ପାକିସ୍ତାନ ରାଷ୍ଟ୍ରପତିଙ୍କ ପରିବାରକୁ ଚାହିଁକି ଚିଠି ଲେଖୁଥିଲେ ନେହରୁ ? ମୁନିରଙ୍କ ରାସ୍ତାରେ ଥିଲେ କଣ୍ଟା ! ଜାଣନ୍ତୁ ଅଲଭୀଙ୍କ ଭାରତ ସହ ସମ୍ପର୍କ

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ: ପାକିସ୍ତାନର ନୂଆ ସେନା ମୁଖ୍ୟଙ୍କ ନାଁ ଉପରେ ଦେଶର ରାଷ୍ଟ୍ରପତି ମୋହର ମାରିଛନ୍ତି । ପାକିସ୍ତାନର ରାଷ୍ଟ୍ରପତି ଡା. ଆରିଫ ଅଲଭୀ ଏହି ପୂରା ପ୍ରକ୍ରିୟାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପାକିସ୍ତାନର ପ୍ରଥମ ନାଗରିକ ଆରିଫ ଅଲଭୀଙ୍କ ଭାରତ ସହ ଥିବା ସମ୍ପର୍କ କଥା କିନ୍ତୁ କମ ଲୋକଙ୍କୁ ଜାଣନ୍ତି । ପାକିସ୍ତାନ ତହରିକ୍-ଏ-ଇନସାଫ (ପିଟିଆଇ)ର ୱେବସାଇଟ୍ ଅନୁସାରେ ଅଲଭୀଙ୍କ ବାପା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦନ୍ତ ଚିକିତ୍ସକ ଥିଲେ।

ଅଲଭୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଘନିଷ୍ଠ ଏବଂ ପିଟିଆଇର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ । ୨୦୧୮ରେ ସେ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ । ତଥ୍ୟ ଅନୁସାରେ, ତାଙ୍କ ବାପା ପଣ୍ଡିତ ନେହରୁଙ୍କୁ ଡେଣ୍ଟିଷ୍ଟ ଥିଲେ । ବିଭାଜନ ପରେ ତାଙ୍କ ପରିବାର ଭାରତରୁ ପଳାୟନ କରି ପାକିସ୍ତାନ ଚାଲି ଯାଇଥିଲା । ଅଲଭୀଙ୍କ ପରିବାର ଭାରତର ଆଗରାରେ ରହୁଥିଲେ ।

ପିଟିଆଇ ୱେବସାଇଟ୍ ଅନୁସାରେ, ଡାକ୍ତର ଇଲାହୀ ଅଲଭୀ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ଡେଣ୍ଟିଷ୍ଟ ଥିଲେ ଏବଂ ତାଙ୍କ ପରିବାର ପାଖରେ ନେହରୁଙ୍କୁ ଏକ ଚିଠି ରହିଛି । ଆରିଫ ଅଲଭୀଙ୍କ ପୂରା ନାଁ ଡାକ୍ତର ଆରିଫ ଉର ରହମାନ ଅଲଭୀ । ୧୯୪୭ ମସିହାରେ କରାଚୀରେ ତାଙ୍କ ଜନ୍ମ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.