ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟାସୀନ ମଲ୍ଲିକଙ୍କୁ ଆଜୀବନ ଜେଲ୍ ପରେ ଚିହିଁକି ଉଠିଲା ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ; ପ୍ରଧାନମନ୍ତ୍ରୀଙ୍କ ଠାରୁ ସେନା କଣ କହିଲେ ଜାଣନ୍ତୁ

25/05/2022 at 11:12 PM

ଇସ୍‌ଲାମାବାଦ: ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମାଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ମଲ୍ଲିକ ନିଜ ଦୋଷ ସ୍ୱୀକାର କରିବା ସହ କୋର୍ଟଙ୍କ ସଜା ଗ୍ରହଣୀୟ କରିବେ ବୋଲି କହିବା ପରେ ଏପରି ଦଣ୍ଡବିଧାନ କରିଛନ୍ତି କୋର୍ଟ। ହେଲେ ମଲ୍ଲିକକୁ ଫାସୀ ଦିଆଯାଉ ବୋଲି ଦାବି କରିଥିଲା ଏନ୍‌ଆଇଏ। ମିଳିଲା ଆଜୀବନକାରାଦଣ୍ଡ।

ମଲ୍ଲିକକୁ ଆଜୀବନ ଜେଲ୍ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ। ଆତଙ୍କବାଦୀଙ୍କ ଜୟକାର କରୁଥିବା ପାକ୍‌ ସେନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ବିଚଳିତ ହୋଇ ପ୍ରତିକ୍ରିୟା ଦେଇଛନ୍ତି। ଆସନ୍ତୁ ଜାଣିବା କିଏ କଣ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ- ଟ୍ୱିଟ୍ କରି କହିଛନ୍ତି “ଭାରତୀୟ ସମ୍ବିଧାନ ଓ ନ୍ୟାୟ ପ୍ରଣାଳି ପାଇଁ କଳାଦିନ। ଭାରତ ୟାସୀନ ମଲ୍ଲିକଙ୍କ ଶରୀରକୁ ସଜା ଦେଇପାରେ ହେଲେ ସ୍ୱାଧୀନ ହେବାର ମାନିସିକତାକୁ ନୁହେଁ। ବାହାଦୂର ସ୍ୱାଧୀନତା ସଂଗ୍ରାମୀ ମଲ୍ଲିକଙ୍କୁ ଆଜୀବନକାରବାସ କାଶ୍ଣୀରବାସୀଙ୍କ ମନରେ ଆତ୍ମନିର୍ଣ୍ଣୟର ଭାବନା ଜାଗ୍ରତ କରିବ।”

ପାକିସ୍ତାନ ସେନା ପ୍ରବକ୍ତା ଟ୍ୱିଟ୍ କରି କହିଛନ୍ତି “ମନଗଢ଼ା କାହାଣୀ କହି ୟାସୀନ ମଲ୍ଲିକକୁ ଆଜୀବନ ଜେଲ ଦଣ୍ଡକୁ ପାକିସ୍ତାନ ନିନ୍ଦା କରୁଛି। ଏଭଳି ଦମନକାରୀ ରଣନୀତି ଭାରତୀୟ କବ୍ଜା ବିରୋଧରେ ନ୍ୟାୟସଂଗତ ସଂଘର୍ଷରେ କାଶ୍ମୀର ଲୋକଙ୍କ ଭାବନାକୁ କମ କରିପାରିବ ନାହିଁ। ଜାତିସଂଘ ସୁରକ୍ଷା ପରିଷଦର କାଶ୍ମୀରକୁ ନେଇ ଯେଉଁ ଆଭିମୁଖ୍ୟ ରହିଛି ତା ସହ କାଶ୍ମୀରବାସୀଙ୍କ ଭବିଷ୍ୟତର ନେଇ ଆମେ ତାଙ୍କ ସହ ଛିଡ଼ା ହେଇଛୁ।” ସେନା ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ପାକିସ୍ତାନୀ ନେତାମାନେ ମଧ୍ୟ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

   Related Posts