ପାକିସ୍ତାନର ବର୍ବରତା ବଖାଣିଲେ ୫ ଭାରତୀୟ : ଲୋମହର୍ଷଣକାରୀ ଜଣଙ୍କ କାହାଣୀ, ସଜା ମିଳିଥିଲା ୫ବର୍ଷ କିନ୍ତୁ ବନ୍ଦୀ ହୋଇ ରହିଲେ ୨୫ ବର୍ଷ

Published By : Prameya-News7 Bureau | May 01, 2019 IST

ନୂଆଦିଲ୍ଲୀ ୧/୫ : ପାକିସ୍ତାନରୁ ନିଜ ଦେଶକୁ ଫେରିଥିବା ୫୫ ମାଛ ଧରଃଲି ଓ ୫ ଜଣ ନାଗରିକଙ୍କ ମଧ୍ୟରୁ ବବଲୀ ନାମକ ଜଣେ ନାଗରିକଙ୍କ ମାନସିକ ଅବସ୍ଥା ଠିକ ନାହିଁ | ଅମୃତସର ସ୍ଥିତ ରେଡକ୍ରସ ଭବନରେ ମାଛ ଧରାଳିଙ୍କ ସହ ରହିଥିବା ବବଲୀଙ୍କୁ ପାକିସ୍ତାନରେ ଏତେ ମାତ୍ରାରେ ନିର୍ଯ୍ୟାତନା ଦିଆଯାଇଛି ଯେ ତାଙ୍କର କିଛି ମନେ ନାହିଁ | ତାଙ୍କ ଘର କେଉଁଠି ବବଲୀ ଭୁଲି ଯାଇଛନ୍ତି | ତାଙ୍କ ସହ ଆସିଥିବା ମାଛ ଧରାଳିମାନେ କହିଛନ୍ତି ଯେ, ଲାଣ୍ଡି ଜେଲର ଯେଉଁ ପ୍ରକୋଷ୍ଠରେ ବବଲୀ ବନ୍ଦ ଥିଲେ ସେଥିରେ ତାଙ୍କ ସହ ଅନ୍ୟ ଭାରତୀୟ ନାଗରିକ ମଧ୍ୟ ବନ୍ଦ ଥିଲେ | ଅଧିକାଂଶ ନାଗରିକଙ୍କ ମାନସିକ ଅବସ୍ଥା ଠିକ ନାହିଁ | ବବଲୀକୁ ଯାହା ପ୍ରଶ୍ନ କଲେ ମଧ୍ୟ ସେ କିଛି ନ କହି ସମସ୍ତଙ୍କ ମୁହଁକୁ ଚାହିଁ ରହୁଛି |

{"id":109551}


ଉତ୍ତର ପ୍ରଦେଶ ବାଗପତର ୨୭ ବର୍ଷ ବୟସ୍କ ବାହିଦ ଖାନ ପାକିସ୍ତାନରେ ଅଢେଇ ବର୍ଷ ସଜା କାଟି ନିଜ ଦେଶକୁ ଫେରିଛନ୍ତି | ସେ କହିଛନ୍ତି ଯେ, ସେ କରାଚୀରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ସାକ୍ଷାତ କରିବାକୁ ସମଝୋତା ଏକ୍ସପ୍ରେସରେ ପାକିସ୍ତାନ ଯାଇଥିଲେ | ଭିସା ଅବଧି ସମାପ୍ତ ହେବାପରେ ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିଥିଲା | ଅଦାଲତ ତାଙ୍କୁ ହଜାରେ ଟଙ୍କା ଜୋରିମାନା ସହ ଦେଢ଼ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ | ତଥାପି ତାଙ୍କୁ ଅଢେଇ ବର୍ଷ ଯାଏଁ ଜେଲରେ ବନ୍ଦୀ କରି ରଖାଗଲା | ବାହିଦ ଖାନଙ୍କ କହିବାନୁଯାୟୀ, କରାଚୀ ଲାଣ୍ଡି ଜେଲରେ ୫୪ ଭାରତୀୟ ବନ୍ଦୀ ଅଛନ୍ତି ଯେଉଁମାନେ ନିଜର ମାନସିକ ସନ୍ତୁଳନ ହରାଇ ସାରିଛନ୍ତି |

{"id":109552}


ଆଉ ଜଣେ ନାଗରିକ ୨୫ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି | ପଶ୍ଚିମବଙ୍ଗ ହୁଗୁଳୀ ଜିଲ୍ଲାର ମୁସରଫ ଅଲ୍ଲୀ ୨୫ ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି | ସେ ଅଟାରି ସୀମାରୁ ଚାଲି ଚାଲି ପାକିସ୍ତାନ ସୀମାକୁ ପଳେଇଥିଲେ | ପାକିସ୍ତାନ ରେଞ୍ଜର ତାଙ୍କୁ ଧରି ନେଇଥିଲା ଏବଂ ନିର୍ଯ୍ୟାତନା ଦେଇଥିଲା | ଅଦାଲତ ତାଙ୍କୁ ୫ ବର୍ଷ ସଜା ଶୁଣାଇଥିଲେ | କିନ୍ତୁ ତାଙ୍କୁ ୫ ବର୍ଷ ବଦଳରେ ୨୫ ବର୍ଷ ପରେ ଛଡା ଯାଇଥିଲା | ତାଙ୍କୁ ପାକିସ୍ତାନର ହୈଦରାବାଦ ଏବଂ କରାଚୀ ଜେଲରେ ବନ୍ଦୀ କରି ରଖାଯାଇଥିଲା | ସେ ଯେତେବେଳେ ପାକିସ୍ତାନକୁ ଯାଇଥିଲେ ସେତେବେଳେ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା | ଏବେ ତାଙ୍କ ବୟସ ୬୫ ବର୍ଷ | ସେ ଅବିବାହିତ | ତେବେ ସେ ପାକିସ୍ତାନ କାହିଁକି ଯାଇଥିଲେ, ତାଙ୍କୁ କୌଣସି ଏଜେନ୍ସି ପଠାଇଥିଲା ନା କଣ ସେ ସମ୍ପର୍କରେ ତାଙ୍କୁ ପଚରାଉଚୁରା କରାଯାଉଛି |

{"id":109546}


କୋଲକାତାରେ ରହୁଥିବା କୌସର କହିଛନ୍ତି ଯେ, ୬ ବର୍ଷ ପୂର୍ବରୁ ସେ କାମ କରିବା ପାଇଁ ଦୁବାଇ ଯାଇଥିଲେ | ସେଠାରେ ସେ ଯେଉଁ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ ସେ କମ୍ପାନୀ ବନ୍ଦ ହୋଇଯାଇଥିଲା | ସେଠାରେ କାମ କରୁଥିବା ବାଙ୍ଗଲାଦେଶୀ ଓ ପାକିସ୍ତାନୀ ଶ୍ରମିକଙ୍କ ସହ ସେ ଅବୈଧ ଭାବେ ଇରାନ ଚାଲିଯାଇଥିଲେ | ଇରାନ ପୋଲିସ ସେ ସମସ୍ତଙ୍କୁ ଗିରଫ କରିଥିଲା | ସମସ୍ତ ଗିରଫଙ୍କୁ ଅଦାଲତ ସଜା ଶୁଣାଇଥିଲେ | ସଜା ପୁରା ହେବାପରେ ଇରାନ ପୋଲିସ ସମସ୍ତଙ୍କୁ ବଲୁଚିସ୍ତାନ ସୀମାରେ ଛାଡି ଦେଇଥିଲା | ବେଲୁଚିସ୍ତାନ ସୀମାରେ ପାକିସ୍ତାନ ରେଞ୍ଜର ତାଙ୍କୁ ଗିରଫ କରିଥିଲା | ଏହାପରେ ତାଙ୍କୁ ନେଇ ଜେଲରେ ବନ୍ଦୀ କରିରଖିଥିଲା | ଲାଣ୍ଡି ଜେଲରେ ୪ ବର୍ଷ ସଜା କାଟିବା ପରେ ତାଙ୍କୁ ଛଡା ଯାଇଥିଲା |

{"id":109553}


ଗୁଜରାଟ ରାଜକୋଟର ସୁହେଲ ନାମକ ଜଣେ ଯୁବକ କହିଛନ୍ତି ଯେ, କରାଚୀରେ ତାଙ୍କ ଆଇ ରୁହନ୍ତି | ତାଙ୍କର ଜଣେ ଦାଦା ମଧ୍ୟ ସେଠାରେ ରୁହନ୍ତି | ସେଥିପାଇଁ ସେ ପାକିସ୍ତାନରେ କାମ କରିବା ପାଇଁ ଯାଇଥିଲେ | କରାଚୀରେ ସେ ନିଜ ସମ୍ପର୍କୀୟଙ୍କ ସହ ରହୁଥିବାବେଳେ ଆଖପାଖରେ ରହୁଥିବା ଯୁବତୀଙ୍କ ସହ ତାଙ୍କର ବନ୍ଧୁତ୍ୱ ହୋଇଥିଲା | ଏ ସମ୍ପର୍କରେ ତାଙ୍କ ଦାଦା ଜାଣିବା ପରେ ପୋଲିସକୁ ଏତଲା ଦେଇଥିଲେ | ପୋଲିସ ତାଙ୍କୁ ଗିରଫ କରିଥିଲା | ତାଙ୍କୁ ଜେଲରେ ନାନା ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ସେ କହିଛନ୍ତି | ସେ ୪ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି | ସେ ଆଉ କେବେ ପାକିସ୍ତାନ ଯିବେ ନାହିଁ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.