଏହା ସହିତ ପାକିସ୍ତାନ ଓ ଇରାନର ଦ୍ବିପାକ୍ଷୀକ ସମ୍ପର୍କକୁ ଖରାପ କରିଛି । ଏହା ଜବାବ ନିଶ୍ଚିତ ଭାବେ ଦିଆଯିବ । ତେବେ ଆଜି ଇରାନ ଏୟାରଷ୍ଟ୍ରାଇକର ପାଲଟା ଜବାବ ପାକିସ୍ତାନ ବାୟୁସେନା ଦେଇଛି ବୋଲି କିଛି ପାକ୍ ପତ୍ରକାର ଦାବି କହିଛନ୍ତି ।

wp:embed {"url":"https://www.prameyanews7.com/pakistan-upset-by-iran-airstrike-said-it-can-lead-serious-consequences/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistan-upset-by-iran-airstrike-said-it-can-lead-serious-consequences/
/wp:embed

ମଙ୍ଗଳବାର ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଇରାନ କ୍ଷେପଣାସ୍ତ୍ର ମାଡ଼  କରିଥିଲା । ଇରାନର ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ କହିଛି, ଏହି ଡ୍ରୋନ୍ ହମଲା ଇରାନ ଆଇଆରଜିସି ପ୍ରାଇଭେଟ୍ ଆର୍ମି ଦ୍ବାରା ହୋଇଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ୩ ଆତଙ୍କୀ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି । ଏଥିରେ ପାକିସ୍ତାନ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.