ଏସିଆ କପ ଆୟୋଜନ: ଶ୍ରୀଲଙ୍କାର ପ୍ରସ୍ତାବ ପରେ ଚିହିଁକି ଉଠିଲା ପାକିସ୍ତାନ, ଦିନିକିଆ ସିରିଜ ଖେଳିବାକୁ ମନା କଲା ପିସିବି
4/06/2023 at 4:12 PM

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ବଢୁଥିବା ନଜର ଆସୁଛି । ସେପ୍ଟେମ୍ୱରରେ ହେବାକୁ ଥିବା ଏସିଆ କପର ଆୟୋଜନ ପାଇଁ ଶ୍ରୀଲଙ୍କା ଇଚ୍ଛା ପ୍ରକାଶ କରିବା ପରେ ଚିହିଁକି ଉଠିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ନୂଆ ଘଟଣାକ୍ରମରେ ଶ୍ରୀଲଙ୍କାରେ ସୀମିତ ଓଭର ଦ୍ୱିପାକ୍ଷିକ ସିରିଜ ନଖେଳିବା ପାଇଁ ପାକିସ୍ତାନ ନିଷ୍ପତ୍ତି ନେଇଛି ।
ଏସିଆ କପ ଆୟୋଜନକୁ ନେଇ ବିସିସିଆଇ ସହ ପାକିସ୍ତାନର ମତଭେଦ ଜାରି ରହିଛି । ସୁରକ୍ଷା କାରଣ ଦର୍ଶାଇ ପଡୋଶୀ ଦେଶରେ ମ୍ୟାଚ୍ ଖେଳିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିସାରିଛି । ଏହାସହ ପାକିସ୍ତାନ ମୁଖ୍ୟ ନଜାମ ସେଠୀଙ୍କ ଦ୍ୱାରା ଦିଆଯାଇଥିବା ହାଇବ୍ରିଡ୍ ମେଡଲ ପ୍ଲାନକୁ ମଧ୍ୟ ବିସିସିଆଇ ମନା କରିସାରିଛି । କେବେ କିଛି ଦିନ ତଳେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏସିଆ କପ୍ ଆୟୋଜନ ପାଇଁ ପ୍ରସ୍ତୁତ ଥିବା କଥା କହିଥିଲା । ଏହାପରେ ଏବେ ପାକିସ୍ତାନ ବୋର୍ଡ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ ଖେଳିବାକୁ ମନା କରିଦେଇଛି ।
ପଢନ୍ତୁ: ଟେଷ୍ଟ ଫର୍ମାଟରୁ ଏହି ତାରିଖରୁ ଅବସର ନେବେ ଡେଭିଡ୍ ଓ୍ଵାର୍ଣ୍ଣର, ଟି-୨୦ ପାଇଁ ବି ଦେଲେ ସଙ୍କେତ
ସୂତ୍ର ଅନୁସାରେ, ‘ଏସିଆ କପ ଆୟୋଜନ ନେଇ ଶ୍ରୀଲଙ୍କା ବୋର୍ଡର ପ୍ରସ୍ତାବ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅସନ୍ତୋଷ ଅଛି । କାରଣ ପାକିସ୍ତାନ ବୋର୍ଡ ଏହି ବଡ଼ ଟୁର୍ଣ୍ଣାମେଣ୍ଟକୁ ନିଜ ଦେଶରେ ଆୟୋଜନ କରିବାକୁ ଯୋଜନା କରୁଛି’।
ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ ବାଂଲାଦେଶ ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଉପରେ ପାକିସ୍ତାନ ବୋର୍ଡ ଅସନ୍ତୁଷ୍ଟ ରହିଛି । କାରଣ ଉଭୟ ଦେଶର ବୋର୍ଡ ବିସିସିଆଇ ସପକ୍ଷରେ ଅଛନ୍ତି ।
READ ALSO: ବିବାହ ବନ୍ଧନରେ ବାନ୍ଧି ହେଲେ ରୁତୁରାଜ୍ ଗାଏକୱାଡ୍, ପତ୍ନୀ ସହ ସେୟାର କଲେ ଫଟୋ