'ପାକିସ୍ତାନ ଭାରତଠୁ ବହୁତ ପଛରେ...' : ପ୍ରଶଂସା କଲେ ଇମରାନ୍ ଖାନ୍, ରାଲିରେ ଚଲାଇଲେ ଏସ ଜୟଶଙ୍କରଙ୍କ ଭିଡିଓ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ, ୧୫|୦୮: ଭାରତ ସହ ପାକିସ୍ତାନ ମଧ୍ୟ ସ୍ୱାଧିନତାର ୭୬ ବର୍ଷ ପୂରଣ କରିଛି । ତେବେ ଗୋଟିଏ ପଟେ ଭାରତରେ ଖୁସିର ମାହୋଲ ଥିବା ବେଳେ ପାକିସ୍ତାନ ଚିନ୍ତାରେ ରହିଛି । କାରଣ ସେଠାରେ ଅର୍ଥବ୍ୟବସ୍ଥା ଭୁଶୁଡି ପଡିଛି । ଲୋକେ ଗୁରୁତର ଖାଦ୍ୟ, ବିଜୁଳି ସଙ୍କଟର ସାମ୍ନା କରୁଛନ୍ତି । ବିଦେଶୀ ମୁଦ୍ରା ଶେଷ ହୋଇଛି । ଏସବୁ ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ସେ ତାଙ୍କ ରାଲିରେ ଭାରତର ମନ୍ତ୍ରୀଙ୍କ ଭିଡିଓ ଚଲାଉଥିବା ଦେଖିବାକୁ ମିଳିଛି ।

ଭାରତ ସବୁ ଦିଗରୁ ସ୍ୱାଧିନ ଦେଶ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଇମରାନ୍ ଲାହୋରରେ ଏକ ବଡ ରାଲିର ଆୟୋଜନ କରୁଛନ୍ତି । ଏଥିରେ ସେ କହୁଛନ୍ତି ଯେ, ଭାରତ ଓ ପାକିସ୍ତାନକୁ ଏକସଙ୍ଗେ ସ୍ୱାଧିନତା ମିଳିଥିଲା । କିନ୍ତୁ ନୂଆଦିଲ୍ଲୀ ନିଜେ ନିଷ୍ପତ୍ତି ନେଇପାରୁଛି । ଭାରତୀୟଙ୍କ ଆବଶ୍ୟକତା ଅନୁସାରେ ପଦକ୍ଷେପ ନେଉଛି । କିନ୍ତୁ ପାକିସ୍ତାନ ସରକାର ପଛରେ ପଡିଯାଇଛନ୍ତି । ଏହି ରାଲିରେ ଇମରାନ୍ ଋଷର ଉଦାହରଣ ଦେଇ ଭାରତ କିପରି ତେଲ କିଣୁଛି ତାହା କହିଥିଲେ ଓ ପ୍ରଶଂସା ମଧ୍ୟ କରିଥିଲେ ।

wp:html /wp:html

ଆମେରିକାକୁ ଡରେନି ଭାରତ

ସେ ଆହୁରି କହିଥିଲେ ଯେ, ଭାରତ ଋଷଠୁ ତେଲ ଆମଦାନୀ କରିଥାଏ । ଆମେରିକାର କଟକଣାକୁ ଖାତିର କରେନି । ଏକ ସ୍ୱାଧିନ ଦେଶ ଭାବେ ବିଶ୍ୱକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଭାରତ । ପାକିସ୍ତାନର ପୂର୍ବତନ ସରକାର ଋଷଠୁ ତେଲ କିଣିବାକୁ ଚାହିଁଥିଲେ । କିନ୍ତୁ ଏବେକାର ସରକାର ଆମେରିକା ଆଗରେ ମୁଣ୍ଡ ନୁଆଇଁଛନ୍ତି । ଏପରିକି ରାଲିରେ ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଭିଡିଓ ଚଲାଇଥିଲେ । ଯେଉଁଥିରେ ଭାରତ କିପରି ଋଷଠୁ ତେଲ କ୍ରୟ କରୁଛି ତାହା ଦର୍ଶାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଇମରାନ୍ ଅନେକ ଥର ଭାରତକୁ ପ୍ରଶଂସା କରିଛନ୍ତି । ତୈଳ ଆମଦାନୀକୁ ନେଇ ସେ ଲଗାତର ଭାବେ ଭାରତର ନୀତିକୁ ଉଦାହରଣ ଭାବେ ଗ୍ରହଣ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.