Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସ୍ଥାନ, କାଳ ଓ ପାତ୍ର ଭୁଲିଲା ପାକିସ୍ତାନ: କରୋନାକୁ ନେଇ ସାର୍କ କନଫରେନସରେ ଉଠାଇଲା କାଶ୍ମୀର ପ୍ରସଙ୍ଗ

15/03/2020 at 7:36 PM

ନୂଆଦିଲ୍ଲୀ, ୧୫|୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସର ମୁକାବିଲା ପାଇଁ ସାର୍କ୍ ଦେଶଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି। ପାକିସ୍ତାନ ଏହି ମାରାତ୍ମକ ଭାଇରସର ମୁକାବିଲା କରିବା ପରିବର୍ତ୍ତେ ପୁଣି ବିଷ ଓଗାଳିଛି। ରବିବାର ମୋଦୀ ଓ ସାର୍କ ଦେଶଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ସମୟରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା।

ଏହି କନଫରେନ୍ସିଂରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜେ ସାମିଲ ହୋଇନଥିଲେ। ତାଙ୍କ ସ୍ଥାନରେ ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମେଜୀ ଏଥିରେ ଭାଗ ନେଇଥିଲେ। ଏହି ସମୟରେ ତାଫର କାଶ୍ମୀର ପ୍ରସଙ୍ଗ ଉଠାଇ କରୋନା ଭାଇରସର ମୁକାବିଲା ପାଇଁ ଜମ୍ମୁ-କାଶ୍ମୀରରୁ ପ୍ରତିବନ୍ଧକ ହଟାଯାଉ ବୋଲି କହିଥିଲେ।

ସେ ଆହୁରି କହିଥିଲେ ଯେ, କରୋନା ମହାମାରୀର ରୂପ ନେଲାଣି। ସାରା ବିଶ୍ୱରେ କରୋନାର ୧୫୫,୦୦୦ଟି ମାମଲା ସାମ୍ନାକୁ ଆସିଛି। ୫୮୩୩ଜଣଙ୍କ ମୃତ୍ୟୁ ହୋଇସାରିଛି। ୧୩୮ଟି ଦେଶ କରୋନାର କବଳରେ ରହିଛନ୍ତି।

ସୂଚନାଯୋଗ୍ୟ, କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ପାଗଳଙ୍କ ଭଳି ପ୍ରଳାପ କରୁଛି। ପାକ୍ ଏହାକୁ ଗ୍ରହଣ କରିପାରୁ ନାହିଁ। ଧାରା ୩୭୦ ହଟିବା ଦ୍ୱାରା ଆତଙ୍କବାଦ ମଧ୍ୟ ହ୍ରାସ ପାଇଛି।

   Related Posts