ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ୩ଜଣ ସ୍ତ୍ରୀ, ହେଲେ କେତେଜଣ ସନ୍ତାନ ସନ୍ତତି ଜାଣନ୍ତି କି?

Published By : Prameya-News7 Bureau | August 20, 2019 IST

ପାକିସ୍ତାନ୨୦|୮: ଇମ୍ରାନ ଖାନ ହେଉଛନ୍ତି ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ। ଇମ୍ରାନ ଖାନଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଅଜଣା ରୋଚକ କଥା ରହିଛି। ତିନିଜଣଙ୍କୁ ବିବାହକରି ମଧ୍ୟ ବେଶ କିଛିଦିନ ଚର୍ଚ୍ଚାରେ ସେ ରହିଥିଲେ। ଆସନ୍ତୁ ତାଙ୍କ ସଂପର୍କରେ କିଛି ଅଜଣା କଥା ଜାଣିବା।

 ୧୯୫୨ ମସିହା ଅକ୍ଟୋବର ୫ ତାରିଖରେ ଇମ୍ରାନ ଖାନ ଲାହୋ​‌ରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପୁରା ନାଁ ହେଉଛି ଇମ୍ରାନ ମହମଦ ଖାନ ନିଆଜୀ। ପିଲାଦିନେ କ୍ରିକେଟ ଖେଳ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା। ୧୬ ବର୍ଷ ବୟସରେ ସେ ଆନ୍ତର୍ଜାତିକ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। କ୍ରିକେଟ ଜଗତରେ କିଛିଦିନ ବେଶ ନାଁ କରିବା ପରେ ଇମ୍ରାନ ରାଜନୀତିରେ ପାଦ ଥାପି ଥିଲେ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୧୯୯୬ ମସିହାରେ ପିଟିଆଇ ପାର୍ଟି ଗଠନ କରି ରାଜନୀତିରେ ପ୍ରବେଶ କରିଥିଲେ। ପାକିସ୍ତାନ ରାଜନୀତିରେ ଇମ୍ରାନ ଖାନ ଜଣେ ଚର୍ଚ୍ଚିତ ଚେହେରା । ବର୍ତ୍ତମାନ ଇମ୍ରାନ ପାକିସ୍ତାନର ପ୍ରଧାନମନ୍ତ୍ରୀ । ୨୦୦୨ ମସିହା ସାଧାରଣ ନିର୍ବାଚନରେ ମିଁଆବାଲିରୁ ନିର୍ବାଚନ ଲଢ଼ି ସାଂସଦଭାବେ ବିଜୟ ହାସଲ କରିଥିଲେ।

ଇମ୍ରାନ ଖାନ ତିନି ଜଣଙ୍କୁ ବିବାହ କରିଥିଲେ। ୧୯୯୫ ମସିହା ମେ ୧୬ ତାରିଖରେ ଜେମିମା ଗୋଲଡସ୍ମିଥଙ୍କୁ ସେ ପ୍ରଥମ ବିବାହ କରିଥିଲେ। ୨୦୧୫ ମସିହାରେ ପାକିସ୍ତାନୀ ସାମ୍ବାଦିକା ରେହମ୍ ଖାନଙ୍କୁ ଦ୍ବିତୀୟ ବିବାହ କରିଥିଲେ। ବିବାହର ୧୦ ମାସ ପରେ ଉଭୟଙ୍କ ମଧ୍ୟରେ ଡିଭର୍ସ ହୋଇଯାଇଥିଲା। ୨୦୧୮ ମସିହାରେ ବୁଶରା ​‌ମାନେକାଙ୍କୁ ତୃତୀୟ ବିବାହ କରିଥିଲେ। ଏବେ ତୃତୀୟ ପତ୍ନୀ ବୁଶରାଙ୍କ ସହ ଇମ୍ରାନ ରହୁଛନ୍ତି। ଇମ୍ରାନ ତିନିଜଣଙ୍କୁ ବିବାହ କରିଥିବା ଇମ୍ରାନ  ୭ଟି  ସନ୍ତାନର ବାପା । ପ୍ରଥମ ସ୍ତ୍ରୀଙ୍କର ୨ଟି ସନ୍ତାନ ଓ ତୃତୀୟ ପତ୍ନୀଙ୍କର ୫ଟି ସନ୍ତାନ। ଇମ୍ରାନ ଖାନଙ୍କ ଜୀବନରେ ଏହିଭଳି ଅନେକ ରୋଚକ କଥା ଅଛି ଯାହା ଜାଣିଲେ ଆପଣ  ଆଶ୍ଚର୍ଯ୍ୟ ହୋଇଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.