ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅନ୍ତର୍ଜାତୀୟ ସ୍ତରରେ କାଶ୍ମୀର କଥା ଉଠାଇ ଭାରତକୁ ବଦନାମ କରିବାକୁ ଚାହୁଁଥିଲା ପାକିସ୍ତାନ, ଭାରତର ଜବାବରେ ମୁହଁ ଚୁପ୍

13/10/2022 at 9:13 PM

ଇସଲାମାବାଦ: ଜାମ୍ମୁ-କାଶ୍ମୀର ସମସ୍ୟାକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଯେତେଥର ଭାରତ ବିରୋଧରେ ବିଷ ଉଗାଳିଛି ସେତେଥର କଡ଼ା ଜବାବ ପାଇଛି। ଏଥର ବି ପାକିସ୍ତାନ ବିଦେଶୀ ମଞ୍ଚରେ କାଶ୍ମୀର କଥା କହି ଭାରତ ବିରୋଧରେ ବିଷ ଓଗାଳିଥିଲା। ହେଲେ ଭାରତ ପକ୍ଷରୁ ବିଦେଶ ରାଜ୍ୟମନ୍ତ୍ରୀ ମିନାକ୍ଷୀ ଲେଖି ପାକିସ୍ତାନକୁ ଏମିତି ଜବାବ ଦେଲେ ଯେ ମୁହଁ ଚୁପ୍।

ପାକିସ୍ତାନ ଗତ ୨୪ ଘଣ୍ଟାରେ ଅଲଗା ଅଲଗା ବିଦେଶୀ ମଞ୍ଚରେ କାଶ୍ମୀର ସମସ୍ୟାକୁ ନେଇ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଥିଲା। ହେଲେ ଗୁରୁବାର କଜାଖସ୍ତାନର ଅସ୍ତାନାରେ ଏହାର ଦୃଢ଼ ଜବାବ ଦେଇଛନ୍ତି ମିନାକ୍ଷୀ ଲେଖି। ମିନାକ୍ଷୀ ଲେଖି କନଫରେନ୍ସ ଅଫ୍ ଇଣ୍ଟରାକ୍ସନ ଆଣ୍ଡ କନଫିଡେନ୍ସ ବ୍ୟୁଲ୍ଡିଂ ମେଜର୍ସ ଇନ୍ ଏସିଆର ଶିଖର ସମ୍ମିଳନୀରେ ପାକିସ୍ତାନ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ପାକିସ୍ତାନ ଭାରତ ବିରୋଧରେ ମିଛ ଓ ଦୁର୍ଭାଗ୍ୟପୂର୍ଣ୍ଣ ପ୍ରଚାର କରିବା ପାଇଁ ବାରମ୍ବାର ସିଆଇସିଏ ମଞ୍ଚର ବ୍ୟବହାର ବିକଳ୍ପ ବାଛିଛି। ଜାମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାରତର ଅଭିନ୍ନ ଅଙ୍ଗ ଥିଲେ ଆଉ ରହିବେ। ପାକିସ୍ତାନକୁ ଭାରତର ଅନ୍ତରୀଣ ମାମଲାରେ ଦଖଲ ଦେବା ବ୍ୟତୀତ ଅନ୍ୟ କୌଣସି ଚାରା ନାହିଁ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି “ବର୍ତ୍ତମାନ ସମୟରେ ପାକିସ୍ତାନର ଟିପ୍ପଣୀ ଭାରତର ସ୍ୱାମୀତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ଉପରେ ହସ୍ତକ୍ଷେପ କରିବା ଭଳି। ପାକିସ୍ତାନକୁ ଆମର ପରାମର୍ଶ ହେଲା ଯେ ସେ ଏକ ଅନୁକୂଳ ପରିବେଶ ବନାଇ ଯାହା କହୁଛି ତାହା ଆଗ କରୁ। ଫଳରେ ଭାରତ ବିରୋଧରେ ସୀମା ପାର ଆତଙ୍କବାଦ କାର୍ଯ୍ୟକଳାପ କରିବା ପାଇଁ ଯେମିତି ଭାରତ ମାଟିକୁ ବ୍ୟବହାର କରାଯାଇପାରିବ ନାହିଁ।”

ସୂଚନା ଥାଉକି ଗତ ୨୪ ଘଣ୍ଟାରେ ପାକିସ୍ତାନ ୩ଟି ଅନ୍ତର୍ଜାତୀୟ ମଞ୍ଚରେ ଭାରତ କଥା ଉଠାଇଥିଲା। ପ୍ରଥମେ ବୁଧବାର ଜାତିସଂଘରେ ଭାରତ ବିରୋଧରେ କହିଥିଲା ପାକିସ୍ତାନ। ୟୁକ୍ରେନ୍ ଉପରେ ଆଲୋଚନା କରି ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନୀର ଅକରମ କାଶ୍ମୀରରୁ ତୁଳନା ୟୁକ୍ରେନ୍ ସହିତ କରିଥିଲେ। ଜବାବରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ପାକିସ୍ତାନକୁ ଆଇନା ଦେଖାଇଥିଲେ। ଏହାପରେ ଏସିଆ ଦେଶ  ଶିଖର ସମ୍ମିଳନୀରେ ମଧ୍ୟ ଭାରତକୁ କଥା ଉଠାଇଥିଲା ପାକିସ୍ତାନ। କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଏହାର ଦୃଢ଼ ଜବାବ ଦେଇଛନ୍ତି।   

   Related Posts