suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇମ୍ରାନଙ୍କ ସମେତ ପତ୍ନୀ ବୁଶ୍ରା ଓ ୮୦ ଦଳୀୟ କର୍ମୀଙ୍କୁ ନୋ ଫ୍ଲାଏ ତାଲିକା ଭୁକ୍ତ କଲେ ପାକିସ୍ତାନ ସରକାର, ବିମାନ ଯାତ୍ରା ମନା

25/05/2023 at 5:25 PM

ଇସ୍‌ଲାମାବାଦ: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପ୍ରତି ଶେହେବାଜ ସରିଫ ସରକାର କଡ଼ା କଟଣା ଲଗାଇଛନ୍ତି। ଇମ୍ରାନଙ୍କ ସମେତ ତାଙ୍କ ପତ୍ନୀ ବୁଶ୍ରା ବିବି ଓ ତାଙ୍କ ଦଳ ତେହେରିକ ଏ ଇନ୍‌ସାଫର ୮୦ ସଦସ୍ୟଙ୍କୁ ନୋ ଫ୍ଲା ତାଲିକାରେ ରଖାଯାଇଛି। ଫଳରେ ଏମାନେ ବାଣିଜ୍ୟିକ ବିମାନରେ ଯାତ୍ରା କରିପାରିବେ ନାହି। ଗୁରୁବାର ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିଛି।

ପାକିସ୍ତାନରେ ଇମ୍ରାନଙ୍କ କର୍ମୀମାନେ ସେନା ଉପରେ ଆକ୍ରମଣ କରିଥିଲେ। ସେନା ଅଫିସରଙ୍କ ଘର ପୋଡ଼ି ଦେବା ସହ ଆକ୍ରମଣ କରିଥିଲେ। ଏହି ଘଟଣାରେ ଇମ୍ରାନଙ୍କ ରାଜନୈତକ ଦଳକୁ ପାକିସ୍ତାନରେ ବ୍ୟାନ୍ କରାଯାଇପାରେ ବୋଲି କୁହାଯାଉଛି।

ବୁଧବାର ଏନେଇ ସୋସିଆଲ୍ ମିଡିଆ ସାହାଯ୍ୟରେ ପାକିସ୍ତାନ ଲୋକଙ୍କୁ ସମ୍ବୋଧନ କରିଥିଲେ ଇମ୍ରାନ ଖାନ୍। ତାଙ୍କ ଦଳ ବିରୋଧରେ ଦେଶବ୍ୟାପୀ ଚଢାଉ ଜାରି ରହିଛି ବୋଲି ଇମ୍ରାନ କହିଥିଲେ। ପାକିସ୍ତାନ ସରକାର ତାଙ୍କ ଦଳକୁ ବାଙ୍ଗି ଦେବାକୁ ଚାହୁଁଛନ୍ତି ବୋଲି ଗୁରୁବାର ଇମ୍ରାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏନେଇ ସେ ଟ୍ୱିଟ୍ କରି ଲେଖିଥିଲେ “ଆଜି ଦେଶର ସବୁଠାରୁ ବଡ଼ ସଂଘୀୟ ଦଳ ବିନା କୌଣସି ଦୋଷରେ ସରକାରଙ୍କର ଆକ୍ରୋଶର ଶିକାର ହେଉଛି। ୧୦ ହଜାରରୁ ଅଧିକ ପିଟିଆଇ କର୍ମୀ ଓ ସମର୍ଥକଙ୍କୁ ଜେଲ୍‌ରେ ରଖାଯାଇଛି। ବରିଷ୍ଠ ନେତାଙ୍କୁ ମଧ୍ୟ କଷ୍ଟୁଡିରେ ରଖି ନିର୍ଯାତନା ଦିଆଯାଉଛି।”

ସୂଚନା ଥାଉକି ମେ ୯ ତାରିଖରେ ପାରାମିଲିଟାରି ରେଞ୍ଜର୍ସଙ୍କ ଦ୍ୱାରା ଇମ୍ରାନ ଖାନ୍‌ ଗିରଫ ହେବା ପରେ ପାକିସ୍ତାନରେ ହିଂସା ସୃଷ୍ଟି ହୋଇଥିଲା। ପୂରା ଦେଶରେ ଜଳାପୋଡ଼ା ହେବା ସହ ଭଙ୍ଗାରୁଜା ହୋଇଥିଲା। ଏଥିରେ ପାକିସ୍ତାନ ଆର୍ମି ଓ ଏହାର ବରିଷ୍ଠ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ପିଟିଆଇ ୱାର୍କର। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

   Related Posts