ଚୀନ୍‌ ପରେ ଏବେ ପୁତିନଙ୍କୁ ଆଶ୍ୱସ୍ତ କଲା ପାକିସ୍ତାନ, ଯୁଦ୍ଧକାଳରେ ଗହମ ଓ ଗ୍ୟାସ୍‌ ପାଇଁ କରିଛି ମେଗା ବ୍ୟବସାୟୀକ ଡିଲ

Published By : Prameya-News7 Bureau | March 02, 2022 IST

ମସ୍କୋ ୨।୩: ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ଆମେରିକା ସମେତ ସମଗ୍ର ପଶ୍ଚାତ୍ୟ ଦେଶ ଋଷିଆକୁ ପୂର୍ଣ୍ଣ ବହିଷ୍କାର କରିଥିବା ବେଳେ କଡ଼ା ପ୍ରତିବନ୍ଧକ ଜାରି କରିଛନ୍ତି। ଏଥିରେ ପାକିସ୍ତାନ ଋଷିଆ ସହିତ ଏକ ବଡ଼ ବ୍ୟବସାୟୀକ ରାଜିନାମା କରି ପୁତିନଙ୍କୁ ସହଯୋଗ କରିବାକୁ ଉଦ୍ୟମ କରିଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷିଆ ସହ ସମ୍ପର୍କ ସ୍ଥାପନା କରିବାରେ ପାକିସ୍ତାନ ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକମାତ୍ର ଦେଶ ଓ ରାଜନୈତିକ ବ୍ୟକ୍ତି ପାଲଟିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ଦେଶ ଋଷିଆରୁ ୨ ମିଲିଟନ ଗହମ ଓ ପ୍ରାକୃତିକ ଗ୍ୟାସ ଆମଦାନୀ କରିବ। ଏଥିଲାଗି ଇମ୍ରାନ ଠିକ୍ ସେହିଦିନ ପୁତିନଙ୍କୁ ଭେଟିଥିଲେ ଯେଉଁ ଦିନ ସେ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସେବେଠାରୁ ୟୁକ୍ରେନ ଉପରେ ଋଷିଆ ଧ୍ୱଂସର ତାଣ୍ଡବ ରଚି ଚାଲିଛି। ଡେଲି ମେଲ ଅନୁସାରେ ଯେବେଠାରୁ ଋଷିଆ ଉପରେ ବିଶ୍ୱ ବରାବର କଟକଣା  ଜାରି କରିଚାଲିଛି ସେବେଠାରୁ ପାକିସ୍ତାନ ଏକମାତ୍ର ଦେଶ ଯିଏ ଋଷିଆକୁ ସହାୟତା କରିବା ଲାଗି ସେଠାରେ ଅପେକ୍ଷା କରି ରହିଛି।

{"id":594905,"sizeSlug":"full","linkDestination":"none"}

ଫେବୃଆରୀ ମାସ ଶେଷ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ମସ୍କୋ ଗସ୍ତରେ ପହଞ୍ଚିଥିଲେ। ସେ ଯେଉଁ ଦିନ ମସ୍କୋରେ ପହଞ୍ଚିଲେ ତାର କିଛି ସମୟ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ୟୁକ୍ରେନ ବିରୋଧରେ ସୈନ୍ୟ ଅଭିଯାନ ଘୋଷଣା କରିଥିଲେ। ତେବେ ଇମ୍ରାନଙ୍କ କହିବାର କଥା ହେଲା ଋଷିଆରୁ ଆମକୁ ୨ ନିୟୁତ ଟନ ଗହମ ଅମଦାନୀର ଆବଶ୍ୟକତା ଥିଲା। ଆମର ପ୍ରାକୃତିକ ଗ୍ୟାସର ଅବଶ୍ୟକତା ପୂରଣ ଲାଗି ଅମକୁ ଋଷିଆ ସହିତ ବୁଝାମଣାରେ ସ୍ୱାକ୍ଷର କରିବାକୁ ପଡିଛି।

ସେପଟେ ଆମେରିକୀୟ କଟକଣାର ଜବାବରେ ପୁତିନ ଦେଶରେ କାମ କରୁଥିବା ବିଦେଶୀ କମ୍ପାନୀଙ୍କୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ଯୋଗୁ ବିପି ଓ ସେଲ କମ୍ପାନୀ ସେମାନଙ୍କର ୨୦ ବିଲିୟନ ଡଲାରର ମିଳିତ ଉପକ୍ରମକୁ ବିକିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଋଷିଆ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ରାଷ୍ଟ୍ରପତି ପୁତିନ ନୂଆ ଆଦେଶ ଘୋଷଣା କରିଥିବାର ସୂଚିତ କରିଛନ୍ତି। ଫଳରେ ଋଷିଆ ମୁଦ୍ରା ରୁବଲ ଗୁରୁତର ସଂକଟର ସମ୍ମୁଖୀନ ହୋଇଛି। ଦେଶର ଅର୍ଥବ୍ୟବସ୍ଥା କେବେବି କ୍ରାସ କରିବା ଆଶଙ୍କାରେ ଲୋକେ ବ୍ୟାଙ୍କରୁ ସେମାନଙ୍କ ସଞ୍ଚୟ ଉଠାଣ କରିବାରେ ଲାଗିଛନ୍ତି। ଏଥିଲାଗି ବିଭିନ୍ନ ବ୍ୟାଙ୍କ ଏଟିଏମ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଥିବା ବେଳେ ଇତିମଧ୍ୟରେ ଅନେକ ଏଟିଏମ ଏବେ ଅର୍ଥାଭାବରୁ ବନ୍ଦ ହୋଇଗଲେଣି।

{"id":594906,"width":840,"height":481,"sizeSlug":"full","linkDestination":"none"}

ତେବେ ପାକିସ୍ତାନ ପୂର୍ବରୁ ଚୀନ୍‌ ଋଷିଆ ସଂକଟ ସମାଧାନ ଲାଗି ସହଯୋଗର ହାତ ବଢ଼ାଇଥିଲା। ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ଚୀନ ପୂର୍ବରୁ ଋଷିଆ ଗହମ ଆମଦାନୀ ଉପରେ ଲଗାଇଥିବା କଟକଣା ହଟାଇ ଦେଇଥିଲା। ଋଷିଆ ବିଶ୍ୱର ସର୍ବ ବୃହତ୍ତ ଗହମ ରପ୍ତାନୀକାରୀ ଦେଶ। ପାଶ୍ଚାତ୍ୟଙ୍କ କଟକଣା ପରେ ଋଷିଆ ଗହମର ବଜାର ଠପ ହୋଇଯାଇଥିଲା। ତେବେ ପାକିସ୍ତାନ ଓ ଚୀନ ଏବେ ଋଷିଆ ଗହମର ନୂଆ କ୍ରେତା ଭାବେ ଉଭା ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.